Friday, May 8, 2026 05:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସୋଲେ’ ଚଳଚ୍ଚିତ୍ରର ନୂତନ ସଂସ୍କରଣର କ୍ଲାଇମାକ୍ସରେ ଗବର ସିଂହର ମୃତ୍ୟୁ : ଜାଭେଦ ଅଖତର

by Our Correspondent
01 Dec, 2025- 11:00 PM
in Entertainment, Latest News, News
1 min read
0
‘ସୋଲେ’ ଚଳଚ୍ଚିତ୍ରର ନୂତନ ସଂସ୍କରଣର କ୍ଲାଇମାକ୍ସରେ ଗବର ସିଂହର ମୃତ୍ୟୁ : ଜାଭେଦ ଅଖତର

ଭୁବନେଶ୍ୱର: ପ୍ରସିଦ୍ଧ ହିନ୍ଦୀ ବ୍ଲକ୍ବଷ୍ଟର ସିନେମା ‘ସୋଲେ’ ଏହାର କ୍ଲାଇମାକ୍ସରେ ପରିବର୍ତନ ସହ ଖୁବ୍ ଶୀଘ୍ର ଭାରତର ବିଭିନ୍ନ ସିନେମା ହଲ୍ରେ ରିଲିଜ ହେବାକୁ ଯାଉଥିବା ଶନିବାର ଏଠାରେ ସୂଚନା ଦେଇଛନ୍ତି ପ୍ରଖ୍ୟାତ କବି, ଗୀତିକାର ଓ ସଂଳାପ ଲେଖକ ଜାଭେଦ ଅଖତର । ଅଖତର କହିଛନ୍ତି ଯେ ଏଥର କିନ୍ତୁ ‘ସୋଲେ’ରେ ଦର୍ଶକ ଫିଲ୍ମର କ୍ଲାଇମାକ୍ସରେ ଗବର ସିଂର ମୃତୁ୍ୟ ହେବାର ଦେଖିବାକୁ ପାଇବେ ।

ସୋଲେ ଫିଲ୍ମର ନିର୍ମାଣ, ଚରିତ୍ର ପ୍ରସ୍ତୁତି, ସିନ୍ କି୍ରଏସନ୍ ଏବଂ ସଂଳାପ ଲେଖାରେ ଏକ ବଡ଼ ଭୂମିକା ବହନ କରିଥିବା ଅଖତର କହିଛନ୍ତି ଯେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ରହିଥିବା ବେଳେ ସୋଲେର ଶେଷ ସିନ୍ରେ ଗବରର ମୃତୁ୍ୟକୁ ନେଇ ସେନ୍ସର ବୋର୍ଡ ଅନୁମତି ଦେଇ ନଥିଲା । ସିନେମାର ଶେଷ ଦୃଶ୍ୟରେ ଜଣେ ପୂର୍ବତନ ପୋଲିସ ଅଫିସର ଆଇନ୍କୁ ହାତକୁ ନେଇ ଜଣେ ଅପରାଧିକୁ ହତ୍ୟା କରୁଥିବାର ଦୃଶ୍ୟ ଥିବା ବେଳେ ସେନ୍ସର ବୋର୍ଡ ଏହି କ୍ଲାଇମାକ୍ସ ସିନ୍କୁ ଅନୁମତି ଦେଇ ନଥିଲା । ତେଣୁ ସିନେମାରେ ଏହି ସିନ୍କୁ ବଦଳାଇ ଦିଆଯାଇଥିଲା ।

ଭାରତୀୟ ସିନେମା ଇତିହାସରେ ସବୁଠାରୁ ପ୍ରଖ୍ୟାତ ଚଳଚ୍ଚିତ୍ର ବୋଲାଉଥିବା ‘ସୋଲେ’ରେ ପୋଲିସ୍ ଅଫିସର ଠାକୁର ବଲଦେବ ସିଂ (ସଞ୍ଜୀବ କୁମାର)ଙ୍କ ସହ ଗବର ସିଂ (ଅମ୍ଜାଦ ଖାନ୍)ଙ୍କର ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିଥିବା ବେଳେ ଶେଷରେ ପୋଲିସ ଦ୍ୱାରା ଗବରକୁ ଗିରଫ କରାଯିବାର ସିନ୍ ରଖାଯାଇଥିଲା ।

ତେବେ ରିଲିଜ ହେବାକୁ ଥିବା ଚଳଚ୍ଚିତ୍ରର ମୂଳ କାହାଣୀ ଅନୁସାରେ ଠାକୁର ବଲଦେବ ସିଂ ଗବରକୁ ହତ୍ୟା କରୁଥିବାର ସିନେ ପ୍ରେମୀ ଦେଖିବାକୁ ପାଇବେ ଯାହାକି ସେମାନେ ପୁରୁଣା ସୋଲେରେ ଦେଖି ନଥିଲେ । ଏହି ପ୍ରଖ୍ୟାତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୫୦ ବର୍ଷ ପୂର୍ତୀ ଉପଲକ୍ଷେ ଏହାର ମୂଳ ସଂସ୍କରଣ ସହ ପୁଣି ଥରେ ସିନେମା ହଲ୍ରେ ‘ସୋଲେ’ ପ୍ରଦର୍ଶିତ ହେବ ବୋଲି ଅଖତର କହିଛନ୍ତି ।

ଅଖତରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଅ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତୃତୀୟ ସୋଆ ସାହିତ୍ୟ ଉତ୍ସବ ଅବସରରେ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଅଭିନେତ୍ରୀ ତଥା ପ୍ରଯୋଜିକା ବାନୀ ତ୍ରିପାଠୀ ଟିକୁଙ୍କ ସହ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଥିଲେ ଜାଭେଦ ଅଖତର ।
ଭାରତୀୟ ଚଳଚ୍ଚିତ୍ରର ବିକାଶ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଅଖତର କହିଥିଲେ ଯେ ସିନେମା ହେଉଛି ସମାଜର ବ୍ୟାଧିର ଲକ୍ଷଣ । ମାତ୍ର ଏହା ବ୍ୟାଧି ନୁହେଁ । ସମୟ ଓ ସମାଜ ସହ ତାଳ ଦେଇ ସିନେମାର ବିଷୟବସ୍ତୁ ମଧ୍ୟ ବଦଳିଥାଏ ବୋଲି ସେ କହିଥିଲେ ।

ଦିଲୀପ କୁମାର ଅଭିନୀତ ୧୯୫୫ ମସିହାରେ ନିର୍ମିତ ‘ଦେବଦାସ’ ଚଳଚ୍ଚିତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ ଆଜି ଆଉ ‘ଦେବଦାସ’ ପରି ଚଳଚ୍ଚିତ୍ର ପ୍ରସ୍ତୁତ ହେଲେ ଚାଲିବ ନାହିଁ ।

ଅଖତର କହିଛନ୍ତି ଯେ ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍ ସିନେମାରେ ‘ବିଦ୍ରୋହ’ କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଥିଲା । ପରବର୍ତୀ କାଳରେ ‘ଆଙ୍ଗ୍ରି ୟଙ୍ଗ ମ୍ୟାନ’ ଚରିତ୍ରକୁ ନେଇ ସିନେମା ନିର୍ମିତ ହେଲା । ଏଭଳି ଏକ ସମୟ ଥିଲା ଯେତେବେଳେ ସିନେମାରେ ଠାକୁର ଏବଂ ଜମିଦାର ମାନେ ଖଳଅଭିନେତାର ଭାବେ ଚରତ୍ର ହେଉଥିଲେ । କିନ୍ତୁ ବର୍ତମାନ ଏଭଳି ଚଳଚ୍ଚିତ୍ର ଗ୍ରହଣୀୟ ହେବ ନାହିଁ କାରଣ ଆଉ ଜମିଦାରୀ ପ୍ରଥା ଆମ ସମାଜରେ ନାହିଁ । ଏପରିକି ବର୍ତମାନ ସମୟରେ ଚଳଚ୍ଚିତ୍ର ଗୁଡ଼ିକରେ ଖଳଅଭିନେତା ମାନଙ୍କୁ ମଧ୍ୟ ଦେଖିବାକୁ ମିଳୁନାହିଁ ।

ସେ କହିଥିଲେ ଯେ ବିଗତ ୪୦- ୫୦ ବର୍ଷ ହେବ ସାହିତ୍ୟକୁ ଆଉ ବେଶୀ ଗୁରୁତ୍ୱ ଦିଆଯାଉ ନାହିଁ । ଯଦି ଜଣେ ନିଜ ମାତୃଭାଷାରେ କଥା କହୁଛି ତେବେ ଲୋକ ଭାବୁଛନ୍ତି ସେ ବୋଧେ ଖୁବ୍ ଦୁର୍ବଳ ଓ ନମ୍ର ପୃଷ୍ଠଭୂମିରୁ ଆସିଛି । ସେ କହିଛନ୍ତି ଯେ ଇଂରାଜୀ ଶିଖିବା ଜରୁରୀ କିନ୍ତୁ ମାତୃଭାଷାକୁ ଆମେ ଅଣଦେଖା କରିପାରିବା ନାହିଁ ।

ସିନେମା ଏବଂ ସଂଗୀତରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ପ୍ରଭାବ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଅଖତର କହିଥିଲେ ଯେ ସେ ଗାୟକ ତଥା ସଂଗୀତ ନିଦେ୍ର୍ଦଶକ ଶଙ୍କର ମହାଦେବନ୍ଙ୍କ ସହ ୨୦୦ରୁ ଊଦ୍ଧ୍ୱର୍ ସଂଗୀତରେ କାର୍ଯ୍ୟ କରିଛନ୍ତି । ଏଥି ମଧ୍ୟରୁ ବହୁ ଚର୍ଚ୍ଚିତ ‘ବ୍ରେଥ୍ଲେସ୍’ ଅନ୍ୟତମ । ତେବେ ବର୍ତମାନ କ’ଣ ମୋର ଶବ୍ଦ ଏବଂ ମହାଦେବନ୍ଙ୍କ ସ୍ୱରକୁ ନେଇ ଏଆଇ ବ୍ରେଥଲେସ୍ ପ୍ରସ୍ତୁତ କରିପାରିବ? ଏହା କେବେ ବି ସମ୍ଭବ ନୁହଁ । ବର୍ତମାନ ସମୟରେ ଏଆଇ ତା’ର ଚେଷ୍ଟା ଜାରୀ ରଖିଛି । ଅବଶ୍ୟ ଭବିଷ୍ୟତରେ ଏହାର ରୂପରେଖ କ’ଣ ହେବ ତାହା ଆମେ କହିପାରିବା ନାହିଁ ।

ଏହି ଅବସରରେ ଅନୀଲ କପୁର ଏବଂ ମନୀଷା କୋଇରାଲା ଅଭିନୀତ ୧୯୯୪ ମସିହାର ଚଳଚ୍ଚିତ୍ର ‘ନାଇନ୍ଟିନ୍ ଫୋର୍ଟି ଟୁ: ଏ ଲଭ୍ ଷ୍ଟୋରୀ’ର ଏକ ପ୍ରସିଦ୍ଧ ସଂଗୀତ ରଚନା ସମ୍ପର୍କରେ ନିଜର ଅନୁଭୂତି ବଖାଣି ଥିଲେ ଅଖତର ।

ମୁମ୍ବାଇ ସ୍ଥିତ ସଂଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମନଙ୍କ ଷ୍ଟୁଡିଓରେ ଦିନେ ସକାଳେ ଚଳଚ୍ଚିତ୍ର ସମ୍ପର୍କରେ ଆଲୋଚନା ସମୟରେ ଅଖତର କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଗୋଟିଏ ଭଲ ସଂଗୀତ ନିମନ୍ତେ ସୁଯୋଗ ଅଛି । ତାଙ୍କର ଏହି ମତରେ କିନ୍ତୁ ଅନ୍ୟମାନେ ସହମତ ହୋଇପାରି ନଥିଲେ । ତେବେ ଏହାର ଗୀତ ରଚନା କରି ସେହି ଦିନ ୪ ଟା ବେଳେ ସମସ୍ତଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିଲା । ଏ କଥାକୁ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭୂଲି ଯାଇଥିଲେ ଅଖତର ଏବଂ ଦିନ ୨ଟା ସମୟରେ ଏହା ତାଙ୍କର ମନେ ପଡ଼ିଥିଲା । ମିଟିଙ୍ଗକୁ ଯିବା ବାଟରେ ଡ୍ରାଇଭିଂ କରୁଥିବା ସମୟରେ ସେ ଭାବି ହେଉଥିଲେ ଯେ ସେ ଯେ ଗୀତ ରଚନା କରିନାହାନ୍ତି । ଏହି ବିଫଳତାକୁ କିଭଳି ସମସ୍ତଙ୍କ ସାମ୍ନାରେ ରଖିବେ । ସେହି ସମୟରେ ଗୀତର ପ୍ରଥମ ଲାଇନ୍ ‘ଏକ ଲଡ୍କି କୋ ଦେଖା ତୋ ଐସା ଲଗା’ ତାଙ୍କ ମନକୁ ଆସିଥିଲା ବୋଲି ସେ କହିଥିଲେ । ମିଟିଙ୍ଗ୍ରେ ଏହି ଲାଇନ୍ଟି ହିଁ ସମସ୍ତଙ୍କୁ ଶୁଣାଇଥିଲେ ଯାହାକି ସମସ୍ତଙ୍କ ମନକୁ ଛୁଇଁଥିଲା । ସେହିଠାରେ ବସି ସେ ସମ୍ପୂର୍ଣ୍ଣ ଗୀତଟିର ରଚନା କରିଥିଲେ ଯାହାକି ଏକ ହିଟ ସାବ୍ୟସ୍ତ ହୋଇଥିଲା ବୋଲି ଅଖତର କହିଥିଲେ ।

Previous Post

ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

Next Post

କୋଣାର୍କ ଉତ୍ସବ ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଉଜ୍ଜ୍ୱଳ ପରିଚୟ

Next Post
କୋଣାର୍କ ଉତ୍ସବ ଆମ ଓଡିଶାର ସାଂସ୍କୃତିକ  ଅସ୍ମିତାର ଉଜ୍ଜ୍ୱଳ ପରିଚୟ

କୋଣାର୍କ ଉତ୍ସବ ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଉଜ୍ଜ୍ୱଳ ପରିଚୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA