Monday, June 22, 2026 11:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଣାର୍କ ଉତ୍ସବ ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଉଜ୍ଜ୍ୱଳ ପରିଚୟ

୩୬ତମ ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ଉଦ୍‌ଘାଟିତ

by Our Correspondent
01 Dec, 2025- 11:10 PM
in Latest News, News
1 min read
0
କୋଣାର୍କ ଉତ୍ସବ ଆମ ଓଡିଶାର ସାଂସ୍କୃତିକ  ଅସ୍ମିତାର ଉଜ୍ଜ୍ୱଳ ପରିଚୟ

ଭୁବନେଶ୍ୱର: ଆଜି ୩୬ତମ ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପୃଷ୍ଠଭୂମିରେ ଏହି ଉତ୍ସବ ଦେଶ ବିଦେଶର କଳାପ୍ରେମୀ ମାନଙ୍କ ପାଇଁ ଆକର୍ଷଣର ଅନ୍ୟତମ କେନ୍ଦ୍ର । ଶାସ୍ତ୍ରୀୟ ନୃତ୍ୟ ଗୁଡିକ କେବଳ ଏକ ଆର୍ଟ ଫର୍ମ ନୁହେଁ, ଏହା ହେଉଛି କଳା ମାଧ୍ୟମରେ ଆଧ୍ୟାତ୍ମିକତାର ଏକ ମହାନ ଅନୁଭବ, ଇଶ୍ବର ପ୍ରାପ୍ତିର ଏକ ମାର୍ଗ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ ଯେ, କୋଣାର୍କ ଉତ୍ସବ ହେଉଛି ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଏକ ଉଜ୍ଜ୍ୱଳ ପରିଚୟ। ଏହି ଉତ୍ସବ କେବଳ ଓଡିଶାର କଳା ନୁହେଁ, ବରଂ ଓଡିଶାର ସାମଗ୍ରିକ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚଳିତ ବର୍ଷ ଓଡିଶୀ ସହିତ ଭାରତନାଟ୍ୟମ, କଥାକଳୀ, ମଣିପୁରୀ ଓ କଥକ ଆଦି ନୃତ୍ୟ ପରିବେଷଣ ପାଇଁ ବିଭିନ୍ନ ରାଜ୍ୟରୁ ନୃତ୍ୟ ଶିଳ୍ପୀମାନେ ଆସିଛନ୍ତି । ଏହି ମଞ୍ଚରେ ଭାରତର ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଆମ ଦେଶର ସାଂସ୍କୃତିକ ସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ବୋଲି ସେ କହିଥିଲେ।

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗାଠାରେ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଏହି ଉତ୍ସବରେ ଆମ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶର ୧୪୩ ଜଣ ବାଲୁକା ଶିଳ୍ପୀ ଯୋଗଦେଇଛନ୍ତି। ଜାପାନ, ସ୍ପେନ୍, ୠଷିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କା ଆଦି ଦେଶରୁ ପ୍ରକ୍ଷାତ ବାଲୁକା ଶିଳ୍ପୀମାନେ ଆସିଛନ୍ତି। ଦେଶ ବିଦେଶରୁ ଏତେ ସଂଖ୍ୟାରେ ବାଲୁକା ଶିଳ୍ପୀ ଯୋଗଦେବା ଏହି ଉତ୍ସବର ଲୋକପ୍ରିୟତା ପ୍ରମାଣିତ କରୁଛି। ଏହି ସ୍ବତନ୍ତ୍ର ଆୟୋଜନ ପାଇଁ ବାଲୁକା କଳା ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସୁଭଦ୍ରା ଶକ୍ତି ମେଳା

ଏହି ଅବସରରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଶକ୍ତି ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ଅର୍ଗାନିକ ଉତ୍ପାଦ ସହିତ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶିତ ହେଉଛି। ପ୍ରାୟ ୨୦୦ରୁ ଅଧିକ ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନେ ୧୫୦ଟି ଷ୍ଟଲରେ ସେମାନଙ୍କର ସାମଗ୍ରି ପ୍ରଦର୍ଶିତ କରୁଛନ୍ତି। ଏହି ମେଳା ଦ୍ବାରା ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟ ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଆଗ୍ରହ ସୃଷ୍ଟି ହେବ। ଆଗାମୀ ଦିନରେ ସୁଭଦ୍ରା ଶକ୍ତି ମା’ମାନେ ନିଜର କଳା, ପରିଶ୍ରମ ଓ ବ୍ୟବସାୟିକ ସାମର୍ଥ୍ୟ ଯୋଗୁ ସ୍ବଚ୍ଛଳ ହେବା ସହିତ ଉଦ୍ୟୋଗୀ ଭାବେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲି ବିଧାୟକ ଆର୍ଶିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

Previous Post

‘ସୋଲେ’ ଚଳଚ୍ଚିତ୍ରର ନୂତନ ସଂସ୍କରଣର କ୍ଲାଇମାକ୍ସରେ ଗବର ସିଂହର ମୃତ୍ୟୁ : ଜାଭେଦ ଅଖତର

Next Post

ଶ୍ରୀମୟୀଙ୍କ ଟୁଇଟ୍ ଆଗରେ ତୁଚ୍ଛ!

Next Post
ଶ୍ରୀମୟୀଙ୍କ ଟୁଇଟ୍ ଆଗରେ ତୁଚ୍ଛ!

ଶ୍ରୀମୟୀଙ୍କ ଟୁଇଟ୍ ଆଗରେ ତୁଚ୍ଛ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA