Monday, May 25, 2026 10:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋସିଆଲ୍ ମିଡ଼ିଆ ଚର୍ଚ୍ଚା; ଓଟିଭିର ନୂଆ ନାଁ ଓନର୍ସ ଟିଭି

by Our Correspondent
24 Apr, 2018- 03:45 PM
in Latest News, Politics
1 min read
0
ସୋସିଆଲ୍ ମିଡ଼ିଆ ଚର୍ଚ୍ଚା; ଓଟିଭିର ନୂଆ ନାଁ ଓନର୍ସ ଟିଭି
ଭୁବନେଶ୍ୱର: ଓଟିଭିକୁ ସୋସିଆଲ୍ ମିଡ଼ିଆରେ ଲୋକେ ଓନର୍ସ ଟିଭି କହିବା ଆରମ୍ଭ କଲେଣି । ଏଇଥିପାଇଁ ଯେ ଟିଭି ଖୋଲିଲା ମାତ୍ରେ ପରଦାରେ ବୈଜୟନ୍ତ ପଣ୍ଡାଙ୍କୁ ବରାବର ଦେଖିବାକୁ ମିଳୁଛି । ବୈଜୟନ୍ତଙ୍କ ଟୁଇଟ୍, ରିଟୁଇଟ୍ ସବୁ ପାଲଟୁଛି ବ୍ରେକିଂ ଖବର । ଲୋକଙ୍କୁ ତାହା ଚିଡ଼ା ଲାଗନ୍ତାନି ଯଦି ବୈଜୟନ୍ତଙ୍କ ମନ୍ତବ୍ୟ, ଟୁଇଟ୍ ରେ ନୂଆ ନୂଆ କଥା ଆସୁଥାଆନ୍ତା । ମାତ୍ର ସବୁବେଳେ ସେଇ ତୃତୀୟ ମହଲା ଓ ପାଣ୍ଡିଆନ୍ । ଆଜିକାଲି ବୈଜୟନ୍ତ ରାସ୍ତାରେ ଝୁଣ୍ଟେଇ ପଡ଼ିଲେ ବି ଦୋଷ ଯାଉଛି ‘ପି’ ଙ୍କ ଉପରେ । ନିରପେକ୍ଷ ଚାନେଲ ଦାବି କରୁଥିବା ତାଙ୍କ ଟିଭି ସେୟାକୁ ବ୍ରେକିଂ ଖବର କରିବାକୁ ଅନେଇ ବସିଛି । ବୈଜୟନ୍ତଙ୍କ ଓଟିଭି(ଓନର୍ସ ଟିଭି)ଠାରୁ ଅଧିକ କ’ଣ ବା ଆଶା କରାଯାଇପାରେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ବୈଜୟନ୍ତ ଆଗରୁ ତୃତୀୟ ମହଲା ଅଣ ଓଡ଼ିଆ ଅଫିସର ବୋଲି କହୁଥିଲେ । ତାପରେ ସିଧାସଳଖ ପାଣ୍ଡିଆନ୍ ଙ୍କ ନାଁ ନେଲେ । ଏବେ ତାହାର ତୃତୀୟ ସଂସ୍କରଣ ବାହାର କରିଛନ୍ତି ‘ପି’ । ଗତକାଲି ଓଟିଭିରେ ବୈଜୟନ୍ତ ପଣ୍ଡାଙ୍କ ଏକ ବାଇଟ୍ ଶୁଣି ସାଧାରଣ ଲୋକେ ବେଶ୍ ଟାହିଟାପରା କରିଛନ୍ତି । ବୈଜୟନ୍ତ କହିଥିଲେ, ‘ପି’ ନାମଧାରୀ ବ୍ୟକ୍ତି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ତାଙ୍କୁ ପୂରାଇ ନ ଦେବାକୁ ଚକ୍ରାନ୍ତ କରିଛନ୍ତି । ତାଙ୍କ ଅଫିସ ପ୍ରାୟୋଜିତ ସଲିମ୍ ଖାନ୍ ପ୍ରେସ୍ ମିଟ୍ ଦାନା ଧରି ନ ଥିବାରୁ ବୈଜୟନ୍ତ ଉଖାରିବାକୁ ଚେଷ୍ଟା କରିଥିଲେ । ସଲିମ୍ ଖାନ୍ ଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଥିଲେ । ଓଟିଭି ତାହାକୁ ଦିନତମାମ ବଜେଇଲା ।
ପୂର୍ବଦିନ ବୈଜୟନ୍ତ ଢ଼େଙ୍କାନାଳ ଜିଲ୍ଲାର ଜାମ୍ମୁଗଡ଼ିଆ ଗ୍ରାମରେ ଏକ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ଯିବା ପୂର୍ବରୁ ସେ ଏକ ଟୁଇଟ୍ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ତାଙ୍କୁ ବାରଣ କରିବା ପାଇଁ କୁଆଡେ ପାୱାରଫୁଲ ବ୍ୟୁରେକ୍ରାଟ୍ ‘ପି’ ଙ୍କ ନିର୍ଦ୍ଦେଶ ଅଛି ବୋଲି ଲେଖିଥିଲେ । ପରେ ତାଙ୍କ ଟିଭିକୁ ବାଇଟ୍ ଦେଲେ ଯେ ସେ କୌଣସି ଧମକକୁ ଭ୍ରୃକ୍ଷେପ କରନ୍ତି ନାହିଁ । ସେ ଯେଉଁଠିକି ଯିବେ ତାଙ୍କୁ ହଇରାଣ ଓ ଅଟକେଇବାକୁ ଯୋଜନା ହୋଇଛି ବୋଲି କହିଲେ । ଓଟିଭି ତାଙ୍କୁ ଏମିତି ଦେଖେଇଲା ଯେ ସତିକ ବୈଜୟନ୍ତ ଢ଼େଙ୍କାନାଳରୁ ଗଡ଼ ଜିଣି ଫେରିଲେ ।
ଲଗାତର ୬ ମାସ ହେଲାଣି ପାଣ୍ଡିଆନ୍ ନାଁ ଜପ କରିଚାଲିଛନ୍ତି ବୈଜୟନ୍ତ । ଆଉ ତାଙ୍କ ମାଲିକାନାର ଟିଭି ତାହାକୁ ଜୋରଦାର ପ୍ରଚାର କରିଚାଲିଛି । ଏହା କାହାର ଅଭିଯୋଗ ନୁହେଁ, ବରଂ ଆଖୋଁ ଦେଖା ହାଲ୍ । ଏହାସତ୍ତ୍ୱେ ଚାନେଲ୍ କର୍ତ୍ତୃପକ୍ଷ ନିଜକୁ ନିରପେକ୍ଷ ଦାବି କରୁଛନ୍ତି । ଏଭଳି ଭାବେ ଓଡ଼ିଶା ଲୋକଙ୍କୁ ଭକୁଆ ବନାଯାଉଛି ବୋଲି ଜଣେ ନାମକରା ସାମ୍ବାଦିକ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ସେ କହିଛନ୍ତି, ବୈଜୟନ୍ତ ନିଜ ଟିଭିକୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଲୁଚାଛପା ହୋଇ ରହିନାହିଁ । ନିଜ ଟିଭିକୁ ଆୟୂଧ କରି ସେ ଓଡ଼ିଆଙ୍କ ତ୍ରାଣକର୍ତ୍ତା ବୋଲି ମନେ ମନେ ଭାବୁଛନ୍ତି । ମାତ୍ର ଲୋକଙ୍କୁ ବୋକା ଓ ଭକୁଆ ବନେଇବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି । ତାଙ୍କ ଟିଭିର ସେହି ପୂର୍ବ ଲୋକପ୍ରିୟତା ଆଉ ନାହିଁ ସେକଥା ବୈଜୟନ୍ତ ସସମ୍ମାନେ ବୁଝିଯିବା କଥା । ଜଣେ ବ୍ୟୁରୋକ୍ରାଟ୍ ଙ୍କୁ ଟାର୍ଗେଟ୍ କରି ବୈଜୟନ୍ତ କେଉଁ ସ୍ତରକୁ ଗଲେଣି ? ଏକଥା ଭାବିଲା ବେଳେ ନିଜକୁ ଲାଜ ଲାଗୁଛି ବୋଲି ସେ କହିଛନ୍ତି । ନିଜେ ତ ଯାହା ହେଲେ ହେଲେ ଟିଭି ଚାନେଲର ବିଶ୍ୱସନୀୟତାକୁ ବି କାଠଗଡ଼ାରେ ଛିଡ଼ା କରିଦେଲେ । ଦର୍ଶକମାନେ ତାଙ୍କ ଟିଭିରୁ ମୁହଁ ଫେରାଇବା ଆରମ୍ଭ କଲେଣି ବୋଲି ସଂପୃକ୍ତ ସାମ୍ବାଦିକ କହିଛନ୍ତି ।
ଟିଭିରେ ମୁହଁ ଦେଖାଇବାକୁ ପସନ୍ଦ କରୁ ନ ଥିବା ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ବୈଜୟନ୍ତ ଓ ତାଙ୍କ ଟିଭିର ଆଭିମୁଖ୍ୟକୁ କଠୋର ସମାଲୋଚନା କରିଛନ୍ତି । ପ୍ରତିକଥାରେ ପାଣ୍ଡିଆନ୍ ଙ୍କ ନାଁ ନେଇ ବୈଜୟନ୍ତ ଲୋକହସାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି । ବୈଜୟନ୍ତଙ୍କଠାରେ ପାଣ୍ଡିଆନ୍ ଭୂତ ସବାର ହୋଇଛି ଏବଂ ଏହା ତାଙ୍କ ଟିଭିକୁ ଆକ୍ରାନ୍ତ କରିସାରିଛି ବୋଲି ସେ କହିଛନ୍ତି । ସେହିଭଳି ବୈଜୟନ୍ତଙ୍କ କାର୍ଯ୍ୟକଳାପକୁ ତାଙ୍କର କିଛି ଫଲୋଅର୍ ପସନ୍ଦ କରୁଥିଲେ ମଧ୍ୟ ମାତ୍ରାଧିକକୁ ପସନ୍ଦ କରିନାହାନ୍ତି ।
Previous Post

ଚର୍ଚ୍ଚାରେ ରହିବାକୁ ବୈଜୟନ୍ତଙ୍କ ଫାର୍ସ ?

Next Post

ବାଉଳା ହେଲେଣି ବାବୁଲା

Next Post
ବାଉଳା ହେଲେଣି ବାବୁଲା

ବାଉଳା ହେଲେଣି ବାବୁଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA