Monday, July 27, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟବାବୁଙ୍କର ଜ୍ଞାନ ବହୁତ, କିନ୍ତୁ…

by Our Correspondent
02 Jun, 2020- 10:45 AM
in Latest News, News
1 min read
2
ସୌମ୍ୟବାବୁଙ୍କର ଜ୍ଞାନ ବହୁତ, କିନ୍ତୁ…
ଭୁବନେଶ୍ୱର: ଦୁଇବର୍ଷ ତଳେ ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶ ଆଗରେ ଆତ୍ମସପମର୍ପଣ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଆତୁର ହୋଇ ନବୀନଙ୍କୁ ଭେଟିବାକୁ ଲୁଚି ଲୁଚି ନବୀନ ନିବାସ ପଳାଇଥିଲେ । ନବୀନଙ୍କ ପ୍ରତି ପ୍ରେମ ଏମିତି ଉଛୁଳିଲା ଯେ ନିଜ ହାତରେ ଗଢ଼ିଥିବା ଆମ ଓଡ଼ିଶା ପାର୍ଟିକୁ ଭାଙ୍ଗି ଦେଇ ବିଜେଡ଼ିରେ ମିଶିଗଲେ । ତାପରେ ରାଜ୍ୟସଭା ଏମପି, ଏବେ ଏମଏଲଏ ।
ନିଜକୁ ସ୍ୱାଭିମାନୀ ସର୍ବୋପରି ଜୁନିୟର୍ ମଧୁବାବୁ ବୋଲାଉଥିବା ସୌମ୍ୟବାବୁ ନୀତି ଆଦର୍ଶର କଥା କହିବାର ଅଧିକାରକୁ ସେହିଦିନଠାରୁ ସମାଧି ଦେଇସାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ନବୀନଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିବା ଲୋକଟି ହଠାତ ନିଜର ସ୍ୱାର୍ଥ ପାଇଁ ତାଙ୍କର ଶରଣାପନ୍ନ ହେବା ପରେ ଲୋକେ ତାଙ୍କୁ ସମ୍ମାନ ଓ ମର୍ଯ୍ୟାଦାର ପୁରୁଷ ଭାବେ ଗ୍ରହଣ କରୁନାହାନ୍ତି କି ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି । ସବୁଠାରୁ ଲଜ୍ଜାର କଥା, ନିଜର ସ୍ୱାର୍ଥ ରକ୍ଷା ହୋଇ ନ ପାରିବାର ଜ୍ୱାଳାରେ ନିରୁପାୟ ସୌମ୍ୟବାବୁ ଏବେ ପୁଣି ବ୍ଲାକ୍ ମେଲିଂ ରାସ୍ତାକୁ ଫେରିଛନ୍ତି ।
ଅସ୍ତ୍ର ହୋଇଛି ତାଙ୍କର ସେହି ଖବର କାଗଜ । ବ୍ଲାକ୍ ମେଲିଂର ଏହି ଅସ୍ତ୍ରଟିକୁ ମାଧ୍ୟମ କରିଥିବା ସୌମ୍ୟବାବୁ ନିତିଦିନିଆ ଖବର ମାଡ଼ ରୁ ଆଗକୁ ଯାଇ ତାଙ୍କର ସମ୍ପାଦକୀୟ ସ୍ତମ୍ଭ ‘ଆମ ଘରର ହାଲଚାଲ’ ରେ ନବୀନଙ୍କୁ ପ୍ରଶଂସା ନାଁରେ କିନ୍ତୁ… ର ଖଣ୍ଡା ଦେଖାଇଛନ୍ତି । ସୋମବାର ଦିନ ତାଙ୍କ ସ୍ତମ୍ଭରେ ସେ ଶବ୍ଦ ର ଚତୁରତାରେ ନବୀନବାବୁଙ୍କୁ କଟୁ ସମାଲୋଚନା କରିଛନ୍ତି ।
ମୋଟାମୋଟି ଭାବେ, ନବୀନବାବୁଙ୍କର ୨୦ ବର୍ଷ ଶାସନ ତାଙ୍କୁ ଅତିଷ୍ଠ କରିଛି । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଆହ୍ୱାନ ତାଙ୍କ ମନରେ ବିଦ୍ରୋହ ସୃଷ୍ଟି କରିଛି । ଉତ୍କଳ ଗୌରବ ମଧୁବାବୁଙ୍କ କଥା ମନେ ପକାଇ ନିଜର ସ୍ୱାଭିମାନକୁ ଉଜ୍ଜିବିତ କରିଛନ୍ତି । ‘ବନ୍ଦେ ଉତ୍କଳ ଜଜନୀ’ ଗାନକୁ ଏକ ବିବାଦୀୟ ନିଷ୍ପତ୍ତି ଭାବେ ଚିତ୍ରଣ କରି ନବୀନବାବୁ ତାଙ୍କ ଆଚରଣରେ ପରିବର୍ତ୍ତନ ଆଣିବାକୁ ପରୋକ୍ଷରେ ଆହ୍ୱାନ ଦେଇଛନ୍ତି । ଏହା ହେଲେ ମଧୁବାବୁଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚୂନ ମାରିଛନ୍ତି ।
ମଜ୍ଜା କଥା, ସୌମ୍ୟବାବୁ ଲେଖିଛନ୍ତି ଯେ କାନ୍ତକବିଙ୍କ କାଳଜୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ଚିନ୍ତା ଉଦ୍ଦୀପକ ଓ ପ୍ରେରଣାଦାୟୀ ବୋଲି ତାଙ୍କର ଏବେ ଏବେ ଅନୁଭବ ହୋଇଛି । ବନ୍ଦେ ଉତ୍କଳ ଜନନୀକୁ ଏକ ବିଶେଷ ପରିବେଶରେ ସମୂହ ଗାନ କରି ଏବଂ ପରବର୍ତ୍ତୀ ସମୟରେ ତାର ପ୍ରତ୍ୟେକ ପଂକ୍ତିକୁ ନିଜ ଢ଼ଙ୍ଗରେ ଏବଂ ସରଳ ଭାବରେ ବୁଝିବାକୁ ଚେଷ୍ଟା କରି ଏହି ଅନୁଭବ ଆଣିଲେ । ତାହାହେଲେ ବିଧାନସଭା ଅଧିବେଶନର ଶେଷ ଦିନରେ ସାମୁହିକ ଗାନ କରାଯାଉଥିବା ‘ବନ୍ଦେ ଉତ୍କଳ ଜନନୀ’ ବେଳେ ସୌମ୍ୟବାବୁ ନିଜ ଆସନରେ ଶୋଇ ରହୁଥିଲେ କି? ଏହି ସଙ୍ଗୀତର ମର୍ମ ନ ବୁଝି ସେ ବିଧାନସଭାରେ ସଙ୍ଗୀତରେ ସଂସ୍କାର ଆଣି ନିୟମ ଲାଗୁ କରିବାକୁ ଦାବି କଲେ କେମିତି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ତେବେ ସେ ଯାହା ହେଉ, ଖବରକାଗଜରେ ସୌମ୍ୟବାବୁଙ୍କର ବାର୍ତ୍ତାକୁ ସାଧାରଣ ପାଠକ କିଭଳି ଗ୍ରହଣ କରିଛନ୍ତି ତାହା ସୋସିଆଲ୍ ମିଡ଼ିଆର ଟୀକା ଟିପ୍ପଣୀ ଦେଖିଲେ ଜାଣିପାରିବେ । ତାଙ୍କ ଲେଖନୀରେ ସେ ତାଙ୍କ ମତ ସହ ଓଡ଼ିଶାବାସୀଙ୍କୁ ଭାଗିଦାର କରିବାକୁ ଚେଷ୍ଟା କରିଛନ୍ତି । ପ୍ରଶ୍ନ ହେଉଛି ଯେ ଅମାପ ଧନ ସମ୍ପତ୍ତି, ପ୍ରତିଷ୍ଠା ଏବଂ ନିଜ ହାତରେ ଦୁଇ ଦୁଇଟି ଗଣମାଧ୍ୟମର ଶକ୍ତି ଧରିଥିବା ସୌମ୍ୟବାବୁ ନିଜର ସ୍ୱାର୍ଥ ପାଇଁ ଯଦି କ୍ଷଣକରେ ବଦଳି ପାରୁଛନ୍ତି, ତେବେ କାହାକୁ ସେ ସ୍ୱାଭିମାନର ଲଣ୍ଠନ ଦେଖାଉଛନ୍ତି?

ସୌମ୍ୟବାବୁ କ’ଣ ପାଇଁ ଏମିତି ବାଉଳା ହେଉଛନ୍ତି ତାହା ଓଡ଼ିଶାବାସୀ ସମସ୍ତଙ୍କୁ ଜଣା । ମନ୍ତ୍ରୀ ହୋଇପାରିଲେନି ବୋଲି ତାଙ୍କର ରାଗ ପ୍ରତିଶୋଧର ନିଆଁ ଧରିଛି । ବିଧାନସଭା ଟିକେଟ ହାତେଇବା ଦିନୁ ନିଜକୁ ନବୀନଙ୍କ ବିକଳ୍ପ ଭାବି ଦେଇଥିବା ଉଚ୍ଚାକାଂକ୍ଷୀ ସୌମ୍ୟବାବୁ ମନ୍ତ୍ରୀ ହୋଇ ନ ପାରିବା ତାଙ୍କ ଦୁଃଖର କାରଣ ।
ହେଲେ ସାଧାରଣରେ ପ୍ରଶ୍ନ, ନିଜର ସ୍ୱାର୍ଥ ପାଇଁ ପୁଣି ସ୍ୱାଭିମାନର କଥା କହି ଜନମତ ସୃଷ୍ଟି କରିବାକୁ ଉଦ୍ୟମ କାହିଁକି? ଜନ ସମର୍ଥନ ଲୋଡି ନବୀନଙ୍କ ହାତ ଧରିଥିଲେ କି? ସୌମ୍ୟଙ୍କ କ୍ଷମତା ଆଶା ମଉଳି ଯିବା ପରେ ସେ ତାଙ୍କର ଖବରକାଗଜ ଅସ୍ତ୍ରରେ ସାଣ ଦେଇ ନାହାନ୍ତି କି? ଦୁଇବର୍ଷ ତଳେ ଗିଳିଥିବା ନବୀନଙ୍କ ଆଦର୍ଶକୁ ଏବେ ଆଙ୍ଗୁଠି ପୂରେଇ ବାନ୍ତି କରୁନାହାନ୍ତି କି? ଓଡ଼ିଶାବାସୀଙ୍କୁ ଅସ୍ମିତା, ଭାଷା, ସାହିତ୍ୟ, ନୀତି, ଆଦର୍ଶର ପାଠ ପଢ଼ାଇବାର ଅଧିକାର ତାଙ୍କର ଅଛି କି?
ସୌମ୍ୟବାବୁଙ୍କୁ ଲୋକେ କାର୍ଟୁନ୍ କରୁଛନ୍ତି, ତେଣୁ ସେ ଲଜ୍ଜିତ ହେବା କଥା ବୋଲି ଅନେକ ପରାମର୍ଶ ଦେଇଛନ୍ତି । କୁହାଯାଉଛି, ଅର୍ଥ ଓ କ୍ଷମତା ପାଇଁ ସେ ସବୁ ସ୍ତରକୁ ଯାଇପାରନ୍ତି । ଅତୀତରେ ତାଙ୍କ ଶ୍ୱଶୁର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମଧ୍ୟ ସେ ନାମ ଦେବାକୁ ପଛାଇ ନାହାନ୍ତି । ନିଜର ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ନ ଥିବାରୁ କେତେବେଳେ ବିଜେପି, କେତେବେଳେ ଓଜିପି, କେତେବେଳେ କଂଗ୍ରେସ, କେତେବେଳେ ଆମ ଓଡ଼ିଶା ତ ଆଉ କେତେବେଳେ ବିଜେଡ଼ି ହେଉଛନ୍ତି ।
ସମ୍ଭବତଃ ଏବେ ବିଜେଡ଼ିରୁ ମୁହଁ ଫେରାଉଥିବାରୁ ଆଗକୁ କେଉଁ ଦଳକୁ ଯିବେ ଲୋକେ ତାହାର ମଜ୍ଜା ନେବା ପାଇଁ ଚାହିଁ ବସିଛନ୍ତି । ତେଣୁ ସୌମ୍ୟବାବୁ ଆଦର୍ଶବାଣୀ ନ କରି ନିଜର ମର୍ଯ୍ୟାଦା ପ୍ରତି ସଚେତନ ରହିବାଟା ଭଲ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
Previous Post

ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Next Post

ପଙ୍ଗପାଳ ଡର, ଉଚ୍ଚସ୍ତରୀୟ ସମୀକ୍ଷା

Next Post
ପଙ୍ଗପାଳ ଡର, ଉଚ୍ଚସ୍ତରୀୟ ସମୀକ୍ଷା

ପଙ୍ଗପାଳ ଡର, ଉଚ୍ଚସ୍ତରୀୟ ସମୀକ୍ଷା

Comments 2

  1. Bikram Sahoo says:
    6 years ago

    Absolutely right Bhai.

    Reply
  2. Ananta Basudev says:
    6 years ago

    Correct analysis

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA