Monday, May 25, 2026 05:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାଧିକାର କମିଟିରେ ଜାଗି, ଓଟିଭି ପାଇଁ ତାରାଙ୍କ ଡହଳବିକଳ

by Our Correspondent
28 Jan, 2019- 11:41 PM
in Latest News, News, Politics
1 min read
0
ସ୍ୱାଧିକାର କମିଟିରେ ଜାଗି, ଓଟିଭି ପାଇଁ ତାରାଙ୍କ ଡହଳବିକଳ
ଭୁବନେଶ୍ୱର: ଗତ ନଭେମ୍ବର ୨୦ ତାରିଖ ବିଧାନସଭାରେ ଓଟିଭି ବିରୋଧରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରି ଓଟିଭି କର୍ତ୍ତୃପକ୍ଷଙ୍କୁ ସମନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଆଜି ବିଧାନସଭା ସ୍ୱାଧିକାର କମିଟିରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜାଗିମଙ୍ଗତ ପଣ୍ଡା ।
ଗୃହ କମିଟି ଜାଗିଙ୍କୁ କ’ଣ ପଚାରିଲେ ଓ ସେ କ’ଣ ଉତ୍ତର ଦେଲେ ତାହା ସେ କହିନାହାନ୍ତି । ମାତ୍ର ସେଠାରୁ ଫେରି ଗଣମାଧ୍ୟମ ଆଗରେ ଦୁଇଟି କଥା କହିଛନ୍ତି । ପ୍ରଥମ: ଜଣେ ମହିଳା ଉଦ୍ୟୋଗୀ ଭାବରେ ପ୍ରଥମ ଥର ପାଇଁ ସେ ବହୁତ ହାରାସ୍ ଅନୁଭବ କରୁଛନ୍ତି । ଦ୍ୱିତୀୟ: ଓଟିଭି ସଦାସର୍ବଦା ନିରପେକ୍ଷ ସମ୍ବାଦ ପରିବେଷଣ କରେ । ଓଟିଭି ସାମ୍ବାଦିକମାନେ ଲିଖିତ ଚାର୍ଟର ଅନୁଯାୟୀ କାର୍ଯ୍ୟ କରନ୍ତି । ଓଟିଭି ମ୍ୟାନେଜମେଣ୍ଟ ଖବର ଉପରେ ହସ୍ତକ୍ଷେପ କରନ୍ତି ନାହିଁ ।
ଜାଗି ଜଣେ ସମ୍ମାନସ୍ପଦା ଓ ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀ । ଅତୀତରେ ସେ ଓ ତାଙ୍କ ପରିବାର ସରକାରଙ୍କଠାରୁ କ’ଣ ସହଯୋଗ ପାଇଛନ୍ତି ଏବଂ ଏବେ କ’ଣ ହୋଇଛି ତାହା ସମସ୍ତେ ଜାଣିଛନ୍ତି । ତାହା ଉପରେ ବହୁତ ଆଲୋଚନା ହୋଇସାରିଲାଣି । ବାକି ରହିଲା ତାଙ୍କ ଓଟିଭି କଥା । ୧୫/୧୬ ବର୍ଷ ଧରି ଓଟିଭି କେମିତି ଖବର କରୁଥିଲା ଏବଂ ଏବେ କେମିତି ଖବର କରୁଛି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ବର୍ଷ ବର୍ଷ ଧରି ବିଜେଡ଼ି ପ୍ରତି ଅନ୍ଧ ହୋଇ ନବୀନ ପଟ୍ଟନାୟକଙ୍କ ସ୍ତୁତିଗାନରେ ମାତିଥିଲା ଏହି ଓଟିଭି । ଏବେ କିନ୍ତୁ ଏହି ଓଟିଭି ଆଖିରେ ବିଜେଡ଼ି ଖରାପ ଓ ନବୀନ ଖଳନାୟକ । ଗାଁ ଗହଳିର ଅପାଠୁଆ ଦର୍ଶକ ବି ଏହା ବାରି ଦେଉଛନ୍ତି । ଏତିକି ବେଳେ ଚାର୍ଟର କଥା କହି ଚାନେଲ୍ କୁ ନିରପେକ୍ଷ ଦାବି କରିବା ଲୋକହସା ଛଡ଼ା କିଛି ନୁହେଁ । ଏଭଳି ତତ୍ତ୍ୱରେ ବୁଦ୍ଧିଜୀବୀଙ୍କ ବୁଦ୍ଧି ବି ହଜିଯାଉଛି ।
ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇ ଚର୍ଚ୍ଚାକୁ ଆସିଥିବା ତାରାପ୍ରସାଦ ବାହିନୀପତିଙ୍କ ଆଚରଣ ଉପରେ ଏବେ ନଜର ପକାଇବା । ନଭେମ୍ବର ୨୦ ତାରିଖ ବିଧାନସଭାରେ ଓଟିଭି ବିରୋଧରେ ତାରା ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ରେ ବାଚସ୍ପତିଙ୍କୁ କ’ଣ ଲେଖିଥିଲେ ପାଠକଙ୍କୁ ମନେ ପକେଇ ଦେଉଛୁ ।
ନଭେମ୍ବର ୧୯ ତାରିଖ ସଂଧ୍ୟାରେ “ଗୃହ କିଏ ଚଲୋଉଛି” ଶୀର୍ଷକରେ ଓଟିଭି ପ୍ରସାରିତ କରିଥିବା ଖବର ବିଧାନସଭାର ଗାରିମା କ୍ଷୂର୍ଣ୍ଣ କରୁଛି । ବିଧାନସଭାର କାର୍ଯ୍ୟବିଧି ଓ ନିୟମାବଳୀରେ ମାନ୍ୟବର ବାଚସ୍ପତିଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି । ବାଚସ୍ପତି ଯେଉଁ ବିଷୟରେ ଚାହିଁବେ ଗୃହର ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ବିଧାନସଭା ସଚିବଙ୍କ ସହ ପରାମର୍ଶ କରିପାରିବେ । ତେଣୁ ବାଚସ୍ପତି ଗୃହରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ପରାମର୍ଶ କରି କିଛି ଭୁଲ୍ କରିନାହାନ୍ତି । ଓଟିଭିରେ ଯେଉଁଭଳି ଢ଼ଙ୍ଗରେ ଖବର ପ୍ରସାରଣ କରାଯାଇଛି ତାହା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡୁଛି । ଏହାଦ୍ୱାରା ଗୃହର କାର୍ଯ୍ୟଧାରା ଓ ପରିଚାଳନାକୁ ନେଇ ଲୋକଙ୍କୁ ଭୁଲ ବାର୍ତ୍ତା ଦିଆଯାଉଛି । ଏହା ଗୃହର ସ୍ୱାଧିକାର ଭଙ୍ଗ କରିଥିବାରୁ ସଂପୃକ୍ତ ଟିଭି ଚାନେଲ ସଂସ୍ଥା ବିରୋଧରେ ବିହିତ କାର୍ଯ୍ୟ ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ।
ବିଧାନସଭାରେ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଲା କ୍ଷଣି ଓଟିଭି ଟାର୍ଗେଟ୍ କୁ ଆସିଗଲେ ତାରା(ନିଜେ ତାରା ଓଟିଭିରେ ଏହା କହି ଅଭିମାନ ଢ଼ାଳିଛନ୍ତି) । ତାରାଙ୍କ ବିରୋଧରେ ଟାଣି ଓଟାରି ଖବର ଆଣି ଓଟିଭି ଲଗାତର ପିଟି ଚାଲିଲା । ହଠାତ୍ କ’ଣ ହେଲା କେଜାଣି ତାରାଙ୍କୁ ଅଚାନକ ଓଟିଭି ‘ଖୋଲାକଥା’(୧୩ ଡିସେମ୍ବର)ରେ ଦେଖିବାକୁ ମିଳିଲା । ସେଥିରେ ତାରାଙ୍କ ସ୍ୱର ବଦଳିଯାଇଥିଲା । ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ସେ ନିଜ ଜାଣତରେ କି ଇଚ୍ଛାରେ ଆଣିନାହାନ୍ତି ବୋଲି ଅତି ନିର୍ଲଜ ସଫେଇ ଦେଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତା ଓ ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ୪୫ ମିନିଟ୍ କାଳ ଆଲୋଚନା ହୋଇ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେବାକୁ ନିଷ୍ପତ୍ତି ହୋଇଥିଲା ବୋଲି ତାରା କହିଥିଲେ । ସେ ନିଜେ ଏହି ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ନିଷ୍ପତ୍ତି ହେଲା ବେଳକୁ କୁଆଡ଼େ ଅନ୍ୟମନସ୍କ ହୋଇଯାଇଥିଲେ । ତାଙ୍କ ଦସ୍ତଖତରେ ନୋଟିସ୍ ଦେବାକୁ କୁହାଯିବାରୁ ସେ ଲେଖାଟିକୁ ନ ଦେଖି ଦସ୍ତଖତଟି ମାରିଥିଲେ ।
ଓଟିଭି ଆଗରେ ନିଜକୁ ନିଦେ୍ର୍ଦାଷ ସଫେଇ ଦେଇ ସେଦିନ ଖୋଲାକଥାରେ ଏମିତି କିଛି କଥା କହିଥିଲେ ତାରା । ଓଟିଭିକୁ ତେଲ ମାରିବାରେ ସେ ଏମିତି ଅନ୍ଧ ହୋଇଯାଇଥିଲେ ଯେ ବିଧାନସଭାରେ ନିଜର ପଦମର୍ଯାଦା କ’ଣ ତାହାକୁ ଭୁଲିଯାଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା । ନିଜେ ଅଜ୍ଞାନୀ ବୋଲି ତାରା ବିନା ବାଛବିଚାର ଓ ବିନା ଘୃଣାରେ ଲୋକଙ୍କୁ ଜଣାଇ ଦେଇଥିଲେ ।
ତାରାଙ୍କ ଏହି ‘ଖୋଲାକଥା’ ପରେ ଓଟିଭି ଆଖିରେ ସେ ଗେହ୍ଲାପୁଅ ହୋଇଗଲେ । ତାଙ୍କ ବିରୋଧରେ ଆଉ ଖବର ବାଜିଲାନି ।
ଇତିମଧ୍ୟରେ ସେ ଓଟିଭି ବିରୋଧରେ ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ କୁ କୁଆଡ଼େ ପ୍ରତ୍ୟାହାର କରିନେଇଥିଲେ ବୋଲି ଆଜି ଦାବି କରିଛନ୍ତି । ବାଚସ୍ପତିଙ୍କୁ ଏହା ଲେଖିକି ଦେଇଥିଲେ ବୋଲି କହିଛନ୍ତି । ଏହା କେତେ ସତ ତାଙ୍କୁ ଜଣା ଥିବ । ହେଲେ ଖୋଦ୍ ଓଟିଭି ଏହି ଖବରଟି ଜାଣିପାରି ନ ଥିଲା । ଖାଲି ସେତିକି ନୁହେଁ, ବିଧାନସଭା ସ୍ୱାଧିକାର କମିଟି ଗତ ଜାନୁଆରୀ ୨୧ ତାରିଖରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜାଗିମଙ୍ଗତ ପଣ୍ଡାଙ୍କୁ ୨୮ ତାରିଖରେ ହାଜର ପାଇଁ ସମନ୍ କରିଥିଲେ । ମାତ୍ର ସେଦିନ ତାରା ସେମିତି କିଛି କହି ନ ଥିଲେ ଯାହା ଆଜି କହିଛନ୍ତି ।
Previous Post

ପରକୀୟା ପ୍ରୀତିରେ ନେତ୍ରୀ, ପ୍ରେମିକଙ୍କ ପତ୍ନୀଙ୍କୁ ହତ୍ୟା ଉଦ୍ୟମ !

Next Post

ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦ ଗାଏବ

Next Post
ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦  ଗାଏବ

ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦ ଗାଏବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA