Monday, May 25, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହଟିବେ ୩ କ୍ୟାବିନେଟ୍ ମନ୍ତ୍ରୀ !

by Our Correspondent
02 Jan, 2019- 11:35 AM
in Latest News, News, Politics
1 min read
0
ହଟିବେ ୩ କ୍ୟାବିନେଟ୍ ମନ୍ତ୍ରୀ !
ଭୁବନେଶ୍ୱର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସରକାରର ଭାବମୂର୍ତ୍ତି ଓ ଦଳୀୟ ବିଶୃଙ୍ଖଳା ସଜାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇବା ତାଙ୍କର ଲକ୍ଷ୍ୟ ରହିଛି । ୩ କ୍ୟାବିନେଟ୍ ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯାନ ଆରମ୍ଭ କରିବେ । ଦିନେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେ କୌଣସି ମୁହୁର୍ତ୍ତରେ ୩ ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯିବ । ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ଲଗାଯିବ ।
ସୂଚନା ଅନୁଯାୟୀ, ବାଦ୍ ପଡ଼ିବାକୁ ଯାଉଥିବା ଏହି ୩ ମନ୍ତ୍ରୀଙ୍କ ମଧ୍ୟରୁ ଦୁଇଜଣ ଉପକୂଳ ଜିଲ୍ଲାର ହୋଇଥିବା ବେଳେ ଜଣେ ଦକ୍ଷିଣ ଓଡ଼ିଶାର । ବିଭିନ୍ନ ପ୍ରସଙ୍ଗରେ ଦଳ ଓ ସରକାରଙ୍କ ପାଇଁ ସେମାନେ ଅଡୁଆ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବଳ କ୍ଷୁବ୍ଧ କରିଛି । ସେମାନଙ୍କୁ ସରକାରରେ ରଖି ଆଗକୁ ବଢ଼ିଲେ ବିପଦ । ବିରୋଧୀ ଦଳ ପାଇଁ ଖୋରାକି ହେବ । ସରକାର ଆହୁରି ବଦନାମ ହେବେ । ଦଳ ପାଇଁ ଅପବାଦ ବଢ଼ିବ । ଏହାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରିସାରିଲେଣି । ଦଳ ଓ ସରକାରର ଭାବମୂର୍ତ୍ତି ରକ୍ଷା କରିବାକୁ ହେଲେ ଏମାନଙ୍କୁ ହଟାଇବା ଛଡ଼ା ଅନ୍ୟ ବାଟ ନାହିଁ । ତେବେ ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରି ଦଳୀୟ ସନ୍ତୁଳନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱ ଦେଇ ଥଇଥାନ କରାଯିବ ।
ସେହିଭଳି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ବିରୋଧୀଙ୍କ କଡ଼ା ମୁକାବିଲା ପାଇଁ ଦଳୀୟସ୍ତରରେ ଗୋପନ ରଣନୀତି ପ୍ରସ୍ତୁତ ହୋଇଛି । ଏହିକ୍ରମରେ କିଛି ନେତାଙ୍କ ହାତରେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ନିଜେ ଏସବୁର ତଦାରଖ କରିବେ । ପଞ୍ଚମ ଥର ପାଇଁ କ୍ଷମତା ଫେରିବା ଆଶାରେ ରହିଥିବା ମୁଖ୍ୟମନ୍ତ୍ରୀ ପୂର୍ବର ସବୁ ନିର୍ବାଚନଠାରୁ ଏଥର ନିର୍ବାଚନକୁ ଅଧିକ ଚାଲେଂଜ ଭାବେ ଗ୍ରହଣ କରିଛନ୍ତି । ସେହି ଅନୁଯାୟୀ ନିଜର ଆଭିମୁଖ୍ୟକୁ ଟାଣ କରିଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।
Previous Post

କେଉଁ ରାଶି ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୧୯ ଜାଣନ୍ତୁ

Next Post

ସରକାରୀ ଡାଏରୀରେ ଗୁରୁଚଣ୍ଡାଳ ଦୋଷ

Next Post
ସରକାରୀ ଡାଏରୀରେ ଗୁରୁଚଣ୍ଡାଳ ଦୋଷ

ସରକାରୀ ଡାଏରୀରେ ଗୁରୁଚଣ୍ଡାଳ ଦୋଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA