Sunday, August 23, 2026 04:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହାତ ଟେକିଦେଲେ କମଲନାଥ

by Our Correspondent
20 Mar, 2020- 03:25 PM
in Latest News, News
1 min read
0
ହାତ ଟେକିଦେଲେ କମଲନାଥ
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ହାତ ଟେକି ଦେଇଛନ୍ତି କମଲନାଥ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆସ୍ଥା ଭୋଟରେ ପରାଜୟ ସୁନିଶ୍ଚିତ ଜାଣି ସେ ଆଗୁଆ ଇସ୍ତଫା ଦେଇଛନ୍ତି । କହିଛନ୍ତି, କଂଗ୍ରେସ ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହରାଇଛି । ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ କ୍ଷମତା ଲୋଭୀ ‘ମହାରାଜା’ ଙ୍କୁ ବିଜେପି କ୍ଷମତାର ଥୋପ ଦେଇ ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିବାରେ ସଫଳ ହୋଇଛି । କ୍ଷମତା ଅକ୍ତିଆର ପାଇଁ ବିଜେପି କିଭଳି କୋଟି କୋଟି ଟଙ୍କା ଉଡ଼ାଇଲା ତାହା ଜନସାଧାରଣ ଦେଖିଲେ ବୋଲି କହିଛନ୍ତି କମଲନାଥ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟ ପାଲଟ ହେଲା । ସିନ୍ଧିଆଙ୍କ ସମର୍ଥକ ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଲନାଥ ସରକାର ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଥିଲା । ସରକାର ବଞ୍ଚାଇବାକୁ ୧୦୪ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ ମେଣ୍ଟ ସହଯୋଗୀ ୭ ଜଣ ବିଧାୟକଙ୍କୁ ମିଶାଇ କଂଗ୍ରେସ ହାତରେ ରହିଲେ ୯୯ ବିଧାୟକ । ଅର୍ଥାତ୍ ସଂଖ୍ୟା ଗରିଷ୍ଠତାଠାରୁ ୫ ସଂଖ୍ୟା କମ୍ ଥିଲା । ସେପଟେ ୧୦୭ ବିଧାୟକ ସଂଖ୍ୟା ସହ ଶିବରାଜ ସିଂ ଚୌହାନ କ୍ଷମତାକୁ ଫେରିବାର ବାଟ ପରିଷ୍କାର ହୋଇଯାଇଥିଲା । ଅବଶ୍ୟ ଆଜି ନାଟକୀୟ ଘଟଣାକ୍ରମରେ ଜଣେ ବିଜେପି ବିଧାୟକ ଇସ୍ତଫା ଦେଇଥିଲେ । ତେବେ ସରକାର ଗଠନ ପାଇଁ ୧୦୬ ବିଧାୟକଙ୍କ ସମର୍ଥନ ଦରକାର ଥିବାରୁ ବିଜେପି ଉପରେ ତାହାର ପ୍ରଭାବ ପଡ଼ିନାହିଁ ।
ଜ୍ୟୋତିରାଦିତ୍ୟଙ୍କ କ୍ୟାମ୍ପ୍ ର ୨୨ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଓ ଇସ୍ତଫା ପରେ ସରକାର ସଙ୍କଟରେ ପଡ଼ିଥିବା ବେଳେ ବିଜେପି ସେମାନଙ୍କୁ ବେଙ୍ଗାଲୁରୁ ନେଇଯାଇ ଏକ ହୋଟେଲ୍ ରେ ରଖିଥିଲା । ସରକାର ବଞ୍ଚାଇବାକୁ କମଲନାଥ ଗୋଟିଚାଳନା କରି ସମୟ ଗଡ଼ାଇବାକୁ ଚାହୁଁଥିଲା ବେଳେ ଆଜି(ଶୁକ୍ରବାର) ୫ଟା ସୁଦ୍ଧା ବିଧାନସଭାରେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ଗୃହରେ ଆଜି ସଂଖ୍ୟା ଗରିଷ୍ଠତା ବା ଫ୍ଲୋର୍ ଟେଷ୍ଟ୍ ର ପ୍ରମାଣ ଦେବା ପୂର୍ବରୁ କମଲନାଥ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ଘୋଷଣା କରିଛନ୍ତି ।
Previous Post

ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ

Next Post

କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ

Next Post
କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ

କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA