Monday, May 25, 2026 08:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୃଦୟ ଜିଣିଲେ ଆରପି, ବଳିପଡ଼ିଲେ କେବି-ବିକେ

by Our Correspondent
30 Aug, 2017- 09:08 PM
in Latest News, News
1 min read
0
ହୃଦୟ ଜିଣିଲେ ଆରପି, ବଳିପଡ଼ିଲେ କେବି-ବିକେ
ଭୁବନେଶ୍ୱର: ଡାକ୍ତର ରାଜେନ୍ଦ୍ର ପ୍ରସାଦ(ଆରପି) ଶର୍ମା ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଲିସ ମୁଖ୍ୟ(ଡିଜିପି) ପଦରେ ବସାଇଛନ୍ତି । ଭିଜିଲାନସ୍ ନିର୍ଦ୍ଦେଶକ ଥିବା ଡାକ୍ତର ଶର୍ମାଙ୍କୁ କେବି ସିଂହଙ୍କ ଜାଗାରେ ଅବସ୍ଥାପିତ କରାଯାଇଛି । ବିଦାୟୀ ଡିଜି କେବିଙ୍କୁ ଓଏସଆରଟିସିର ଅଧ୍ୟକ୍ଷ/ସିଏମଡି ପଦରେ ବସାଯାଇଛି । ଡିଜିପି ପଦ ପାଇଁ ଚର୍ଚ୍ଚାରେ ଥିବା କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମାଙ୍କୁ ଜେଲ୍ ବିଭାଗର ଡିଜି ପଦ ଦିଆଯାଇଛି । ଜେଲ୍ ବିଭାଗର ଏଡିଜି ପଦରେ ଥିବା ଅରୁଣ ରାୟଙ୍କୁ ଏଡିଜି, ପୁଲିସ ହେଡକ୍ୱାଟର୍ ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମୋହର ପାଇଲା ପରେ ଆଜି ସଂଧ୍ୟାରେ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅତ୍ୟନ୍ତ ଦକ୍ଷ, ସଚ୍ଚୋଟ ଓ ନିର୍ବିବାଦୀୟ ପୁଲିସ ଅଫିସର ଭାବେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କର ଖ୍ୟାତି ରହିଛି । ୧୯୮୬ ବ୍ୟାଚର ଆଇପିଏସ୍ ଆରପି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନ୍ ଦିଲ୍ଲୀଠାରେ ଅବସ୍ଥାପିତ ଥିଲେ । ସେହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ । ଡ୍ରଗସ୍ ଏବଂ କ୍ରାଇମ୍ ଉପରେ କାର୍ଯ୍ୟ କରୁଥିବା ୟୁନାଇଟେଡ଼ ନେସନସ୍(ୟୁଏନ୍) ର ‘ଆଣ୍ଟି କରପସନ୍ ଆଣ୍ଡ କ୍ରାଇମ୍ ପ୍ରିଭେନସନ୍ ଏକ୍ସପର୍ଟ’ ର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା । ୨୦୧୩ ରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରାଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କମିଶନରେଟ୍ ପୁଲିସର କମିଶନର ଦାୟିତ୍ୱ ଦେଇଥିଲେ । ପୁଲିସ କମିଶନର ଭାବେ ସେ ଭୁବନେଶ୍ୱର କମିଶନରେଟ୍ ପୁଲିସକୁ ନୂଆ ଦିଶା ଦେଇଥିଲେ । ଭିଜିଲାନସ୍ ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର କାର୍ଯ୍ୟକୁ ବେଶ୍ ତାରିଫ୍ ମିଳିଥିଲା ।
ଡିଜିପି ଦୌଡ଼ରେ ଆରପି ଶର୍ମା ଓ ବିଜୟ ଶର୍ମାଙ୍କ ନାଁକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା । କେବି ସିଂହଙ୍କ କାର୍ଯ୍ୟଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ହଟିପାରନ୍ତି ବୋଲି କୁହାଯାଉଥିଲା । ତେବେ ତାଙ୍କ ଜାଗାରେ ଆରପି ଓ ବିଜୟ କାହାରିକୁ ଅବସ୍ଥାପିତ କରାଯିବ କୁଆଡେ ନିଷ୍ପତ୍ତି ହୋଇପାରୁ ନଥିଲା । ନୂଆ ଡିଜିପି ନିଯୁକ୍ତି ସଂକ୍ରାନ୍ତୀୟ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦୀର୍ଘ ୮ ମାସ ଧରି ପଡ଼ିଥିଲା ବୋଲି କୁହାଯାଉଛି । ତେବେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଆରପି ଡିଜିପି ପଦ ପାଇଁ ଉପଯୁକ୍ତ ବୋଲି ବିଚାର କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଡିଜିପି ଆଶାୟୀ ବିଜୟ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱହୀନ ଜେଲ୍ ବିଭାଗର ଡିଜି ପଦରେ ବସାଇଛନ୍ତି । ଓଏସଆରଟିସି ଓ ଜେଲ୍ ବିଭାଗ ମୁଖ୍ୟ ପଦକୁ ସାଧାରଣରେ ପନିସମେଣ୍ଟ ପଦ ବୋଲି ବିଚାର କରାଯାଉଥିବାରୁ କେବି ସିଂହ ଓ ବିଜୟ ଶର୍ମାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆଦୌସନ୍ତୁଷ୍ଟ ନ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ନୂଆ ଡିଜିପି ଭାବେ ଆରପି ଶର୍ମାଙ୍କ ନିଯୁକ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକଣା ପଦକ୍ଷେପ ନେଇଥିବା କୁହାଯାଉଛି ।
Previous Post

ମହାନଦୀ: ପୁଣି ଧକ୍କା ଖାଇଲା ଛତିଶଗଡ

Next Post

ଧରାପଡ଼ିଲା ମହାନଦୀ ଆନ୍ତରିକତା !

Next Post
ଧରାପଡ଼ିଲା ମହାନଦୀ ଆନ୍ତରିକତା !

ଧରାପଡ଼ିଲା ମହାନଦୀ ଆନ୍ତରିକତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA