Tuesday, May 26, 2026 06:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

by Our Correspondent
16 May, 2018- 11:00 PM
in Latest News, Politics
1 min read
0
ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

– ସଂଖ୍ୟା ନ ଥାଇ ବିଜେପି ଦେଖାଇବ ସଂଖ୍ୟାର ଖେଳ
– ରାଜ୍ୟପାଳଙ୍କ ନିଷତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା କଂଗ୍ରେସ
– ହୋଟେଲରେ ନଜରବନ୍ଦୀରେ ରହିଲେ କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକ

ବେଙ୍ଗାଲୁରୁ: ବି.ଏସ୍. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଶେଷରେ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ବଜୁଭାଇ ବାଲା । ଆସନ୍ତାକାଲି ସକାଳ ୯ଟାରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତୃତୀୟ ଥର ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ସରକାର ଗଠନ ପାଇଁ ସଂଖ୍ୟା ନ ଥିଲେ ମଧ୍ୟ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ତାଙ୍କୁ ୧୫ ଦିନ ସମୟ ବି ଦେଇଛନ୍ତି । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଆଜି ରାତିରେ ସୁପ୍ରିମକୋର୍ଟରେ ଚାଲେଂଜ କରିଛି କଂଗ୍ରେସ । ଏଇ ରାତିରେ ହିଁ ଏହାର ଫଇସଲା ପାଇଁ ଦଳ ଅଡ଼ିବସିଛି ।
ବିଜେପିର ୧୦୪ ଜଣ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ଦଳକୁ ସମର୍ଥନ କରୁଛନ୍ତି । ତେବେ ମ୍ୟାଜିକ୍ ସଂଖ୍ୟା ପାଇଁ ବିଜେପିକୁ ଆଉ ୭ଟି ଆସନ ଦରକାର । ସେତିକି ନ ଥାଇ ବିଧାନସଭାରେ ସେମାନେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ରାଜ୍ୟପାଳ ବିଜେପିର ସଂଖ୍ୟା ଜାଣି ମଧ୍ୟ ତାଙ୍କୁ ସରକାର ଗଠନର ସୁଯୋଗ ଦେଇଛନ୍ତି । ଏହା ଘୋଡ଼ାବେପାରର ରାସ୍ତା ଦେଖାଇଥିବା କୁହାଯାଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କଂଗ୍ରେସ ଓ ଜେଡ଼ିଏସ୍ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟପାଳ ରୁଲ୍ ବୁକ୍ ଫଲୋ କରିନାହାନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ ବର୍ଷିଛି ।
ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତି କୁ ଦେଶର ସାମ୍ବିଧାନିକ ବିଶେଷଜ୍ଞମାନେ ବିଭିନ୍ନ ଦୃଷ୍ଟିରେ ତର୍ଜମା କରିଛନ୍ତି । ରାଜ୍ୟପାଳ ସଂଖ୍ୟା ଗରିଷ୍ଠ ଦଳକୁ ସରକାର ଗଠନର ଆମନ୍ତ୍ରଣ କରି କିଛି ଭୁଲ୍ କରିନାହାନ୍ତି । ବୋମାଇ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସେମାନେ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଉଭୟ ନୀତି ଓ ନୈତିକାର ପ୍ରଶ୍ନ ଛାଡ଼ିଛନ୍ତି କିଛି ବିଶେଷଜ୍ଞ । ବିଜେପିର ସଂଖ୍ୟା ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ ଦେଖୁଥିଲେ ମଧ୍ୟ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେବା ଅନୈତିକ କାର୍ଯ୍ୟ । ଏହାଦ୍ୱାରା ଘୋଡ଼ାବେପାରକୁ ପ୍ରୋତ୍ସାହନ କରାଯାଇଛି ବୋଲି ସେମାନେ କହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଗୋଆ, ମଣିପୁର, ମେଘାଳୟ, ବିହାର ଆଦି ରାଜ୍ୟରେ ବିଜେପିର ସଂଖ୍ୟା ଗରିଷ୍ଠତା ନ ଥିଲେ ମଧ୍ୟ ଦଳ ନେତୃତ୍ୱରେ ନିର୍ବାଚନ ପରବର୍ତ୍ତୀ ଗଠବନ୍ଧନକୁ ସରକାର ଗଠନର କିଭଳି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ।
ବିଜେପିକୁ ସରକାର ଗଠନର ସୁଯୋଗ ଦେବା ପରେ ରାଜ୍ୟପାଳଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ଉଭୟ କଂଗ୍ରେସ ଓ ଜେଡ଼ିଏସ୍ । ରାଜ୍ୟପାଳ ଭଳି ସାମ୍ବାଧାନିକ ପଦବୀରେ ବସି ବାଜୁଭାଇ ବାଲା ବିଜେପି ପ୍ରେମ ଛାଡ଼ିନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ରାଜ୍ୟପାଳ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକଙ୍କୁ ନିଜ ପକ୍ଷକୁ ନେବାକୁ ବିଜେପି ୧୦୦ କୋଟି ଟଙ୍କା ଅଫର୍ କରୁଥିବା ଜେଡ଼ିଏସ୍ ସଭାପତି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି । ନିଜ ଦଳର ବିଧାୟକଙ୍କୁ ବିଜେପି ପୋଚିଂ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ବି ଅଭିଯୋଗ କରିଛି ।
ଏଥିସହ ଗତକାଲିଠାରୁ ବେଙ୍ଗାଲୁରୁରେ ଡେରା ପକାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ.ପି.ନଡ୍ଡାଙ୍କ ଉପସ୍ଥିତିକୁ ସେମାନେ ପ୍ରଶ୍ନ କରିଛନ୍ତି । ଇତିମଧ୍ୟରେ କଂଗ୍ରେସ ଓ ଜେଡ଼ିଏସ୍ ର ସବୁ ବିଧାୟକଙ୍କୁ ବେଙ୍ଗାଲୁରୁର ଇଗଲ୍ ହୋଟେଲରେ ରଖାଯାଇଛି । ସଂପୃକ୍ତ ହୋଟେଲର ମାଲିକ ହେଉଛନ୍ତି ଜଣେ କଂଗ୍ରେସ ବିଧାୟକ । ବିଧାୟକମାନେ କାହା ସମ୍ପର୍କରେ ନ ରହିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ବିଜେପି ଯେତେ ଉଦ୍ୟମ କଲେ ବି କଂଗ୍ରେସ କି ଜେଡ଼ିଏସ୍ ର କୌଣସି ବିଧାୟକଙ୍କୁ କିଣିବାର ପ୍ରଶ୍ନ ଉଠୁନାହିଁ ବୋଲି ଉଭୟ ଦଳ ଦମ୍ଭ ଦେଖାଇଛନ୍ତି ।
ଆଜି ଅପରାହ୍ନରେ ରୋଚକ ମୋଡ଼ରେ ପହଞ୍ଚଥିଲା କର୍ଣ୍ଣାଟକ ରାଜନୀତି । କଂଗ୍ରେସର ୭୭ ବିଧାୟକ ଏକ ବସ୍ ରେ ରାଜଭବନ ଯାଇଥିଲେ । ଜେଡ଼ିଏସ୍ ର ୩୫ ବିଧାୟକ ବି ଅନ୍ୟ ଏକ ବସ୍ ରେ ପହଞ୍ଚିଥିଲେ । ସରକାର ଗଠନ ଦାବିରେ ରାଜଭବନ ଆଗରେ ସେମାନେ ମେଳି କରିଥିଲେ । ପରେ ଦୁଇଦଳର ନେତା ସିଦ୍ଧରମୈୟା ଏବଂ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ୧୧୭ ବିଧାୟକଙ୍କ ସମର୍ଥନର ଚିଠି ପ୍ରଦାନ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରନ୍ତୁ ବୋଲି ସେମାନେ ଦାବି ଜଣାଇଥିଲେ । ହେଲେ ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳକୁ ୟେଦୁରପ୍ପା ହିଁ ପ୍ରଥମେ ରାଜ୍ୟପାଳ ତାଙ୍କୁ ସରକାର ଗଠନର ଆମନ୍ତ୍ରଣ ଦେଇଥିବା ଟ୍ୱିଟ୍ କରି ଜଣାଇଥିଲେ । ପରେ ରାଜଭବନ ପକ୍ଷରୁ ଏହା ସୁନିଶ୍ଚିତ କରାଯାଇଛି ।
Previous Post

କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର

Next Post

ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

Next Post
ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA