ଭୁବନେଶ୍ୱର: ଉଚ୍ଚ ପ୍ରଶାସନିକସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସମୁଦାୟ ୨୩ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜିଲ୍ଲାପାଳ । ପୁରୀ, କଟକ, ଗଂଜାମ, କେନ୍ଦ୍ରାପଡ଼ା, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଓ ଦେବଗଡ଼ରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି କରାଯାଇଛି । ନୂଆ ପଦବୀରେ ନିଯୁକ୍ତି ପାଇଥିବା ଅଫିସରମାନେ ହେଲେ-
ଡି.ଭି.ସ୍ୱାମୀ- ନିଯୁକ୍ତି କମିଶନର ତଥା ସିଇଓ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ
ଗିରିଶ ଏସ.ଏନ- ଏମ.ଡି, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ
ମହେନ୍ଦ୍ର କୁମାର ମଲ୍ଲିକ- ଆରଡିସି, ସମ୍ବଲପୁର
ଡ. ଜୱାଲେ ନୀତିନ ଭାନୁଦାସ- ଅତିରିକ୍ତ ସଚିବ, ଶିଳ୍ପ ବିଭାଗ
ଶ୍ରୀକାନ୍ତ ପୃଷ୍ଟି- ଅତିରିକ୍ତ ସଚିବ, ବୟନ ଓ ହସ୍ତତନ୍ତ
ପ୍ରଶାନ୍ତ କୁମାର ସେନାପତି- ନିର୍ଦ୍ଦେଶକ,ଏଏଚ ଆଣ୍ଡ ଭିଏସ(ଅତିରିକ୍ତ ଦାୟିତ୍ୱ)
ପାଟିଲ ରାଜେଶ ପ୍ରଭାକର- ପର୍ଯ୍ୟଟନ ନିର୍ଦ୍ଦେଶକ
ଦାଶରଥୀ ଶତପଥୀ- ଜିଲ୍ଲାପାଳ, କେନ୍ଦ୍ରାପଡ଼ା
ମଧୁସୂଦନ ମିଶ୍ର- ଜିଲ୍ଲାପାଳ, ସୁବର୍ଣ୍ଣପୁର
ଅଞ୍ଜନ କୁମାର ମାଣିକ-ଶ୍ରମ କମିଶନର
ଅରବିନ୍ଦ ଅଗ୍ରୱାଲ୍- ଜିଲ୍ଲାପାଳ, କଟକ
ସୁଶାନ୍ତ ମହାପାତ୍ର- ନିର୍ଦ୍ଦେଶକ, ଏସଏସ ଆଣ୍ଡ ଇପିଡି
ଅମରେନ୍ଦ୍ର କୁମାର ପଟ୍ଟନାୟକ- ବୟନିକା ନିର୍ଦ୍ଦେଶକ
ଡ. ଏମ୍.ମୁଥୁକୁମାର- ନିର୍ଦ୍ଦେଶକ, ଉଦ୍ୟାନ(ଅତିରିକ୍ତ ଦାୟିତ୍ୱ)
ଡ. ବିଜୟ କେତନ ଉପାଧ୍ୟାୟ- ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ସୁଧାଂଶୁ ମୋହନ ସାମଲ- ଜିଲ୍ଲାପାଳ, ଦେବଗଡ଼
ପ୍ରେମ୍ ଚନ୍ଦ୍ର ଚୌଧୁରୀ- ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ
ରେଘୁ. ଜି- ଉପସଚିବ, ଜଳସମ୍ପଦ
କେ.ଭି.ଅମୃତା- ଜିଲ୍ଲାପାଳ, ଗଞ୍ଜାମ
ଡ. ଗଭଲି ପରାଗ ହର୍ଷଦ- ଜିଲ୍ଲାପାଳ, କଳାହାଣ୍ଡି
ଆବୋଲି ସୁନୀଲ ନର୍ଭାଣେ- ପିଏ, ଆଇଟିଡିଏ, ନୀଳଗିରି(ଅତିରିକ୍ତ ଦାୟିତ୍ୱ)
ଜ୍ୟୋତିପ୍ରକାଶ ଦାସ- ଜିଲ୍ଲାପାଳ, ପୁରୀ
ସୀତାଶୁଂ କୁମାର ରାଉତ- ଜିଲ୍ଲାପାଳ, ବୌଦ୍ଧ