Thursday, September 3, 2026 02:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୪ ବର୍ଷ ପରେ ଦେଶର ଶିକ୍ଷାନୀତିରେ ପରିବର୍ତ୍ତନ

by Our Correspondent
29 Jul, 2020- 10:46 PM
in Latest News, National, News
1 min read
0
୩୪ ବର୍ଷ ପରେ ଦେଶର ଶିକ୍ଷାନୀତିରେ ପରିବର୍ତ୍ତନ
ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ
ନୂଆ ଶିକ୍ଷା ନୀତିକୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପଞ୍ଚମ ଶ୍ରେଣୀ  ଯାଏ ଶିକ୍ଷାଦାନର ମାଧ୍ୟମ ରହିବ ମାତୃଭାଷା କିମ୍ବା ସ୍ଥାନୀୟ ବା ଆଞ୍ଚଳିକ ଭାଷା । ସ୍କୁଲରେ ମିଶିଲା ଯୁକ୍ତ ଦୁଇ । ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଏବଂ ଇଣ୍ଟର୍ନସିପ ଲାଗୁ ହେବ । ବାଚଲର୍ସ ଡିଗ୍ରୀ 4 ବର୍ଷିଆ ହୋଇଛି ଏବଂ ବନ୍ଦ ହୋଇଛି ଏମଫିଲ୍ ପାଠ୍ୟକ୍ରମ । ସବୁ ସ୍ତରରେ ସଂସ୍କୃତ ଶିକ୍ଷା ପାଇଁ ସୁଯୋଗ ରହିଥିବା ବେଳେ ସେକେଣ୍ଡାରୀ ସ୍ତରରୁ ବିଦେଶୀ ଭାଷା ଶିକ୍ଷା ପାଇଁ ସୁଯୋଗ ରହିଛି । ତେବେ କୌଣସି ନିର୍ଦ୍ଦିଷ୍ଟ ଭାଷା ପଢ଼ିବାକୁ ସେମିତି କିଛି ବାଧ୍ୟବାଧ୍ୟକତା ନାହିଁ ।
ଆଇନ୍ ଏବଂ ମେଡିକାଲ୍ ପାଠ୍ୟକ୍ରମକୁ ଛାଡ଼ିଦେଲେ, ଅନ୍ୟସବୁ ଉଚ୍ଚଶିକ୍ଷା ପାଇଁ ହେବ ସିଙ୍ଗଲ୍ ରେଗୁଲେଟର୍ । ଏଥିପାଇଁ ଗଠନ ହେବ Higher Education Council of India ବା HECI । ଏହା ଅଧୀନରେ ରହିବ National Higher Education Regulator, ଶିକ୍ଷାର ମାନ ନିର୍ଦ୍ଧାରଣ କରିବାକୁ General Education Council, ପାଣ୍ଠି ପାଇଁ Higher Education Grants Council ଏବଂ ସ୍ୱୀକୃତି ପାଇଁ National Accreditation Council । ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ପିଏଚଡି ଶିକ୍ଷା ହେବ ଆନ୍ତଃ ବିଭାଗୀୟ । ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପାଇଁ ହେବ ସାଧାରଣ ପ୍ରବେଶିକା ପରୀକ୍ଷା । ଘରୋଇ ଏବଂ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସମାନ ନିୟମ ରହିବ । ଯାହା ନିର୍ଦ୍ଦିଷ୍ଟ ପରିମାଣର ଫି ସ୍ଥିର କରିବାରେ ସହାୟକ ହେବ ।
ଆଞ୍ଚଳିକ ଭାଷାରେ ଇ-କୋର୍ସ ଉପଲବ୍ଧ କରାଯିବ । ଭିର୍ଚୁଆଲ୍ ଲାବୋରେଟୋରୀକୁ ନୂତନ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆ ଯାଇଥିବା ବେଳେ National Education Technology Forum ବା NEFT ଗଠନ କରାଯାଇଛି । ହୋଲିଷ୍ଟିକ୍ ଏଜୁକେସନ୍ ମାଧ୍ୟମରେ 2040 ସୁଦ୍ଧା IIT ରେ ଆର୍ଟ୍ସ ବା ହ୍ୟୁମାନିଟିଜ୍ କୁ ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖାଯାଇଛି । 4 ବର୍ଷିଆ ବାଚଲର୍ସ ଡିଗ୍ରୀ ପାଠ୍ୟକ୍ରମକୁ ବହୁ ଶିକ୍ଷା ବିଭାଗୀୟ କରାଯାଇଛି । ଦୁଇବର୍ଷ ପରେ ଯଦି କୌଣସି ପିଲା ବାଚଲର୍ସ ପାଠ୍ୟକ୍ରମ ଛାଡ଼ନ୍ତି, ତେବେ ତାଙ୍କୁ ଡିପ୍ଲୋମା ପ୍ରମାଣପତ୍ର ମିଳିବ । ବର୍ଷକ ପରେ ଛାଡୁଥିବା ପିଲାଙ୍କୁ ଧନ୍ଦାମୂଳକ ବା ବୃତ୍ତିଗତ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ । ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା । ଏସବୁ ପରୀକ୍ଷାରେ ମାର୍କ ଅପେକ୍ଷା ପିଲାଙ୍କ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଦଶମ ଓ ଯୁକ୍ତ ଦୁଇରେ ହେଉଥିବା ବୋର୍ଡ ପରୀକ୍ଷା ପୂର୍ବ ଭଳି ଜାରି ରହିବ ।
ଦୀର୍ଘ 34 ବର୍ଷ ପରେ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ 3ରୁ 18 ବର୍ଷର ସମସ୍ତ ପିଲାଙ୍କ ପାଇଁ ଶିକ୍ଷାକୁ ବ୍ୟାପକ କରିବାକୁ ନିଆଯାଇଛି ଯଥେଷ୍ଟ ପଦକ୍ଷେପ । ଏଥି ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇ ଏହାକୁ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି ।
Previous Post

ବିଧାୟକମାନଙ୍କୁ କୋଭିଡ୍ ଅନୁଭୂତି ବାଣ୍ଟିଲେ ନବୀନ

Next Post

କିସ୍ ମାଟ୍ରିକ୍ ସଫଳତା ହାର ୯୮%, ଯୋଗେଶ କାଡରାକା ଟପ୍ପର

Next Post
କିସ୍ ମାଟ୍ରିକ୍ ସଫଳତା ହାର ୯୮%, ଯୋଗେଶ କାଡରାକା ଟପ୍ପର

କିସ୍ ମାଟ୍ରିକ୍ ସଫଳତା ହାର ୯୮%, ଯୋଗେଶ କାଡରାକା ଟପ୍ପର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA