Thursday, April 30, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

by Our Correspondent
21 Mar, 2020- 05:18 PM
in Latest News, News
1 min read
0
୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

– ୨୨ ସକାଳ ୭ରୁ ୨୯ ରାତି ୯ ଘରେ ବନ୍ଦ
– ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
– ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସମେତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ କୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ସଂଧ୍ୟା ୯ଟା ପର୍ଯ୍ୟନ୍ତ ଏହି ୫ଟି ଜିଲ୍ଲା ଏବଂ ୮ଟି ସହର ଏକପ୍ରକାର ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାର ଚେତାବନୀ ମଧ୍ୟ ଦେଇଛନ୍ତି ।

ଲକ୍ ଡାଉନ୍ ବେଳେ ହସ୍ପିଟାଲ୍, କ୍ଲିନିକ୍, ଔଷଧ ଦୋକାନ, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ(କେବଳ ଟେକୱେ ଆଣ୍ଡ ହୋମ୍ ଡେଲିଭରି), ପନିପରିବା, ମାଂସ ଏବଂ କ୍ଷୀର ଦୋକାନ/ ବ୍ରେଡ୍ ଏବଂ ବେକରି( ଚା ବିକ୍ରୀ ନୁହେଁ), ରେଲୱେ, ବସଷ୍ଟାଣ୍ଡ, ବିମାନବନ୍ଦର ଏବଂ ସାଧାରଣ ପରିବହନ ବ୍ୟବସ୍ଥା ଖୋଲା ରହିବ ।
ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ୍, ବିଦ୍ୟୁତ, ଜଳ, ମ୍ୟୁନିସିପାଲ୍ ସେବା ଚାଲୁ ରହିବ । ବ୍ୟାଙ୍କ, ଏଟିଏମ୍, ପେଟ୍ରୋଲ୍ ପମ୍ପ ଖୋଲା ରହିବ । ଏହିସବୁ ସରକାରୀ ସେବାରେ ସହଯୋଗ କରୁଥିବା ଘରୋଇ ସଂସ୍ଥା ଏବଂ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାକୁ ଲକ୍ ଡାଉନ୍ ରୁ ବାଦ ଦିଆଯାଇଛି ।
ସଂପୃକ୍ତ ୫ ଜିଲ୍ଲା ଏବଂ ୮ ସହରରେ ହିତାଧିକାରୀଙ୍କୁ ପେନସନ୍ ଏବଂ ପିଡିଏସ୍ ବଣ୍ଟନ ସାମୟିକ ସ୍ଥଗିତ ରଖାଯାଇଛି ।
ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଚାହିଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।
ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ସୁଯୋଗ ଦେବେ । ତାହା ନ କରିପାରିଲେ କର୍ତ୍ତୃପକ୍ଷଙ୍କୁ ସଂପୃକ୍ତ ଜିଲ୍ଲାପାଳଙ୍କଠାରୁ ସାର୍ଟିଫିକେଟ୍ ଆଣିବାକୁ ପଡ଼ିବ ।
କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସରକାରୀ, ଘରୋଇ ସେବା ପ୍ରଦାନକାରୀଙ୍କୁ ଏମର୍ଜେନ୍ସୀ ୱାର୍କର୍ ଭାବେ ଘୋଷଣା କରାଯାଇଛି ।
ବର୍ଷ ବର୍ଷ ଧରି ଯେଉଁମାନେ ଆମ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପ୍ରତି ଆମେ ଯତ୍ନବାନ ହେବା । କାହାରି ଦରମା ନ କାଟିବା କିମ୍ବା ମଜୁରୀ/ପ୍ରାପ୍ୟ ବନ୍ଦ ନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏଭଳି ଅସାଧାରଣ ସମୟରେ ପୁଲିସର କାର୍ଯ୍ୟକୁ ଅପେକ୍ଷା ନ କରି ଜନସାଧାରଣ ନିଜର ଜୀବନ ସୁରକ୍ଷା ପାଇଁ ନିଜେ ଦାୟିତ୍ୱବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଗୋଷ୍ଠୀ, ସରପଞ୍ଚ ଏବଂ ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ନେତାମାନେ ଏହାର ନେତୃତ୍ୱ ନେଇ ଲୋକଙ୍କୁ ସତର୍କ କରାଇବାକୁ କହିଛନ୍ତି ।
“ମୋର କେବଳ ଏତିକି ନିବେଦନ.. ଆପଣମାନେ ଘରେ ରୁହନ୍ତୁ । ଆପଣ ବାହାରକୁ ଗଲେ କରୋନା ଭୂତାଣୁ ଘରକୁ ଧରି ଆସିବାର ରିସ୍କ ରହିଛି । ନିହାତି ଆବଶ୍ୟକ ସାମଗ୍ରୀ ଯଥା ତେଜରାତି, ଖାଦ୍ୟ, ପାଣି, ଔଷଧ ଏବଂ ଡାକ୍ତରଖାନା ଛଡ଼ା ଅନ୍ୟ କାମରେ ବାହାରକୁ ବାହାରନ୍ତୁ ନାହିଁ । ନିଜର, ପରିବାର ତଥା ଓଡ଼ିବାସୀଙ୍କ ଜୀବନକୁ ବାଜି ଲଗାଇ ଘର ବାହାରକୁ ଗଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”
କରୋନା ଭାଇରସ୍ ପାଇଁ କୌଣସି ସମାଧାନ ନାହିଁ । ଏହାର ଏକମାତ୍ର ସମାଧାନ ହେଉଛି ପ୍ରତିଷେଧକ । ସୁତରାଂ ସାମାଜିକ ଦୂରତ୍ୱ ରକ୍ଷା କରି ଘରେ ରହିବା ସବୁଠାରୁ ଉଚିତ୍ ଓ ବୁଦ୍ଧିମାନର କାର୍ଯ୍ୟ । ବାହାରେ ବୁଲିଲେ ନିଜେ, ନିଜ ପରିବାର, ପଡୋଶୀ କେବଳ କ୍ଷତିଗ୍ରସ୍ତ ହେବେନି ବରଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏହା ଘାତକ ହେବ ବୋଲି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ମୋର ପରିବାର । ପ୍ରତ୍ୟେକଙ୍କୁ ଭଲ ରଖିବା ମୋର କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ମୁଖ୍ୟମନ୍ତ୍ରୀ ତାହା ଜଣାଇଛନ୍ତି ।
ଗତ ୬୦ ଦିନରେ ବିଶ୍ୱ ବଦଳିଯାଇଛି । ଏହି ପରିବର୍ତ୍ତନ ସୁଦୂର ଚୀନ୍, ଦକ୍ଷିଣ କୋରିଆରେ ହେଉଛି ବୋଲି ଆମେ ଭାବି ଦେଇଥିଲୁ । ମାତ୍ର ଏବେ ଏହା ଭାରତରେ ପହଞ୍ଚିଛି । ଆମେରିକା, ବ୍ରିଟେନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ର ସମେତ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ଗତ ୧୫ ଦିନରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି । ଏବେ ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏଥିରୁ ମୁକୁଳିବା ପାଇଁ ଆମର ଦ୍ୱାର ଅତି କ୍ଷୁଦ୍ର । ଏହି ଭାଇରସ୍ ର କୌଣସି ଉପଶମ ନାହିଁ । ଏକମାତ୍ର ଉପଶମ ହେଉଛି ପ୍ରତିଷେଧକ ବ୍ୟବସ୍ଥା । କେହି ଘରୁ ବାହାରକୁ ଗଲେ କରୋନା ଭାଇରସ୍ ଧରି ଘରକୁ ଫେରିବାର ଆଶଙ୍କା ଅଛି । ତେଣୁ ଆପଣଙ୍କ ବାହାରକୁ ଯିବାରେ ପରିବାର ଲୋକ ଏବଂ ପଡୋଶୀଙ୍କ ପାଇଁ ବିପଦ ରହିଛି ।
କେବଳ ଏହି ସତର୍କତା ପାଇଁ ଚୀନ ଏବଂ ଆଉ କିଛି ଦେଶ କରୋନା କବଳରୁ ଖସିବାକୁ ସମର୍ଥ ହେଲେଣି । କରୋନାର ପ୍ରାଣକେନ୍ଦ୍ର କୁହାଯାଉଥିବା ଉହାନ୍ ରେ କରୋନା ସଂକ୍ରମଣ ଆଜି ନାହିଁ କହିଲେ ଚଳେ । ସେଠାକାର ଡାକ୍ତରଖାନାକୁ ଫ୍ରି ରଖାଯାଇଛି । ନିହାତି ଆବଶ୍ୟକ ନ ଥିଲେ ଲୋକମାନେ ଘରୁ ବାହାରକୁ ଯାଉନାହାନ୍ତି । ଏବେ ଆମକୁ ଏଭଳି ସତର୍କ ରହିବା ପାଇଁ ସମୟ ଆସିଛି । ଏହା ଆମ ରାଜ୍ୟ ଓ ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିପାରିବ ।
ଆମର ୩୦୦୦ ଲୋକ ବିଦେଶରୁ ଘରକୁ ଫେରିଆସିଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଏବଂ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ ଅଞ୍ଚଳର ବ୍ୟକ୍ତି । ସେମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ତେଣୁ ପ୍ରଥମ ପର୍ଯ୍ୟାୟରେ ଏହିସବୁ ଅଞ୍ଚଳକୁ ଆସନ୍ତାକାଲି ସକାଳ ୭ଟାରୁ ୨୯ ତାରିଖ ସଂଧ୍ୟା ୯ଟା ଯାଏଁ ଏକପ୍ରକାର ଲକ୍ ଡାଉନ୍ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ନିହାତି ଆବଶ୍ୟକ ନ ଥିଲେ ସମସ୍ତେ ଘରେ ରହିବାକୁ ମୁଁ ବିନମ୍ର ଅନୁରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Previous Post

ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ

Next Post

ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି

Next Post
ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି

ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA