Tuesday, April 28, 2026 01:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ ପାରାଜୁଲି

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

by Our Correspondent
16 Feb, 2022- 06:42 PM
in Latest News, News
1 min read
0
ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ ପାରାଜୁଲି

ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି । ବୁଧବାର କିଟ୍‍ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ, ବିଗତ ୫୦ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରୁଛି । ଖାଦ୍ୟ ଉତ୍ପାଦନ ସହ ଅନୁକୂଳ ନୀତି, ବିଜ୍ଞାନ ଓ ପ୍ରଯୁକ୍ତି, ଉନ୍ନତ ଯୋଗାଣ ବ୍ୟବସ୍ଥା, ବଜାର ବ୍ୟବସ୍ଥା ଆଦି ଭାରତର ଖାଦ୍ୟ ସୁରକ୍ଷା ଦିଗରେ ସହାୟକ ହୋଇଛି ।

ସେ କହିଲେ, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ଉପଲବ୍‍ଧତା ସମାନ ନୁହେଁ । ଆଜି ମଧ୍ୟ ବିଶ୍ୱରେ କ୍ଷୁଧା ବଢ଼ି ଚାଲିଛି । ଆମେ ପ୍ରଚୁର ଖାଦ୍ୟ ଉତ୍ପାଦନ କରିବା ସତ୍ତ୍ୱେ ବିଶ୍ୱର ପାଖାପାଖି ୮୧୧ ମିଲିଅନ ଲୋକ ପର୍ଯ୍ୟାପ୍ତ ଖାଦ୍ୟ ପାଇ ପାରୁନଥିବା ବେଳେ ୨୭୦ ମିଲିଅନ ଲୋକ ଭୋକରେ ରହୁଛନ୍ତି । ତେଣୁ ସମସ୍ତଙ୍କ ନିକଟରେ ଖାଦ୍ୟ କିପରି ପହଞ୍ଚିବ ତାହା ଆମର ସର୍ବ ପ୍ରଥମ ଦାୟିତ୍ୱ ହେବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି କହିଲେ, ଏତେ ବିରାଟ ଓ ସୁନ୍ଦର ଅନୁଷ୍ଠାନ ଠିଆ କରିବା ଛୋଟ କଥା ନୁହେଁ । ଏହ କେବଳ ଜଣଙ୍କର ନିଷ୍ଠା, ପ୍ରତିବଦ୍ଧତା ଓ ସମାଜ ପ୍ରତି ଦାୟିତ୍ୱବୋଧ ଯୋଗୁଁ ସମ୍ଭବ ହୋଇଥାଏ । ଜ୍ଞାନ ବିତରଣ କରିବା ସହ କର୍ମ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ଦେଶ ଗଠନରେ କିଟ୍‍ ଓ କିସ୍‍ର ଅବଦାନ ରହିଆସିଛି । ଭାରତର ଖାଦ୍ୟ ସୁରକ୍ଷା ଆଇନ୍‍, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନ ବାବଦରେ ଉଲ୍ଲେଖକରି ସେ କହିଲେ, ଏହି ସବୁ ବ୍ୟବସ୍ଥା ଭାରତରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ଦିଗରେ ଜୀବନରେଖା ଭାବେ ପ୍ରମାଣିତ ହୋଇଛି । ଏହା ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଛି ।

ଜଳବାୟୁ ପରିବର୍ତ୍ତନ ଉପରେ ମତ ରଖି ସେ କହିଲେ, ଖାଦ୍ୟ ଉତ୍ପାଦନ ବଢ଼ିବା ସହ ସ୍ଥାୟୀ କୃଷି ପ୍ରଣାଳୀ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ସମୁଦ୍ରପତ୍ତନ ବୃଦ୍ଧି ଭଳି ପ୍ରାକୃତିକ ବିପତ୍ତି ବୃଦ୍ଧି ପାଉଛି । ଫଳରେ ଏଥି ଯୋଗୁଁ ବ୍ୟାପକ ଫସଲ ହାନୀ ହେଉଛି । ତେଣୁ କିଟ୍‍ ଓ କିସ୍‍ ଭଳି ଉତ୍କର୍ଷ ଉଚ୍ଚତର ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଥାୟୀ କୃଷି ପ୍ରଣାଳୀ ଦିଗରେ ଶିକ୍ଷା ଓ ଗବେଷଣା କରିବା ଉଚିତ ।

ଶ୍ରୀ ସାମନ୍ତ ସ୍ୱାଗତ ଭାଷଣରେ କହିଲେ, କିଟ୍‍ ଓ କିସ୍‍ ହେଉଛି ଦୁଇଟି ସାମାଜିକ ଦାୟିତ୍ୱବୋଧ ଉପରେ ପର୍ଯ୍ୟବେସିତ ଅନୁଷ୍ଠାନ । ଏହି ଦୁଇ ଅନୁଷ୍ଠାନ ଅଧିକାଂଶ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଆସୁଛନ୍ତି ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ସମସ୍ତ ସଂସ୍କୃତିକୁ ଗୋଟିଏ ସ୍ଥାନରେ ଏକାଠି କରିବାର ପରିବେଶ ସୃଷ୍ଟି କରିପାରିଛି । ଆଜି ଏହା ୬୫ଟି ଦେଶର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିଥିବା ବେଳେ କିଟ୍‍ର ପୁରାତନ ଛାତ୍ରଛାତ୍ରୀମାନେ ୭୦ଟି ଦେଶରେ କାର୍ଯ୍ୟ କରୁଛନ୍ତି । କିଟ୍‍ର ସଂସ୍କୃତି ଛାତ୍ରଛାତ୍ରୀଙ୍କୁ ବିଶ୍ୱ ନାଗରିକ ଭାବେ ଗଢ଼ି ତୋଳିଥାଏ ବୋଲି ସେ କହିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଭାରତ ମୁଖ୍ୟ ପାରାଜୁଲି ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Continue Reading
Previous Post

ଏସିପି ତ୍ରିନାଥ ମିଶ୍ର ଗିରଫ, ପତ୍ନୀଙ୍କ ନାଁରେ ବି ମାମଲା

Next Post

ଲାଞ୍ଚୁଆ ଡାକ୍ତରଙ୍କ ଘରୁ ମିଳିଲା ୧ କୋଟି ୧୨ ଲକ୍ଷ ଟଙ୍କା

Next Post
ଲାଞ୍ଚୁଆ ଡାକ୍ତରଙ୍କ ଘରୁ ମିଳିଲା ୧ କୋଟି ୧୨ ଲକ୍ଷ ଟଙ୍କା

ଲାଞ୍ଚୁଆ ଡାକ୍ତରଙ୍କ ଘରୁ ମିଳିଲା ୧ କୋଟି ୧୨ ଲକ୍ଷ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA