ଭୁବନେଶ୍ୱର: ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି କମେଇ ଜେଲ୍ ଗଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କର ଅମାପ ସମ୍ପତ୍ତି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଉ ଜଣେ ଡାକ୍ତରଙ୍କ ବିପୁଳ ସମ୍ପତ୍ତି ସାମନାକୁ ଆସିଛି । ଘରେ ଲୁଚାଛପା ନଗଦ ଟଙ୍କା ରଖିବାରେ ସବୁ ରେକର୍ଡ ଭାଙ୍ଗିଦେଇଛନ୍ତି ଏହି ଲାଞ୍ଚଆ ଡାକ୍ତର । ଭିଜିଲାନସ୍ ଚଢ଼ାଉ ବେଳେ ତାଙ୍କ ଘରୁ ମିଳିଛି ୧ କୋଟି ୧୨ ଲକ୍ଷ ଟଙ୍କା ।

କୌଣସି ସରକାରୀ ବାବୁଙ୍କ ଘରୁ ନିକଟ ଅତୀତରେ ଭିଜିଲାନସ୍ ହାବୁଡ଼ରେ ଏତେ ପରିମାଣର ଟଙ୍କା ପଡ଼ି ନ ଥିଲା । ତିନି ମାସ ତଳେ ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ଦାସଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ମିଳିଥିଲା । ଭିଜିଲାନସ୍ ରେକର୍ଡରେ ଏହା ସର୍ବାଧିକ ଥିଲା । ଆଉ ଏହି ରେକର୍ଡ ଆଜି ଭାଙ୍ଗିଦେଇଛନ୍ତି ଲାଞ୍ଚୁଆ ଡାକ୍ତର ।








