ଭୁବନେଶ୍ୱର: ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍ ନିଶଙ୍କ କହିଛନ୍ତି । ଶନିବାର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ୱାର୍ଲ୍ଡ ଲିଡରସିପ୍ କନଭେନସନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ୱାର୍ଲ୍ଡ ଇଜ୍ ୱାନ୍’ ବିଷୟବସ୍ତୁ ଉପରେ ବକ୍ତବ୍ୟ ଦେଇ ଶ୍ରୀ ନିଶଙ୍କ ଏହା କହିଛନ୍ତି । ଭାରତର ସଂସ୍କୃତି, ପରମ୍ପରା ଓ ଇତିହାସ ବହୁ ପୁରାତନ । ଭାରତ ବସୁଧୈବ କୁଟୁମ୍ବକମ୍ ନୀତିକୁ ଆପଣାଇ ଆସିଛି । ବିଶ୍ୱର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନକାରୀ ଭାବେ ଆଗାମୀ ଦିନରେ ଭାରତ ନେତୃତ୍ୱ ନେବ । ଏହା ସହିତ ବିଶ୍ୱର ସମସ୍ତେ ସୁଖ ଓ ଶାନ୍ତିରେ ରହିବା ହେଉଛି ଭାରତର ନୀତି ବୋଲି ସେ କହିଥିଲେ ।








