Tuesday, September 22, 2026 09:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

by Our Correspondent
22 Feb, 2021- 07:10 PM
in Latest News, News
1 min read
0
୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ କୁ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ଆର୍ଥିକ ବର୍ଷ ସଂଶୋଧିକ ଆକଳନ ୧ ଲକ୍ଷ ୩୫ ହଜାର କୋଟି ତୁଳନାରେ ଏହା ୨୬% ଅଧିକ । ବଜେଟ୍ ରେ ଜନକଲ୍ୟାଣ, ପୁଞ୍ଜି ନିବେଶ, ବିକାଶ, ଭିତ୍ତିଭୂମି ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ବଜେଟ୍ ରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୮୫ ହଜାର କୋଟି ଆକଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩ ହଜାର ୫୦ ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ରହିଛି ୬ ହଜାର ୯୫୦ କୋଟି ଟଙ୍କା ।

ବଜେଟ୍ ରେ ‘ନୂତନ ଓଡ଼ିଶା- ସଶକ୍ତ ଓଡ଼ିଶା’ ର ଲକ୍ଷ୍ୟ ରଖାଯାଇଛି । ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜୀବିକା, ଭିତ୍ତିଭୂମି ଏବଂ ଶିଳ୍ପ କ୍ଷେତ୍ର ଉପରକୁ ନେବା ସହ ଦୁଃସ୍ଥ ବର୍ଗର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସ୍ୱାସ୍ଥ୍ୟସେବା ଲାଗି ମୋଟ ୯,୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯% ଅଧିକ । କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ ହେବ ୧,୩୫୩ କୋଟି । ସେହିଭଳି ସାରା ରାଜ୍ୟରେ ପିଇବା ପାଣି ଯୋଗାଣ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ୧୨ ହଜାର କୋଟି ଟଙ୍କା ।

କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ଲାଗି ୧୭,୪୬୯ କୋଟି ବ୍ୟୟ ବରାଦ କରାଯାଇଥିଲା ବେଳେ ଜଳସେଚନ ପାଇଁ ୮,୨୬୬ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୪,୩୭୦ କୋଟି, ମହିଳା ଏବଂ ଶିଶୁ ବିକାଶ ପାଇଁ ୩,୯୦୬ କୋଟି, ଏସସି/ଏସଟି ବର୍ଗର ବିକାଶ ପାଇଁ ୨୯,୦୬୩ କୋଟି, ସାମାଜିକ ନିରାପତ୍ତା ପାଇଁ ୨,୭୬୭ କୋଟି, ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ ପ୍ରଚାର ପାଇଁ ୧୩୫ କୋଟି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୩,୦୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ୩,୩୦୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ କେବିକେ ଯୋଜନାରେ ଖର୍ଚ୍ଚ ହେବ ୨୫୦ କୋଟି ।
ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ କୁ ଏମସ୍ ପ୍ଲସ୍ ପ୍ରତିଷ୍ଠାନରେ ପରିଣତ କରି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଗାମୀ ୩ ବର୍ଷରେ ୩,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

କାଳିଆ ଯୋଜନାରେ ୧୮୦୦ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୪୫୦ କୋଟି, ସମସ୍ତ ପ୍ରମୁଖ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ସର ନିର୍ମାଣ ପାଇଁ ୭୯୫ କୋଟି ଏବଂ ଚାଷୀମାନଙ୍କ ଇଣ୍ଟ୍ରେଷ୍ଟ ସବସୁଡି ସ୍କିମ୍ ଅଧୀନରେ ୮୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅବଢ଼ା ଯୋଜନା ଅଧୀନରେ ୫୪୨ କୋଟି, ଏକାମ୍ର ଯୋଜନାରେ ୨୦୦ କୋଟି, ସମଲେଇ ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଉରକେଲାରେ ୧୫ ଏକରରୁ ଅଧିକ ଜମିରେ ନୂଆ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

କୋଭିଡ୍ ମହାମାରୀ ସତ୍ତ୍ୱେ ରାଜସ୍ୱ ଆୟ ୧୦% ଅଧିକ ଆକଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଚଳିତ ବଜେଟ୍ କୁ ଲୋକାଭିମୁଖଈ ଓ ବିକାଶମୁଖୀ ବଜେଟ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ନୂଆ ତଥା ସଶକ୍ତ ଓଡ଼ିଶା ଯାତ୍ରା ପଥରେ ବଜେଟ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତବର୍ଷର ଅଧିକାଂଶ ସମୟ କୋଭିଡ ଲକଡାଉନରେ ହରାଇଥିଲେ ମଧ୍ୟ ୧.୭୬ ଲକ୍ଷ କୋଟିର ବଜେଟ୍ ନିଶ୍ଚିତ ଚମକ୍ରାରୀ । ସେଥିପାଇଁ ସମସ୍ତ ଟିମ୍ କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପକ୍ଷରେ ବଜେଟ୍ କୁ ଅନ୍ତଃସାରଶୂନ୍ୟ ଓ ଖରାପ ବଜେଟ୍ ବୋଲି ଅଭିହିତ କରିଛନ୍ତି ବିରୋଧୀ ଦଳ ।

Previous Post

‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

Next Post

ଚିଲିକାରେ ପରଦେଶୀ ଅପରାଜିତା

Next Post
ଚିଲିକାରେ ପରଦେଶୀ ଅପରାଜିତା

ଚିଲିକାରେ ପରଦେଶୀ ଅପରାଜିତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA