Tuesday, April 21, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅକ୍ସିଜେନ ଯୋଗାଇଲା ଓଡ଼ିଶା

ନବୀନଙ୍କୁ ସବୁଆଡୁ ପ୍ରଶଂସା

by Our Correspondent
23 Apr, 2021- 11:29 PM
in Latest News, News
1 min read
0
ଅକ୍ସିଜେନ ଯୋଗାଇଲା ଓଡ଼ିଶା

ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିଭିନ୍ନ ହସ୍ପିଟାଲ୍ ରେ ଅକ୍ସିଜେନ୍ ଅଭାବରୁ ହାହାକାର ପଡ଼ିଛି । କରୋନା ରୋଗୀମାନେ ଛଟପଟ ହୋଇ ମରୁଥିବାର ତୁହାକୁ ତୁହା ଦୃଶ୍ୟ ସମସ୍ତଙ୍କ ହୃଦୟ ଥରାଇ ଦେଉଛି । ଦେଶର ଏହି ସଙ୍କଟ ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ସହଯୋଗ ଯାଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୫ ଟି ଟ୍ୟାଙ୍କର ଯୋଗେ ପଠାଗଲାଣି ୨୫୦ ଟନ୍ ରୁ ଅଧିକ ଅକ୍ସିଜେନ୍ ।

ଖାଲି ସେତିକି ନୁହେଁ, ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ପାଇଁ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଛି । କୌଣସି ଅସୁବିଧା ଏଡାଇବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଆଇନଶୃଙ୍ଖଳା ଏଡିଜି ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ପୁଲିସ ଏସକର୍ଟରେ ସବୁ ଗାଡ଼ି ଛଡ଼ାଯାଉଛି ।

ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଥିଲା ବେଳେ ନିଜ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଣେ ବରିଷ୍ଠ ଅଧିକାରୀଙ୍କୁ ୨୪ ଘଣ୍ଟିଆ ଦାୟିତ୍ୱ ଦେଇଛନ୍ତି । ଅକ୍ସିଜେନ୍ ଅଭାବ ଥିବା ଅନ୍ୟ ରାଜ୍ୟଗୁଡ଼ିକରେ ନିର୍ବିଘ୍ନରେ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଇତିମଧ୍ୟରେ ଦିଲ୍ଲୀକୁ ୪୦ ଟନ୍, ମହାରାଷ୍ଟ୍ରକୁ ୪୦ ଟନ୍, ଆନ୍ଧ୍ରପ୍ରଦେଶକୁ ୪୦ ଟନ୍ ଅକ୍ସିଜେନ୍ ପଠାଗଲାଣି । ତେଲେଙ୍ଗାନାକୁ କାଲି ୪୦ ଟନ୍ ଅକ୍ସିଜେନ୍ ଯାଇଥିଲା । ଆଜି ସଂଧ୍ୟାରେ ଆଉ ୨୦ ଟନ୍ ପଠାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ନବୀନ କଥା ହେଲା ପରେ ଆଜି ବିହାରକୁ ଦୁଇଟି କିସ୍ତିରେ ୪୦ ଟନ୍ ଅକ୍ସିଜେନ୍ ପଠାଯାଇଛି ।

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି । ଆବଶ୍ୟକତାଠାରୁ ୧୦ ଗୁଣା ଅଧିକ ଅକ୍ସିଜେନ୍ ମହଜୁଦ୍ ଥିବା କୁହାଯାଉଛି । ଆଜିର ଦିନରେ ଜେଏସପିଏଲରେ ୫୦୦ ଟନ୍, ଟାଟା ଷ୍ଟିଲ୍ ଭୂଷଣରେ ୫୦୦ ଟନ୍, ଟାଟା ଷ୍ଟିଲ୍ କଳିଙ୍ଗନଗରରେ ୫୦୦ ଟନ୍, ଜେଏସଏଲ କଳିଙ୍ଗନଗରରେ ୨୫୦ ଟନ୍ ଅକ୍ସିଜେନ୍ ମହଜୁଦ ଅଛି । ସବୁ ଜାଗାରେ ଉତ୍ପାଦନ ଜାରି ରହିଛି ।

ସୂଚନାଥାଉକି, ନବୀନଙ୍କ ଏହି ପଦକ୍ଷେପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର ଭୂୟସୀ ପ୍ରଶଂସା କରିଛନ୍ତି । ଦିଲ୍ଲୀ ଆପଣଙ୍କ ପାଖରେ ଋଣୀ ବୋଲି କେଜ୍ରିୱାଲ୍ ଟ୍ୱିଟ୍ କରିଥିଲା ବେଳେ ଉଦ୍ଧବ ନବୀନଙ୍କୁ ଫୋନ୍ କରି ଧନ୍ୟବାଦ ଜଣାଇଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ସଙ୍କଟ ବେଳେ ନବୀନଙ୍କ ଏହି ପଦକ୍ଷେପକୁ ଜାତୀୟସ୍ତରରେ ଭୂୟସୀ ପ୍ରଶଂସା କରାଯାଇଛି । ରାଜ୍ୟର ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Previous Post

ବିଶ୍ୱକେଶନ ପିପିଲି କଂଗ୍ରେସ ପ୍ରାର୍ଥୀ

Next Post

ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

Next Post
ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

ମେ' ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA