Tuesday, May 26, 2026 06:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ କିସ୍ତି

ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ

by Our Correspondent
02 Aug, 2025- 06:32 PM
in Latest News, News
1 min read
0
ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ କିସ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ସି.ଏମ୍‍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍‍ କିଷାନ ଓ ସି.ଏମ୍‍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି । ପି.ଏମ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି।  ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି । ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ବଜାୟ ରହୁଛି । ଏଥିରେ ସମସ୍ତ ଚାଷୀ- ସେ କ୍ଷୁଦ୍ରଚାଷୀ ହୁଅନ୍ତୁ, ବା ମଧ୍ୟମ କିମ୍ୱା ବଡ଼ ଚାଷୀ, ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଜିର ଏହି ଦିନକୁ ଆମେ “ପି.ଏମ – କିଷାନ ଦିବସ” ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ ।  ଏଥି  ସହିତ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ “ପି.ଏମ- କିଷାନ ଦିବସ” ପାଳନ କରାଯାଉଛି । ଏହି ଅବସରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷକମାନଙ୍କ ମଧ୍ୟରେ ଆବଶ୍ୟକୀୟ ଯୋଗ୍ୟତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପୁଣି କହିଥିଲେ ଯେ ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ । ରାଜ୍ୟର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବା Saturation Drive କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ । ଆପଣମାନେ ଏବେ ଖରିଫ୍‌ ଫସଲ ଆରମ୍ଭ କରିଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଆପଣମାନଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯେଉଁଥିରେ ଆପଣମାନେ ସିଧାସଳଖ ଅର୍ଥରାଶି ପାଉଛନ୍ତି। ନିୟମିତ କୃଷି କାର୍ଯ୍ୟ ସହିତ ଆପଣ ମାନେ ଫସଲରେ ବିବିଧିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ। ମତ୍ସ୍ୟ ଚାଷ, ପଶୁପାଳନ ଭଳି ଲାଭ ଦାୟକ କୃଷି କରନ୍ତୁ। ଏହାଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ। ଚାଷ କ୍ଷେତ୍ରରେ ଆପଣମାନଙ୍କ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁ ଗୁଣିତ ବୃଦ୍ଧି ହେବ। ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାହା ପୂରଣ ହେବ ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଓଡ଼ିଶାକୁ ଏଗ୍ରିକଲଚର ଟୁଡ଼େ ପୁରସ୍କାର ମିଳିଛି । ୩୪,୮୫,୮୮୧ ଚାଷୀଙ୍କୁ ୬୯୭ କୋଟି ଟଙ୍କା ଦିଆଯାଉଛି । ଏହି ରାଶିରେ ଚାଷୀ ମାନେ ବିହନ ସାର କିଣିବେ । ରାଜ୍ୟ ସରକାର କୃଷକଙ୍କ ଆୟ କୁ ଦୁଇଗୁଣା କରିବା ପାଇଁ ଚେଷ୍ଟିତ । ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରି ଚାଷୀଙ୍କ ଆୟ ବଢାଇଛୁ। କେବଳ ଧାନ ଚାଷ ନ କରି ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରିବା ସହିତ ମୃତ୍ତିକା ସଂରକ୍ଷଣ ପାଇଁ alternate crop କରିବାକୁ ଅନୁରୋଧ କରିଛନ୍ତି । ପଇସା କମେଇବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଅର୍ଗାନିକ୍ ଉପାୟରେ ଚାଷ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ, ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି, ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଡେପୁଟି ଡାଇରେକ୍ଟର ଜେନେରାଲ, ଆଇ.ସି.ଏ.ଆର୍, ଡକ୍ଟର ଜେ.କେ ଜେନା, ଡାଇରେକ୍ଟର, ଆଇ.ସି.ଏ.ଆର୍-ସିଫା,ଡକ୍ଟର ପି.କେ ସାହୁ, ଡାଇରେକ୍ଟର, ଉଦ୍ୟାନ କୃଷି, ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ, ଅମ୍ରିତ ୠତୁରାଜ ଓ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ।

Previous Post

ବିସ୍ଥାପିତଙ୍କ ପାଇଁ କଂଗ୍ରେସ ଲଢ଼ିବ : ଭକ୍ତ ଦାସ

Next Post

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

Next Post
ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA