Thursday, June 18, 2026 12:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ମାମଲାର ମୋଡ଼ ବଦଳିଲା

by Our Correspondent
02 Aug, 2025- 11:59 PM
in Crime, Latest News, News
1 min read
0
ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ଶେଷରେ ଆଖି ବୁଜିଦେଲେ ବଳଙ୍ଗା ପୀଡ଼ିତା । ମୃତ୍ୟୁ ସହ ୧୫ ଦିନର ସଂଘର୍ଷ ପରେ ଶନିବାର ସଂଧ୍ୟାରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଜୁଲାଇ ୧୯ ତାରିଖରେ ବଳଙ୍ଗା ଅଞ୍ଚଳର ବାୟାବର ଗ୍ରାମ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଦେହରେ କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିଲା । ଆସନ୍ତାକାଲି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ଭୁବନେଶ୍ୱର ଅଣାଯିବ ଏବଂ ତାଙ୍କ ଗାଁରେ ଅନ୍ତିମ ସଂସ୍କାର ହେବ ।

ତେବେ ପୀଡ଼ିତାଙ୍କ ମୃତ୍ୟୁ ପରେ ମାମଲାର ମୋଡ଼ ବଦଳି ଯାଇଛି । ଦିଲ୍ଲୀରୁ ମୃତ୍ୟୁ ଖବର ଆସିଲା ପରେ ପରେ ଓଡ଼ିଶା ପୁଲିସ ପକ୍ଷରୁ ଏକ ଟୁଇଟ୍(ଏକ୍ସ) ଆସିଥିଲା । ଏହି ଘଟଣାରେ ଅନ୍ୟ କାହାରି ସଂପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି ବୋଲି କୁହାଯାଇଥିଲା ବେଳେ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ମଧ୍ୟ କୁହାଯାଇଛି । ଖୋଲିକି ନ ହେଲେ ମଧ୍ୟ ପୀଡ଼ିତା ଆତ୍ମାହୁତି କରିଛନ୍ତି ବୋଲି ପୁଲିସ ଏଥିରେ କହିବାକୁ ଚାହିଁଛି । ଖାଲି ସେତିକି ନୁହେଁ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦେବାକୁ ପୁଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ପୁଲିସର ଏହି ଟୁଇଟ୍ ଆସିବା ପରେ ପୀଡ଼ିତାଙ୍କ ବାପା ତାଙ୍କ ଝିଅ ମାନସିକ ଚିନ୍ତା ଯୋଗୁଁ ଜୀବନ ନେଇଛି ବୋଲି ଏକ ଭିଡିଓ ବୟାନ ଛାଡ଼ିଛନ୍ତି । ଅର୍ଥାତ ତାଙ୍କ ଝିଅ ନିଜେ ଜଳି ହୋଇ ମରିଛି, କେହି ତାକୁ ଜାଳିନାହାନ୍ତି ବୋଲି ସେ ଇଙ୍ଗିତ କରିଛନ୍ତି । ଏଥିସହ ସରକାର ଏବଂ ପୁଲିସକୁ କ୍ଲିନ୍ ଚିଟ୍ ସହ ସୁରକ୍ଷା ଦେଇଛନ୍ତି ପୀଡ଼ିତାଙ୍କ ବାପା । ସେ କହିଛନ୍ତି, ସରକାର ଯାହା କରିବା କଥା କରିଛନ୍ତି । ମୋ ପାଖରେ ମୋ ଝିଅ ନାହିଁ । ମାନସିକ ଚିନ୍ତା ଯୋଗୁଁ ଜୀବନ ନେଇଛି । ଆପଣମାନେ ରାଜନୀତି ନ କରି ତା’ ପାଇଁ ପ୍ରାର୍ଥନା କରନ୍ତୁ ।

ସୂଚନାଥାଉକି, ଭୁବନେଶ୍ୱର ଏମ୍ସରେ ଥରେ ଏବଂ ଦିଲ୍ଲୀ ଏମ୍ସରେ ତିନି ଥର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । ତାଙ୍କ ବୟାନରେ କୁଆଡ଼େ ତାଳମେଳ ରହୁ ନ ଥିବାରୁ ବାରମ୍ବାର ଏଭଳି କରିବାକୁ ପଡ଼ିଥିଲା । ତେବେ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ଏବଂ ଖୁବ ଶୀଘ୍ର ଏହାର ଖୁଲାସା ହେବ ବୋଲି ଦିନକ ପୂର୍ବରୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଗୋଟେ ପଟେ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ପୁଲିସ ଆଜି ମାନିଥିବା ବେଳେ ଘଟଣାରେ ଅନ୍ୟ କାହାରି ସଂପୃକ୍ତି ନାହିଁ ବୋଲି ନିଷ୍କର୍ସରେ ପହଞ୍ଚିଯିବା ଏବଂ ପୀଡ଼ିତାଙ୍କ ବାପା ପୁଲିସ ସହ ସ୍ୱର ମିଳାଇ ତାଙ୍କ ଝିଅ ମାମଲାରେ ରାଜନୀତି ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏକ ଜଘନ୍ୟ ମାମଲାକୁ ଚାପି ଦେବା ପାଇଁ ଏହା ସରକାରଙ୍କ ଚାଲ୍ ହୋଇପାରେ ବୋଲି ବିରୋଧୀ ପକ୍ଷର ନେତାମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେଭଳି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପୀଡ଼ିତାଙ୍କ ମୃତ୍ୟୁରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଟୁଇଟ୍ କରିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ୧୪ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଡିଜିପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ରାଜ୍ୟର ମହିଳା ଓ ଝିଅମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୀଡ଼ିତା ଝିଅର ମୃତ୍ୟୁରେ ଗଭୀର ମର୍ମାହତ ହୋଇଛନ୍ତି । ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିବା ସହ ଝିଅଟିର ଅମର ଆତ୍ମାର ସଦଗତି କାମନା କରି ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Previous Post

ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ କିସ୍ତି

Next Post

ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା

Next Post
ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା

ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA