Tuesday, February 10, 2026 09:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା

ଜଣେ ଦିଆସିଲି ଧରାଇଲା, ଆଉ ଜଣେ ଫଟୋ ଉଠାଇଲା!

by Our Correspondent
04 Aug, 2025- 08:09 PM
in Crime, Latest News, News
1 min read
0
ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ତାଙ୍କ ସହଯୋଗୀ ଏବିଭିପି ଛାତ୍ରନେତା । କ୍ରାଇମବ୍ରାଞ୍ଚ ର ଖୋଳତାଡ଼ ବେଳେ ଏହି ଗୁମର ପଦାକୁ ଆସିଛି । ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଦୁଇ ଛାତ୍ରନେତା ଶୁଭ୍ର ସମ୍ବିତ ନାୟକ ଏବଂ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଏହି ମାମଲାର ରହସ୍ୟ ଉପରୁ ପରଦା ହଟିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଏମାନେ ଖାଲି ଉସକାଇ ନ ଥିଲେ, ସହଯୋଗ ବି କରିଥିଲେ । ଶୁଭ୍ର ସମ୍ବିତ ତାଙ୍କୁ ଦିଆସିଲି ଧରାଇ ଦେଇଥିବା ବେଳେ ଜ୍ୟୋତି ପ୍ରକାଶ ନିଜ ମୋବାଇଲରେ ନିଆଁ ଲାଗିବା ଦୃଶ୍ୟ ରେକର୍ଡ କରୁଥିଲେ ।

ଯୁକ୍ତ ତିନି ପଢ଼ୁଥିବା ଜ୍ୟୋତି ପ୍ରକାଶ ଗତକାଲି ଯାଏଁ ଜନମାନସରେ ହୀରୋ ଥିଲେ । ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ସେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ନିଆଁରେ ଜଳି ନିଜେ ଆହତ ହୋଇଥିଲେ । କଟକ ଏସସିବିରେ ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇ ଗତ ୨୮ ତାରିଖରେ ଘରକୁ ଫେରିଥିଲେ । ହେଲେ ସେ ଏହି ଜଘନ୍ୟ କାଣ୍ଡର ଅନ୍ୟତମ ଖଳନାୟକ ଭାବେ ଗିରଫ ହୋଇଛନ୍ତି ।
ଅନ୍ୟତମ ଗିରଫ ଛାତ୍ରନେତା ଶୁଭ୍ର ସମ୍ବିତ ନାୟକ ଏବିଭିପି ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ଜୁନ୍ ୩୦ ତାରିଖରେ କଲେଜ ଅଧ୍ୟକ୍ଷଙ୍କ ପାଖରେ ସେ ସୌମ୍ୟାଶ୍ରୀଙ୍କ ପାଇଁ ଓକିଲାତି କରୁଥିବାର ଭିଡିଓ ସମସ୍ତେ ଦେଖିଥିଲେ । ହୁଏତ ଅଧ୍ୟକ୍ଷଙ୍କୁ ଡରାଇବା ପାଇଁ ସେ ସୌମ୍ୟାଙ୍କୁ ନିଆଁରେ ଜଳାଇବାର ପ୍ଲଟ୍ ରଚନା କରିଥାଇପାରନ୍ତି ।

ଘଟଣାର ୨୩ ଦିନ ପରେ କ୍ରାଇମବ୍ରାଞ୍ଚର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇତିମଧ୍ୟରେ ଘଟଣାଦିନ ସୌମ୍ୟାଶ୍ରୀଙ୍କର ଆଉ ଏକ ସିସିଟିଭି ଫୁଟେଜ୍ ତଦନ୍ତକାରୀ ଟିମ୍ ର ହସ୍ତଗତ ହୋଇଛି । ସକାଳ ୧୦. ୪୪ ମିନିଟ୍ ରେ କଏଦ ହୋଇଥିବା ଏକ ସିସିଟିଭିରେ ସୌମ୍ୟାଶ୍ରୀ ପେଟ୍ରୋଲ୍ ପମ୍ପ ଦିଗରେ ସାଇକେଲରେ ଯାଉଥିବା ଦେଖିବାକୁ ମିଳୁଛି । ପେଟ୍ରୋଲ ପମ୍ପରୁ ସେ ନିଜେ ପେଟ୍ରୋଲ୍ ଆଣିଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି । ତେବେ କ୍ରାଇମବ୍ରାଞ୍ଚ ପୁଲିସ ଘଟଣାର ସବୁ ଦିଗକୁ ତଦନ୍ତ କରୁଛି ଏବଂ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ସୌମ୍ୟାଶ୍ରୀ ହତ୍ୟା ଷଡ଼ଯନ୍ତ୍ରରେ ଦୁଇ ଏବିଭି ଛାତ୍ରନେତା ଗିରଫ ହେବା ଘଟଣା ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ବିଜେଡି ଏବଂ କଂଗ୍ରେସର ଛାତ୍ର ସଂଗଠନ ସଂପୃକ୍ତ କହି ରାଜ୍ୟ ଏବିଭିପି ସଂଗଠନର ଛାତ୍ରନେତାମାନେ ରାଜରାସ୍ତା ଫଟାଉଥିଲେ । ଭୁବନେଶ୍ୱର ଏମସ୍ ରେ ଜଣେ ନେତ୍ରୀଙ୍କର ରୋବାବ୍ ଦେଖିବାକୁ ମିଳିଥିଲା । ସେଠାକୁ ଆସୁଥିବା ବିରୋଧୀ ଦଳ ନେତାମାନଙ୍କ ବାଟ ଓଗାଳିବାକୁ ଚେଷ୍ଟା କରୁଥିଲେ । ବିଜେପିର ଛାମୁଆ ନେତାମାନେ ଏବିଭିପି ସମର୍ଥନରେ ବାହାରି ଟିଭି ଷ୍ଟୁଡିଓ ଫଟଉଥିଲେ ।

ଅପରପକ୍ଷେ, ଏହି ମାମଲାରେ ଏବିଭିପିର ସଂପୃକ୍ତି ଅଭିଯୋଗ ଆଣି ଜୋରଦାର ଆନେ୍ଦାଳନ କରିଥିଲା ଛାତ୍ର କଂଗ୍ରେସ । ନେତୃତ୍ୱ ନେଉଥିଲେ ସଭାପତି ଉଦିତ୍ ପ୍ରଧାନ । ମାତ୍ର ରାଜନୀତିର ଚକ୍ରବ୍ୟୁହରେ ସେ ଛେଦି ହୋଇଗଲେ । ଏକ ଯୁବତୀ ଅସଦାଚରଣ ମାମଲାରେ ତାଙ୍କୁ ଜେଲ୍ ରେ ବନ୍ଦୀ ଜୀବନ କାଟିବାକୁ ପଡୁଛି । ଚର୍ଚ୍ଚା ହେଲା, ଛାତ୍ର କଂଗ୍ରେସ ସଭାପତିଙ୍କୁ ଫସାଇ ଦିଆଗଲା । କୋର୍ଟରେ ଏହାର ବିଚାର ହେବାକୁ ଥିବା ବେଳେ ସୌମ୍ୟାଶ୍ରୀ ହତ୍ୟା ଷଡ଼ଯନ୍ତ୍ରରେ ଦୁଇ ଏବିଭିପି ଛାତ୍ରନେତାଙ୍କ ଗିରଫ ରାଜନୀତି ମଇଦାନକୁ କିନ୍ତୁ ସରଗରମ କରିଛି ।

ବିଜେପିର ରକ୍ଷକ ଭାବେ ଏବିଭିପି ବିଛାଇଥିବା ଜାଲରେ ସେ ନିଜେ ପଡ଼ିଗଲା କହି ବିରୋଧୀ ପକ୍ଷ ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଏହା ରାଜନୀତିକ ଷଡ଼ଯନ୍ତ୍ର ବୋଲି ଏବିଭିପି ରାଜ୍ୟ ସଂଗଠନ ପକ୍ଷରୁ ସଫେଇ ଦିଆଯାଇଛି ।

 

 

 

Previous Post

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

Next Post

ୟୁଟ୍ୟୁବ୍ ରୁ ଉଡ଼ିଗଲା “ମୁଁ ରୁବେନ୍ କହୁଛି”

Next Post
ୟୁଟ୍ୟୁବ୍ ରୁ ଉଡ଼ିଗଲା “ମୁଁ ରୁବେନ୍ କହୁଛି”

ୟୁଟ୍ୟୁବ୍ ରୁ ଉଡ଼ିଗଲା "ମୁଁ ରୁବେନ୍ କହୁଛି''

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA