Tuesday, June 23, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍

୫-ଟି ଅଧ୍ୟକ୍ଷଙ୍କ ଭଦ୍ରକ ଜିଲ୍ଲା ଗସ୍ତ

by Our Correspondent
27 Dec, 2023- 06:22 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍

ଭୁବନେଶ୍ୱର: ଆଜି ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ସେ ଧାମନଗର ଉପନିର୍ବାଚନ କଥା ଉଠାଇଥିଲେ ଏବଂ ଧର୍ମେନ୍ଦ୍ରଙ୍କ ନାଁ ନ ନେଇ ତାଙ୍କ ଉପରେ ଭୀଷଣ ବର୍ଷିଥିଲେ । ୨୦୨୨ ଉପନିର୍ବାଚନ ପାଇଁ ଦୁଇ ମାସରେ ୫ ଥର ଆସିଥିଲେ ପ୍ରଚାରର ମଙ୍ଗ ଧରିଥିବା ନେତା । ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାଙ୍କ ପ୍ରାର୍ଥୀ ଜିତିଲା ପରେ ସେ ଲୋକଙ୍କୁ ଭୁଲି ଯାଇଛନ୍ତି । ଧନ୍ୟବାଦ ଜଣାଇବାକୁ ବି ଆସିନାହାନ୍ତି । ଏହା ହେଉଛି ଭୋଟ୍ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା ବୋଲି ପାଣ୍ଡିଆନ୍ କଟାକ୍ଷ କରିଛନ୍ତି ।

ଶ୍ରୀ ପାଣ୍ଡିଆନ୍ କହିଥିଲେ, ଧାମନଗର ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ସେହି ନେତା କେତେବେଳେ ଚାଲି ଚାଲି ତ ଆଉ କେବେ ବାଇକ୍ ରେ ବୁଲି ଭୋଟ ଭିକ୍ଷା କରୁଥିଲେ । ଦଳୀୟ ପ୍ରାର୍ଥୀ ଜିତିଲେ ଏସବୁ କରିବୁ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉପନିର୍ବାଚନକୁ ବର୍ଷେ ପୂରିଲାଣି । ପ୍ରଚାରର ମଙ୍ଗ ଧରିଥିବା ସଂପୃକ୍ତ ନେତା ଶହେ ଥର ଓଡ଼ିଶା ଆସିଛନ୍ତି । କିନ୍ତୁ ଧାମନଗରକୁ ଭୁଲିଗଲେ । ବିଜୟୀ ପ୍ରାର୍ଥୀ ଏବଂ ସଂପୃକ୍ତ ନେତା ଧନ୍ୟବାଦ ଜଣାଇବାକୁ ବି ଆସିନାହାନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଚରିତ୍ର ସେୟା ନୁହେଁ ବୋଲି ପାଣ୍ଡିଆନ୍ କହିଥିଲେ ।

ଗତ ଜୁନ୍ ରେ ସେ ଧାମନଗର ଆସିବା ବେଳେ କିଛି ଲୋକ ତାଙ୍କୁ ଆସିବାକୁ ମନା କରିଥିଲେ । ସେଠାରେ ଅନ୍ୟ ଦଳର ବିଧାୟକ ଅଛନ୍ତି, କାହିଁକି ଯିବେ ବୋଲି କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ଧାମନଗରବାସୀଙ୍କ ପାଖକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମୁଁ ଦ୍ୱିତୀୟ ଥର ଧାମନଗର ଆସିଥିବା ବେଳେ ପୁଣି ଥରେ ଆସିବି ବୋଲି କହିଥିଲେ ପାଣ୍ଡିଆନ୍ । 

ଅସୁରାଳି ପରେ ଭଦ୍ରକ ନେହରୁ ଷ୍ଟାଡିୟମରୁ ମଧ୍ୟ ବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଥିଲେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ। ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁଭଳି ଭାବେ ଶ୍ରୀମନ୍ଦିରଠୁ ନେଇ ଲିଙ୍ଗରାଜ ମନ୍ଦିର, ଭଦ୍ରକାଳୀମନ୍ଦିରଠୁ ନେଇ ବିଭିନ୍ନ ମଠ, ମନ୍ଦିର, ମସଜିଦ୍ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗିଯାଇଛି। ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି। ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ୱାସ ନାହିଁ। ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବା ଏହି ବିରୋଧୀମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି କଟାକ୍ଷ କରିଥିଲେ।

ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଆରଡିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଆଖଣ୍ଡଳମଣି ମନ୍ଦିରକୁ ୫୦କୋଟି ଟଙ୍କା ଅନୁଦାନ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସୂଚନା ଦେଇଥିଲେ । ଆରଡିଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳିର ବିକାଶ ପାଇଁ ମଂଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଥିଲେ । ଦାନକଣିଆ ଘାଟରୁ ଆରଡିକୁ ଯୋଗାଯୋଗ ପାଇଁ ସେତୁ ନିର୍ମାଣ ପାଇଁ ୮୦କୋଟି ମଂଜୁର ହୋଇଛି । ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦କୋଟି ମଂଜୁର ହୋଇଛି । ଚାନ୍ଦବାଲି ସହରରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ୫୦କୋଟି ଟଙ୍କା ମଂଜୁର ହୋଇଛି । ସେହିପରି ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ୨୭ କୋଟି, ଧାମରାଇ ମନ୍ଦିର ଉନ୍ନତି ପାଇଁ ୧କୋଟି, ପାଟଣମଙ୍ଗଳା ମନ୍ଦିର ଉନ୍ନତି ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି । ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଥିବା ସବୁ କଲେଜର ରୂପାନ୍ତରଣ ପାଇଁ ୬ କୋଟି ଟଙ୍କା ମଂଜୁର ହୋଇଛି । ମନ୍ଦିର, ମସଜିଦ ଓ କମ୍ୟୁନିଟି ସେଣ୍ଟର ପାଇଁ ୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଗତ ୫ ମାସ ମଧ୍ୟରେ ଭଦ୍ରକ ଜିଲ୍ଲାକୁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବା ୫-ଟି ଅଧ୍ୟକ୍ଷ ସୂଚନା ଦେଇଥିଲେ।

Previous Post

ରାଉରକେଲାରୁ କୋଲକତାକୁ ଉଡ଼ିବ ବିମାନ

Next Post

ଇଡକୋର ଲାଞ୍ଚୁଆ ସିଜିଏମ୍ ଗିରଫ

Next Post
ଇଡକୋର ଲାଞ୍ଚୁଆ ସିଜିଏମ୍ ଗିରଫ

ଇଡକୋର ଲାଞ୍ଚୁଆ ସିଜିଏମ୍ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA