ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଉରକେଲାରୁ କୋଲକତାକୁ ଉଡ଼ିବ ବିମାନ । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବିମାନ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ । ମାତ୍ର ଦେଢ଼ଘଣ୍ଟାରେ ରାଉରକେଲାରୁ କୋଲକତାରେ ପହଞ୍ଚିହେବ ।
ଏହି ବିମାନ ସେବା ପାଇଁ ରାଜ୍ୟ ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଜରିଆରେ ସହାୟତା ଯୋଗାଇବେ । ରାଜ୍ୟ ସରକାର ୩୫ ଟି ଆସନ ପାଇଁ ଭିଜିଏଫ୍ ବ୍ୟବସ୍ଥା କରିଛନ୍ତି । ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଯାତାୟତ କରିବ । ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି । ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ହୋଇଛି।






