Friday, June 26, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରାପଡ଼ାରେ ବି ବିରୋଧୀଙ୍କୁ ଧୂଲେଇଲେ ପାଣ୍ଡିଆନ୍

ବିରୋଧୀଙ୍କ ଜବାବ: ଗୋଦରୀ ଲୋ ତୋ ଗୋଡ଼କୁ ଅନା

by Our Correspondent
18 Dec, 2023- 09:09 PM
in Latest News, News, Politics
1 min read
0
କେନ୍ଦ୍ରାପଡ଼ାରେ ବି ବିରୋଧୀଙ୍କୁ ଧୂଲେଇଲେ ପାଣ୍ଡିଆନ୍

ଭୁବନେଶ୍ୱର: ରାଜ୍ୟରେ ରୂପାନ୍ତରଣକୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଗତକାଲି ଗଞ୍ଜାମରେ କଡ଼ା ଜବାବ ଦେଇଥିଲେ ଆଇଏଏସରୁ ରାଜନେତା ବନିଥିବା କାର୍ତ୍ତିକ ପାଣ୍ଡିଆନ୍ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ବେଳେ ବି ସମାନ ଢ଼ଙ୍ଗରେ ସେ ବିରୋଧୀଙ୍କୁ ଜବାବ ଦେଇଛନ୍ତି । କହିଛନ୍ତି, ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣର ଉଦାହରଣ ଦେଇଥିଲେ ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ଦେଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କହିଥିଲେ ଏଭଳି ରୂପାନ୍ତକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ । ସେମାନେ ଆଖିଥାଇ ଅନ୍ଧ । ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରିଥାଆନ୍ତି ଆଉ ଯେତେ ଉଠାଇଲେ ଉଠନ୍ତିନାହିଁ , ଏମାନେ ମଧ୍ୟ ସେମିତି ଉଠିନଥାନ୍ତି । ସେମାନଙ୍କୁ ସେମିତି ଶୋଇବାକୁ ଦିଆଯାଉ । ସାଧାରଣଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି କହିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କ କର୍ମଭୂମି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲପାଆନ୍ତି । ସେଥିପାଇଁ କେନ୍ଦ୍ରାପଡ଼ର କେମିତି ଉନ୍ନତି ହେବ ସେନେଇ ବରାବର ଚେଷ୍ଟିତ । କେନ୍ଦ୍ରାପଡ଼ାରେ ବିଶ୍ୱର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି । ଆର୍ସେଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା ସେମାନଙ୍କ କାରଖାନା ପ୍ରତିଷ୍ଠା କରିବା ପରେ ଜିଲ୍ଲାର ରୂପରେଖ ବଦଳିଯିବ । ଯୁବପିଢ଼ି ନିଯୁକ୍ତି ପାଇବେ। ଜିଲ୍ଲାରୁ ଆସୁଥିବା ସବୁ ବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇମାସ ସୁଦ୍ଧା ରୂପାନ୍ତରଣ ସରିବ । ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ଦକ୍ଷତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ସଂପର୍କରେ ପାଣ୍ଡିଆନ ଲୋକଙ୍କୁ ସୂଚନାଦେଇଥିଲେ । ୨୦୦୭ ମସିହାରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି କହିବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ବୋଲି କହିଥିଲେ । କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ବିଶ୍ୱ ତା’ର ସାକ୍ଷୀ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ଗୋଟେ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ରାଜସ୍ୱ ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି । ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡ଼ା ଗସ୍ତ ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରେ ସାଧାରଣସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିଲେ ।

କେରଡ଼ାଗଡ଼ପରେ ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ । ଗୋପାଳପୁର ଛକ, ମଦନପୁର ଛକ, ପଟ୍ଟାମୁଣ୍ଡାଇ ଆଇବି ଛକ, ଗୋଗୁଆ, ତିନି ମୁହାଣୀ ଓ ଇଛାପୁରଠାରେ ସାଧାରଣସଭାକୁ ସମ୍ବୋଧିତ କରିଥିଲେ । ଶେଷରେ କେନ୍ଦ୍ରାପଡାର ବଳଦେବଜୀଉଙ୍କୁ ଦର୍ଶନ କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଗସ୍ତ ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାୟର ସେକେଣ୍ଡାରୀ ସ୍କୁଲ ଓ କଲେଜପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା ଶ୍ରୀଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଂଜୁର ହୋଇଥିବା ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଏହି ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଜନ ପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ପାଣ୍ଡିଆନଙ୍କ କଟାକ୍ଷର ଜବାବ ଦେଇଛନ୍ତି ବିରୋଧୀ । ରାଜ୍ୟରେ ରୂପାନ୍ତରଣ ନାଁରେ ବ୍ୟାପକ ହରିଲୁଟ୍ ଚାଲିଛି । ଏହାକୁ ଏକ ପ୍ରହସନ ବୋଲି ବିଜେପି ଓ କଂଗ୍ରେସ ନେତା ପାଲଟା କଟାକ୍ଷ କରିଛନ୍ତି ।ଚଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଗୋଦରୀ ଲୋ ତୋ ଗୋଡ଼କୁ ଅନା ।

 

Previous Post

୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

Next Post

ବିଜେବି କଲେଜ ପୁରାତନ ଛାତ୍ରସଂଘ ‘ବିଜେବି ଫ୍ରେଣ୍ଡସ୍’ ର ବନ୍ଧୁ ମିଳନ

Next Post
ବିଜେବି କଲେଜ ପୁରାତନ ଛାତ୍ରସଂଘ ‘ବିଜେବି ଫ୍ରେଣ୍ଡସ୍’ ର ବନ୍ଧୁ ମିଳନ

ବିଜେବି କଲେଜ ପୁରାତନ ଛାତ୍ରସଂଘ 'ବିଜେବି ଫ୍ରେଣ୍ଡସ୍' ର ବନ୍ଧୁ ମିଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA