ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ୍’ ର ବନ୍ଧୁ ମିଳନ ରବିବାର ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା । ସକାଳେ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଂଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଇଥିଲା। ପୂରାତନ ଛାତ୍ର ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ସାଂସଦ ଅମର ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରଶିଦ୍ ଖାନ୍ , ପୂର୍ବତନ ବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା |
ପ୍ରାରମ୍ଭରେ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।
କାର୍ଯ୍ୟକ୍ରମରେ ବିଚାରପତି ଶ୍ରୀ ଷଡ଼ଙ୍ଗୀ, ଆଡଭୋକେଟ୍ ଜେନେରାଲ ଶ୍ରୀ ପରିଜାଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଚଳିତ ବର୍ଷ ବିଜେବି କଲେଜର କଳା, ବିଜ୍ଞାନ ଓ ବାଣିଜ୍ୟ ରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ର ବିଶାଲ ପରିଜା ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା |
ସେହିପରି ଡିସେମ୍ବର ୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସଂଘର ସୋଭେନର-୨୦୨୩ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା |
ବିଜେବି ଫ୍ରେଣ୍ଡସ ର ଉପ ସଭାପତି ରାଜ କିଶୋର ଚୌଧୁରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, କେଦାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର , ଶିବାନନ୍ଦ ରାୟ , ଆଶୋକ ପଟ୍ଟନାୟକ, ଚିତ୍ରା କାନୁନଗୋ,ସିଦ୍ଧାର୍ଥ ଶେଖର ସିଂହ, ଶୁଭଦର୍ଶିନୀ ମିଶ୍ର, ସିନି ମହାନ୍ତି, ପିଙ୍କି ପ୍ରଧାନ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁଣି ଥରେ କଲେଜର ସେଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ।