ଭୁବନେଶ୍ୱର: ଦେଢ ଶହ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଗୋଟେ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ୱ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ୱ ଆଇନରେ ପରିବର୍ତ୍ତନ ଅଣାଯାଇଛି । ଫଳରେ ସମଗ୍ର ରାଜ୍ୟର ୨ଲକ୍ଷ ୫୦ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ୱର ଜିଲ୍ଲାର ୧୮ହଜାର ରୟତ ପରିବାର ଉପକୃତ ହେବେ । ୧୫୦ ବର୍ଷ ପରେ ସେମାନେ ସେମାନଙ୍କ ଜମିର ପଟ୍ଟା ପାଇବେ । ୨୧୦୧ ଏକର ସିକ୍କିମ ପଟ୍ଟା ସ୍ଥିତିରେ ଥିବା ଜମିର ପଟ୍ଟା ମିଳିବ । ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ସେହିଭଳି ଭତ୍ତା ରାଶି ବୃଦ୍ଧି ପାଇଁ ବିଭିନ୍ନ ସମୟରେ ହୋଇଥିବା ଆବେଦନକୁ ବିଚାରକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଏ ନେଇ ଖୁସି ଖବର ମିଳିବ । ବାଲେଶ୍ୱରଠାରେ ମିଶନ ପଡିଆଠାରେ ଏଭଳି ସୂଚନା ଦେଇଛନ୍ତି ଫାଇଭଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏତେ ଗସ୍ତ କରୁଛନ୍ତି । ସେଥିରୁ କଣ ମିଳୁଛି ବା କଣ ଫରକ ପଡୁଛି ବୋଲି କେହି କେହି ପ୍ରଶ୍ନ ଉଠାଉଛନ୍ତି । ତାର ଜବାବରେ ପାଣ୍ଡିଆନ ଆଜି କହିଛନ୍ତି ଯେ, ସେ ଜୁନ ମାସରେ ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ । ଲୋକଙ୍କଠାରୁ ଦରଖାସ୍ତ ନେଇଥିଲେ । ଏହି ସବୁ ଦରଖାସ୍ତକୁ ବିଚାରକୁ ନେଇ ଗତ ୬ମାସରେ ବାଲେଶ୍ୱର ଜିଲ୍ଲାକୁ ୧୦୩୮କୋଟି ଟଙ୍କା ବିକାଶ ମୂଳକ କାର୍ଯ୍ୟ ପାଇଁ ମିଳିଛି । ଏହା ହିଁ ବଡ ଫରକ ବୋଲି ପାଣ୍ଡିଆନ ଆଜି ବାଲେଶ୍ୱର ମିଶନ ପଡିଆଠାରେ ଅନୁଷ୍ଠିତ ସଭାରେ କହିଛନ୍ତି ।
ବାଲେଶ୍ୱର ମିଶନ ପଡିଆଠାରେ ଆୟୋଜିତ ସଭାରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଗତ ଜୁନ ମାସରେ ସେ ଯେତେବେଳେ ଆସିଥିଲେ ତାଙ୍କୁ ୮୪୦ ଆବେଦନପତ୍ର ମିଳିଥିଲା । ୬ମାସ ମଧ୍ୟରେ ୮୦ଟି ଆବେଦନକୁ ଛାଡି ଆଉ ସବୁ ଆବେଦନର ସମାଧାନ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏହି ସବୁ ଆବେଦନ ଆଧାରରେ ବାଲେଶ୍ୱର ପୌରାଂଜଳରେ ପାଇପଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୨କୋଟି ୩୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିଭଳି ବୁଢାବଳଙ୍ଗ ନଦୀ ଉପରେ ବଳରାମଗଡିଠାରେ ହାଇ ଲେଭଲ ବ୍ରିଜ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ୧୧୩କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବସ୍ତାରେ ମାଛ ମାର୍କେଟ ପାଇଁ ୮୦କୋଟି, ସଲ୍ଟରୋଡ ପ୍ରଶସ୍ତିକରଣ ପାଇଁ ୫୭କୋଟି ୩୦ଲକ୍ଷ ଟଙ୍କା, ବାହାନ ଗାଁ-ତାଲପଦା ରାସ୍ତା ପାଇଁ ୩୫କୋଟି, କାଂସବାଂଶ ନଦୀ ଉପରେ ଚଡକମରା ବାଇପାସଠାରେ ସେତୁ ପାଇଁ୨୫କୋଟି, ପଞ୍ଚ ଲିଂଗେଶ୍ବର ମନ୍ଦିରର ରୂପାନ୍ତରଣ ପାଇଁ ୧୫କୋଟି ୫୦ଲକ୍ଷ ଟଙ୍କା, ରେମୁଣା ବହୁମୁଖୀ ଗୋଷ୍ଠୀକେନ୍ଦ୍ର ପାଇଁ ୮କୋଟି, ସୋର-କୁପାରୀ ରାସ୍ତା ଲାଗି ୯ କୋଟି ଟଙ୍କା, ବାଲେଶ୍ବର ମ୍ୟୁନିସିପାଲଟିର ଦରଘା ମଇଦାନ ଲାଗି୧ କୋଟି ୫୦ ଲକ୍ଷ, ବାଲିଆପାଳ ଡଗରା ବେଳାଭୂମି ଲାଗି ୧ କୋଟି ୧୭ ଲକ୍ଷ, ନୀଳଗିରିର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି । କେବଳ ଏତିକି ନୁହେଁ ବିକାଶ କାର୍ୟ୍ୟପାଇଁ ଆର୍ଥିକ ମଞ୍ଜୁରୀର ତାଲିକା ଆହୁରି ଲମ୍ବା ।
ବାଲେଶ୍ୱର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ଗତ ଥର ବାଲେଶ୍ୱର ଗସ୍ତରୁ ଫେରିବାପରେ ବାଲେଶ୍ୱର କେମିତି ଲାଗିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପଚାରିଥିବା ପାଣ୍ଡିଆନ ସଭାରେ କହିଥିଲେ । ଗଂଜାମ ଜିଲ୍ଲାରୁ ଯେମିତି ଭଲ ପାଇବା ମିଳିଛି, ବାଲେଶ୍ବର ଜିଲ୍ଲାରୁ ମଧ୍ୟ ସେମିତି ଭଲ ପାଇବା ମିଳିଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏହା ପଛର ଏକ ଘଟଣା ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଗତଥର ଗସ୍ତ ବେଳେ ବହୁତ ବର୍ଷା ହେଉଥିଲା । ଭୋଗରାଇର ଭୂଷଣେଶ୍ବର ମନ୍ଦିରକୁ ଯିବାବେଳେ ରାସ୍ତାରେ ଥିବା ସ୍ପିଡ ବ୍ରେକର ଯୋଗୁଁ ଗୋଟିଏ ସ୍ଥାନରେ ଗାଡି ଅଟକି ଯାଇଥିଲା । ଏହା ଦେଖି ଗୋଟେ ଘର ଛାତ ତଳେ ବର୍ଷା ଯୋଗୁଁ ଆଶ୍ରୟ ନେଇଥିବା ଦୁଇଜଣ ମା ତାଙ୍କ ପାଖକୁ ଦୌଡି ଆସିଥିଲେ । ସେ ଅନୁଭୂତି କହିଲାବେଳେ ତାଙ୍କ ଲୋମ ଟାଙ୍କୁରି ଉଠୁଥିବା ପାଣ୍ଡିଆନ ପ୍ରକାଶ କରିଥିଲେ ।
ବିଭିନ୍ନ ସଭାଭଳି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ନିଳଗିରି, ବାହାନଗାଁ ଓ ସୋରଠାରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ପାଣ୍ଡିଆନ। ଈଝକଣ ନବୀନ କାର୍ଡ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହେଉଛି । ଏହା ୧୬ ତାରିଖ ପର୍ୟ୍ୟନ୍ତ ଚାଲିବ । ଗ୍ରାମଞ୍ଚଳରେ ଯେଉଁମାନେ ଈଝକଣ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ଅପୂର୍ବ ସୁଯୋଗ ଏହି ଯୋଜନାରେ ସାମିଲ ହେବାଲାଗି । ସେ କହିଥିଲେ ଯେ, ଈଝକଣ ହେଉଛି ଏକ ମ୍ୟାଜିକ କାର୍ଡ । ଗ୍ରାମଞ୍ଚଳରେ ଯେଉଁମାନଙ୍କ ଈଝକଣ କାର୍ଡ ନାହିଁ ସେମାନେ କିଭଳି ପଞ୍ଜିକୃତ ହେବେ ତାହା ତଦାରଖ କରିବା ଲାଗି ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ମଧ୍ୟ ପାଣ୍ଡିଆନ ଆହ୍ବାନ ଦେଇଥିଲେ ।
ସବୁ ଗ୍ରାମାଞ୍ଚଳ ଲୋକ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବା ପରେ ପର୍ୟ୍ୟାୟକ୍ରମେ ସରକାରୀ ଅଧିକାରୀ ଏବଂ ସହରାଞ୍ଚଳ ଲୋକ ମଧ୍ୟ ଏହି ସୁବିଧା ପାଇବେ ବୋଲି ସେ ଦେ।ହରାଇଥିଲେ ।
ରାଜ୍ୟସରକାରଙ୍କ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଯୋଜନାଟି ହେଲା ଲକ୍ଷ୍ମୀ ବସ ଯୋଜନା । ରାଜ୍ୟର ୬ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇସାରିଲାଣି । ଆସନ୍ତା ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ମଧ୍ୟ ଆରମ୍ଭ ହେବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ । ସେ କହିଥିଲେ ଯେ, ଏହି ଯୋଜନାରେ ଦ୍ବାରା ମହିଳା ଓ ଛାତ୍ର ଛାତ୍ରୀମାନେ ରିହାତି ପାଇବେ । ମାତ୍ର ୫ଟଙ୍କା ଟିକେଟ ମୂଲ୍ୟ ଦେଇ ଯାତାୟତ କକରିପାରିବେ । ସବୁ ପଞ୍ଚାୟତରୁ ବ୍ଲକକୁ ଏହି ବସ ଗଡିବ । ଦିନକୁ ୩ଥର ଯା ଆସ କରିବ ।
ତୃତୀୟ ଗୁରୁତ୍ବପୂର୍ଣ୍ଣ ଯୋଜନାଟି ହେଉଛି ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଶାଖା ଖୋଲିବା । ଏହି ଯୋଜନା ମଧ୍ୟ ଫେବ୍ରୁଆରୀମାସ ଶେଷ ସୁଦ୍ଧା ଆରମ୍ଭ ହେବ । ଏହା ଫଳରେ ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ବହୁ ସମସ୍ୟାର ସମାଧାନ ହେବ ବୋଲି ପାଣ୍ଡିଆନ କହିଥିଲେ ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସଭାରେ କାର୍ତ୍ତିକ ପାଣ୍ଡିଆନ ରାଜନୈତିକ ବାର୍ତ୍ତା ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଦିନ ରାତି ଏକ କରି କାମ କରୁଛନ୍ତି । ବିକାଶ ପାଇଁ ନକ୍ସା ଆଙ୍କୁଛନ୍ତି । ଶାସନର ୫ମ ପଳିରେ ସର୍ବାଧିକ ଯୋଜନା ପ୍ରଣୟନ କରିଛନ୍ତି । ସେଥିପାଇଁ ତାଙ୍କୁ ଏବେ ଧନ୍ୟବାଦ ଦେବାର ସମୟ ଆସିଛି । ବାଲେଶ୍ବରରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଲାଗି ସେ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯ, ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଅନ୍ୟୂନ ୫ପ୍ରତିଶତ ଭୋଟ ବଢିବା ଦରକାର । ହସପିଟାଲରୁ ଆରମ୍ଭ କରି ରାସ୍ତାଘାଟ ବ୍ରିଜ ସବୁ କ୍ଷେତ୍ରରେ ଯେତେବେଳେ ମୁଖ୍ୟମନ୍ତ୍ରୀ ବିକାଶ କରୁଛନ୍ତି ସେ ଧନ୍ୟବାଦ ପାଇବା ଜରୁରୀ ବୋଲି ପାଣ୍ଡିଆନ କହିଥିଲେ ।
ବାଲେଶ୍ୱର ପରେ ନୀଳଗିରିଠାରେ ସଭାରେ ପାଣ୍ଡିଆନ ନୀଳଗିରି ନିର୍ବାଚନମଣ୍ଡଳି ପାଇଁ ହୋଇଥିବା ବିକାଶର ହିସାବ ଦେଇଥିଲେ । ୬ ମାସ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଲାଗି ୧୧୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି ନିର୍ବାଚନମଣ୍ଡଳିର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତ ଜୁନ ୨୨ରେ ନୀଳଗିରି ଗସ୍ତରେ ଯାଇଥିବାବେଳେ ତାଙ୍କୁ ୨୯୧ ଦରଖାସ୍ତ ମିଳିଥିଲା । ସେଥିରୁ ୨୪୦ଟିର ସମାଧାନ ହୋଇଛି ।
ନୀଳଗିରି ଏନଏସିରେ ମେଗା ପାଇପ ଜଳ ଯୋଜନା ଲାଗି ୨୨ କୋଟି ଟଙ୍କା ମଞ୍ଜୁର ହୋଇଛି । ପଞ୍ଚଲିଙ୍ଗେଶ୍ବର ମନ୍ଦିର ଲାଗି ୧୫ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପାଣି ପ୍ରକଳ୍ପ ଲାଗି ୧ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ନୀଳଗିରି ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ସ୍ୱର୍ଣ୍ଣଚୂଡ କଲେଜ ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ନୀଳଗିରି କଲେଜର ରୂପାନ୍ତରିକରଣ ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ୧୬ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ସମ୍ପର୍କରେ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି ।
ଗତ ୬ ମାସରେ ବାହାନଗା ବ୍ଲକକୁ ମିଳିଛି ୯୦ କୋଟି ଟଙ୍କା । ବ୍ଲକର ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବାହାନଗାଁଠାରେ ଆୟୋଜିତ ସଭାରେ ସେ କହିଛନ୍ତି- ବାହାନଗା ସ୍କୁଲର ରୂପାନ୍ତରଣ ଲାଗି ୨ କୋଟି ୫୦ ଲକ୍ଷ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ । ବାହାନଗା ଟ୍ରେନ ଦୁର୍ଘଟଣା ସମୟରେ ବାହାନଗାବାସୀ ଯେଉଁ ତ୍ୟାଗ କଲେ ତାହା ବିରଳ ଉଦାହରଣ ସୃଷ୍ଟି କରିଛି । ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ପରିଣତ କରିବା ଲାଗି ଅନୁରୋଧ ଥିଲା । ଏବେ କୋଟିଏ ଟଙ୍କାର କାମ ଚାଲିଛି । ବାହାନଗା ପଞ୍ଚାୟତକୁ ମଡେଲ ପଞ୍ଚାୟତ ଲାଗି ଅନୁରୋଧ ଥିଲା । ସେ କାମ ବି ଚାଲିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ବାହାନଗା-ତାଲପଦା ୧୪ କିଲୋମିଟର ରାସ୍ତା ଲାଗି ୩୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସଲ୍ଟ ରାସ୍ତା ଲାଗି ୩୮ କୋଟି ଟଙ୍କା ମଞ୍ଜୁର ହୋଇଛି । ବାହାନଗାରେ ଥିବା ୧୩ଟି ହାଇସ୍କୁଲକୁ ଫାଇଭ-ଟିରେ ସାମିଲ କରାଯାଇଛି । ସେ କହିଛନ୍ତି- ଗତ ଜୁନରେ ସେ ଆସିଥିବା ସମୟରେ ତାଙ୍କୁ ମିଳିଥିବା ୮୦ ଦରଖାସ୍ତରୁ ୭୦ ଦରଖାସ୍ତର ସମାଧାନ ହୋଇଛି ।
ବାଲେଶ୍ୱର ମିଶନ ପଡିଆଠାରେ ଆୟୋଜିତ ସଭାରେ ଯୋଗଦେବା ପରେ ବାଲେଶ୍ବର ପୋଲିସ ପଡିଆଠାରେ ଆୟୋଜିତ ନୂଆ –ଓ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ । ନୂଆ-ଓ କାର୍ୟ୍ୟକ୍ରମ ଜରିଆରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ଘଟୁଛି । ଛାତ୍ରଜୀବନ ହିଁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟାୟ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବାଲେଶ୍ବର ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି- ପାଠପଢ଼ା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ପ୍ରତିଭାକୁ ବାହାର କରିବାକୁ ପଡିବ ।
ନାଚ, ପେଣ୍ଟିଂ, ବତ୍କୃତା, ଅଭିନୟ ଆଦିକୁ ଗୁରୁତ୍ବ ଦେଲେ ହିଁ ପ୍ରତିଭାର ବିକାଶ ଘଟିବ । ଜିତିବା- ହାରିବା ବଡ଼କଥା ନୁହେଁ, ଭାଗ ନେବା ହିଁ ଗୁରୁତ୍ବପୂର୍ଣ୍ଣ । ଭାଗ ନେଲେ ହିଁ କିଛି ଶିଖିହୁଏ । ଫାଇଭ-ଟିରେ ସାମିଲ ବାଲେଶ୍ବର ଜିଲ୍ଲାର ୧୩୬ କଲେଜ । ଏଥିଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସବୁ କଲେଜରେ ରୂପାନ୍ତରିକରଣ ଚାଲିଛି । ଫେବ୍ରୁଆରୀ ସୁଦ୍ଧା ସରିବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସଚିନ ତେନ୍ଦୁଲକର, ଶାହାରୁଖ ଖାଁଙ୍କ ଉଦାହରଣ ଉପସ୍ଥାପିତ କରି ସେ କହିଛନ୍ତି କଠିନ ପରିଶ୍ରମର ବିକଳ୍ପ ନାହିଁ ।







