ଭୁୁବନେଶ୍ୱର: ଆଇପିଏସ୍ ସ୍ତରରେ ପୁଣି ଏକ ଅଦବଳବଦଳ ହୋଇଛି । ୬ ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୯୮ ବ୍ୟାଚ୍ ଅଧିକାରୀ ଏସ୍. ଦେବଦତ୍ତ ସିଂହଙ୍କୁ ଆଇଜି, ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କର ଭିଜିଲାନସ୍ କୁ ବଦଳି ହୋଇଛି । ଜଗତସିଂହପୁର ଏସପି ଭାବେ ଅଖିଲେଶ୍ୱର ସିଂହ ନିଯୁକ୍ତି ପାଇଛନ୍ତି । ସେହିଭଳି ମୟୁରଭଞ୍ଜ, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଏସପିଙ୍କର ବଦଳି ହୋଇଛି । ପୁଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟରତ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଭାବେ ବଦଳି କରାଯାଇଛି ।
ଏସ୍. ଦେବ ଦତ୍ତ ସିଂହ(୧୯୯୮)- ଆଇଜିି, ମୁଖ୍ୟାଳୟ
ପ୍ରକାଶ ଆର(୨୦୦୮)- ଭିଜିଲାନସ୍ ଏସପି
ଅଖିଳେଶ୍ୱର ସିଂହ(୨୦୦୯)- ଏସପି, ଜଗତସିଂହପୁର
ପି.ଏସ.ପରଷୋତ୍ତମଦାସ(୨୦୧୩)- ଏସପି, ନବରଙ୍ଗପୁର
ରାହୁଲ ଜୈନ(୨୦୧୫)- ଏସପି, ବରଗଡ଼
ପ୍ରତ୍ୟୁଷ ଦିବାକର(୨୦୧୫)- ଏସପି, ନୂଆପଡ଼ା
କେ.ଆର.ଦନ୍ୟାନ୍ଦଓ(୨୦୧୬)-ଏସପି, ମୟୁରଭଞ୍ଜ
ପି.ଏସ.ମୀନା(୨୦୧୭)-ଏସପି, ମାଲକାନଗିରି