Tuesday, August 11, 2026 05:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨ ବର୍ଷରେ ମାତ୍ର ୬ ହଜାର ନିଯୁକ୍ତି: ବିଜେଡି

୨ ବର୍ଷରେ ବେକାରୀ ହାର ୦.୯%ରୁ ୩.୫%କୁ ବୃଦ୍ଧି

by Our Correspondent
10 Aug, 2026- 07:40 PM
in Latest News, News
1 min read
0
୨ ବର୍ଷରେ ମାତ୍ର ୬ ହଜାର ନିଯୁକ୍ତି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ସରକାର ଦ୍ୱାରା ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ଯୋଗଦେଇ ରାଜ୍ୟରେ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ତାଙ୍କ ସରକାର ତତ୍ପର ଅଛନ୍ତି ବୋଲି କହିଥିବା ବେଳେ ନିଯୁକ୍ତି ଦେବା କ୍ଷେତ୍ରରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜୁ ଜନତା ଦଳ କହିଛି । ଏହାଛଡା ବିଜେପି ସରକାର ଗତ ୨ ବର୍ଷରେ ୪୫,୦୦୦ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଯେଉଁ ଦାବି କରୁଛନ୍ତି ତାହା ଭ୍ରମାତ୍ମକ, କାରଣ ଏହା ମଧ୍ୟରୁ ପ୍ରାୟ ୩୯,୦୦୦ ନିଯୁକ୍ତିର ବିଜ୍ଞପ୍ତି ନବୀନ ସରକାରଙ୍କ ସମୟରେ ହୋଇଥିଲା ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ନିଯୁକ୍ତି ସମ୍ୱନ୍ଧରେ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ବକ୍ତବ୍ୟରେ ଗତ ୨ ବର୍ଷରେ ତାଙ୍କ ସରକାର ଦ୍ୱାରା ୪୫,୦୦୦ ସରକାରୀ ପଦବୀରେ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ, ଯାହା ଭ୍ରମାତ୍ମକ । ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୨ ବର୍ଷରେ ଦିଆଯାଇଥିବା ନିଯୁକ୍ତି ଓ ଏହି ପଦବୀ ଗୁଡିକରେ ନିଯୁକ୍ତି ପାଇଁ କେବେ ବିଜ୍ଞାପନ ଦିଆଯାଇଥିଲା ତାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ତଥ୍ୟ ଅନୁଯାୟୀ, ଦିଆଯାଇଥିବା ସମୁଦାୟ ୪୫,୦୦୦ ନିଯୁକ୍ତି ମଧ୍ୟରୁ, ୩୯,୦୦୦ ପଦବୀ ପାଇଁ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ନବୀନ ସରକାରଙ୍କ ଦ୍ୱାରା ବିଜ୍ଞାପନ ଦିଆଯାଇଥିଲା । ଏହାର ଅର୍ଥ, ବିଜେପି ସରକାରଙ୍କ ଦ୍ୱାରା ମାତ୍ର ୬,୦୦୦ ସରକାରୀ ପଦବୀରେ ନୂତନ ଦିଆଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଗତ ୨ ବର୍ଷରେ ନିଯୁକ୍ତି କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି । ବିଜେପି ତାର ନିର୍ବାଚନ ଇସ୍ତାହାରରେ ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହି ଅନୁସାରେ, ୨ ବର୍ଷରେ ୬୫,୦୦୦ ପଦବୀରେ ନିଯୁକ୍ତି ଦେବା କଥା, କିନ୍ତୁ ମାତ୍ର ୬,୦୦୦ ପଦବୀରେ ନିଯୁକ୍ତି ଦେଇଛନ୍ତି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ସରକାରଙ୍କ ୨୪ ମାସ ଶାସନରେ, ବିଭିନ୍ନ ପଦ ପଦବୀରେ ସରକାରୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ମଧ୍ୟରୁ ୨୪ଟି ପରୀକ୍ଷା ବାତିଲ ହୋଇଛି, ଯାହା ସରକାରଙ୍କର ପାରିବା ପଣିଆକୁ ପ୍ରଦର୍ଷିତ କରୁଛି । ସରକାରୀ ତଥ୍ୟ ଅନୁସାରେ ଜାନୁଆରୀ ୨୦୨୬ ସୁଦ୍ଧା, ୯୪,୪୮୫ଟି ସରକାରୀ ଚାକିରି ଖାଲି ପଡିଛି । ଏହାଛଡା, ଘରୋଇ ଶିଳ୍ପ କ୍ଷେତ୍ରରେ, ନିଯୁକ୍ତି ସୁଯୋଗ ସୃଷ୍ଟି କରି ରାଜ୍ୟର ୩.୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା, ଯାହା ଏକ ଧୂଅାଁବାଣରେ ପରିଣତ ହୋଇଛି । ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟର ବେକାରୀ ହାର ବୃଦ୍ଧି ପାଇଛି । ବିଜେଡି ସରକାରଙ୍କ ସମୟରେ ରାଜ୍ୟର ବେକାରୀ ହାର ୦.୯% ଥିଲା ବେଳେ, ଏହା ଏବେ ୩.୫%କୁ ବୃଦ୍ଧି ପାଇଛି । ନିଯୁକ୍ତି କ୍ଷେତ୍ରରେ ଉପଲବ୍ଧ ଥିବା ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ବିଜେପି ସରକାରଙ୍କ ବିଫଳତା ଜଳଜଳ ହୋଇ ଦିଶୁଛି, ହେଲେ ବିଜେପି ସରକାର ଲୋକଙ୍କୁ ଭ୍ରମିତ କରିବା ସହିତ ନିଜ ପିଠି ନିଜେ ଥାପୁଡ଼େଉଛନ୍ତି ।

Previous Post

୯ ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

Next Post

ସ୍ମାର୍ଟ ମିଟର ଲଗାଇ ଶୋଷଣ

Next Post
ସ୍ମାର୍ଟ ମିଟର ଲଗାଇ ଶୋଷଣ

ସ୍ମାର୍ଟ ମିଟର ଲଗାଇ ଶୋଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA