ଭୁବନେଶ୍ୱର: ୩ ମହାନଗର ନିଗମ ସମେତ ୪୭ଟି ମ୍ୟୁନିସିପାଲିଟି ଏବଂ ୫୯ଟି ଏନଏସିରେ ଭୋଟଗ୍ରହଣ ଶେଷ ହୋଇଛି । ୧୦୬ ଟି ପୌରାଞ୍ଚଳରେ ୬୫% ମତଦାନ ହୋଇଥିବା ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କଟକ ମହାନଗରରେ ସର୍ବାଧିକ ୬୫% ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ୫୦% ମତଦାନ ଏବଂ ବ୍ରହ୍ମପୁର ମହାନଗର ଅଞ୍ଚଳରେ ୪୭% ମତଦାନ ହୋଇଛି । ଭୁଲ୍ ବାଲାଟ୍ ପାଇଁ ଉମରକୋଟ ୱାର୍ଡ ନଂ-୮ରେ ଅଧ୍ୟକ୍ଷ ପଦ ପାଇଁ ମତଦାନ ବନ୍ଦ ରହିଛି । ଆସନ୍ତାକାଲି ସେଠି ରି-ପୋଲ୍ ହେବ ।
ଭଦ୍ରକ ଓ ଧାମନଗରରେ ମଧ୍ୟ ରି-ପୋଲ୍ କରାଯାଇପାରେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିଲା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କମିସନ କହିଛନ୍ତି ।