Tuesday, April 21, 2026 08:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏବର୍ଷ ବଢ଼ିବନି ବିଜୁଳି ଦର

by Our Correspondent
24 Mar, 2022- 07:24 PM
in Latest News, News
1 min read
0
ଏବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର: ବିଦ୍ୟୁତ ବ୍ୟବହାର କରୁଥିବା ସାଧାରଣ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିର ଖବର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟେଲ୍ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ । ଏହାକୁ ଅପରିବର୍ତ୍ତିତ ରଖାଯାଇଛି । ଓଇଆରସି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି ।

ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି, ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ୍ ଯାଏଁ ଦର ୪ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟ୍ ରୁ ଅଧିକ ବ୍ୟବହାରୀଙ୍କ ପାଇଁ ଦର ୬ ଟଙ୍କା ୨୦ ପଇସା ରହିବ ।

ଏଥିସହ ବିଭିନ୍ନ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ କମିସନ ରିହାତି ଘୋଷଣା କରିଛନ୍ତି । ଡିଜିଟାଲ୍ ପେମେଣ୍ଟ ପାଇଁ ୩% ରିହାତି ମିଳିବ । ପୂର୍ବରୁ ଏହା ୨% ଥିଲା । ସେହିଭଳି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୦ ପଇସା ରିହାତି, କୃଷିକ୍ଷେତ୍ର ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ଏବଂ କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ମିଳିବ । ବିଦ୍ୟୁତଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ କରାଯାଇଛି ।

ବିଦ୍ୟୁତ ବିତରକ କମ୍ପାନୀମାନଙ୍କର ଖର୍ଚ୍ଚ ୟୁନିଟ୍ ପିଛା ୧୯ ପଇସା ବଢ଼ିଥିବାରୁ ସେମାନଙ୍କ ପାଖରେ ବଳକା ଥିବା ୩୫୫ କୋଟି ଟଙ୍କା ସେ ବାବଦରେ ଆଡଜଷ୍ଟ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ଦର ନବଢ଼ାଇବାକୁ ରାଜ୍ୟ ସରକାର କମିସନଙ୍କ ପାଖରେ ଦାବି ରଖିଥିବା ଓଇଆରସି ସଚିବ ସୂଚନା ଦେଇଥିଲେ ।

Previous Post

ପୌର ନିର୍ବାଚନରେ ୬୫% ମତଦାନ

Next Post

‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

Next Post
‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

'ଚିପ୍'ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA