Tuesday, April 21, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା

by Our Correspondent
25 Mar, 2022- 09:33 PM
in Crime, Latest News, News
1 min read
0
‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

ଭୁବନେଶ୍ୱର: ଯେଉଁ ମେମୋରି ଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି, ସେଥିରେ କ’ଣ ଥିଲା? ମୃତ ମାନସଙ୍କର ଜଣେ ସହଯୋଗୀ ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି । ଉକ୍ତ ଯୁବକଜଣଙ୍କ ମାନସଙ୍କର ସହଯୋଗୀ ଭାବେ କାମ କରୁଥିଲେ । ପୁଲିସ ଏବଂ କୋର୍ଟରେ ତାଙ୍କର ବୟାନ ପୂର୍ବରୁ ଲିପିବଦ୍ଧ ହୋଇସାରିଛି । ଏହି ଯୁବକଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ହିଁ ପୁଲିସ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି ।

ମାନସଙ୍କର ଏହି ସହଯୋଗୀଙ୍କ ବୟାନ ଅନୁଯାୟୀ, ଗତ ଜାନୁଆରୀ ୨୯ ତାରିଖରେ ପୁରୀ ସମୁଦ୍ର ବେଳାଭୂମିରେ ଏକ ସର୍ଟ ଫିଲ୍ମ ସୁଟ୍ କରିଥିଲେ ମାନସ । ଯେଉଁଥିରେ ସଂପୃକ୍ତ ସହଯୋଗୀ କ୍ୟାମେରା ଆସିଷ୍ଟାଣ୍ଟ ଦାୟିତ୍ୱରେ ଥିଲେ । ଶର୍ମିଷ୍ଠା ରାଉତଙ୍କ ୱେବ୍ ଚାନେଲ୍ ପ୍ରଯୋଜନାରେ ନିର୍ମିତ ଏହି ସର୍ଟ ଫିଲ୍ମର ହୀରୋ ଥିଲେ ନିରଞ୍ଜନ ସେଠୀ । ହୀରୋଇନ୍ ଭାବେ ସେଥିରେ ଦୁଇଜଣ ଯୁବତୀ ଥିଲେ ।

ସେଦିନର ସୁଟିଂ ଦୃଶ୍ୟଟି ଥିଲା, ଗୋଟିଏ ପିଲା ସମୁଦ୍ରରେ ବୁଡ଼ିଯାଉଛି ଏବଂ ହୀରୋ ନିରଞ୍ଜନ ସମୁଦ୍ରରୁ ତାକୁ ଉଦ୍ଧାର କରୁଛନ୍ତି । ଏହା ପରେ ନିରଞ୍ଜନଙ୍କ ସହ ଦୁଇଜଣ ଯୁବତୀ(ହିରୋଇନ୍) ସମୁଦ୍ରରେ ଗାଧୋଉଛନ୍ତି ।

ପରବର୍ତ୍ତୀ ସମୟରେ ଏହି ସିନ୍ କଏଦ ହୋଇଥିବା ଚିପ୍ ଟି ମାନସଙ୍କଠାରୁ ନେଇଯିବାକୁ ଶର୍ମିଷ୍ଠା ଚାହିଁଥିଲେ । ମାତ୍ର ମାନସଙ୍କର ପ୍ରାୟ ୫ ମାସର ଦରମା ଶର୍ମିଷ୍ଠା ଦେଇ ନ ଥିବାରୁ ଚିପ୍ ଟି ତାଙ୍କ ହାତକୁ ଦେବାକୁ ଅମଙ୍ଗ ଥିଲେ । ଏହି କାରଣରୁ ଶର୍ମିଷ୍ଠା ତାଙ୍କୁ ଧମକ ଦେଉଥିବା ମାନସ ତାଙ୍କୁ ଜଣାଇଥିଲେ ବୋଲି ସହଯୋଗୀ କହିଛନ୍ତି ।

ତେବେ ଉକ୍ତ ଚିପ୍ ରେ କେବଳ ଯୁବତୀଙ୍କ ସହ ନିରଞ୍ଜନ ସେଠୀଙ୍କ ସମୁଦ୍ରରେ ଗାଧୁଆ ଦୃଶ୍ୟ ଥିଲା ନା ଆହୁରି ଅଧିକ କିଛି ଥିଲା ସେ ସମ୍ପର୍କରେ ମାନସଙ୍କ ସହଯୋଗୀ ଜାଣିନାହାନ୍ତି । ପୁରୀ ସମୁଦ୍ର ବେଳାଭୂମିରେ ସୁଟିଂ ବେଳେ ସେ ଉପସ୍ଥିତ ଥିବାରୁ ମାନସ ତାଙ୍କୁ କେବଳ ସେହି ସିନ୍ କଥା କହିଛନ୍ତି । ଅନ୍ୟ କ’ଣ ଅଛି ସେ ସମ୍ପର୍କରେ ମାନସ ତାଙ୍କୁ କିଛି କହିନାହାନ୍ତି ବୋଲି ସଂପୃକ୍ତ ସହଯୋଗୀ କହିଛନ୍ତି ।

ସେପଟେ ଶର୍ମିଷ୍ଠାଙ୍କ ମା’ ଗଣମାଧ୍ୟମକୁ ଆଜି ବୟାନ ଦେଇଛନ୍ତି ଯେ ପୁଲିସ ଦ୍ୱାରା ଗିରଫ ହୋଇଥିବା ତାଙ୍କ ପୁଅ ପରମେଶ୍ୱରର କିଛି ଦୋଷ ନାହିଁ । ଶର୍ମିଷ୍ଠା ଏଭଳି କିଛି କାଣ୍ଡ କରିଥିବା ସେ ଅବଗତ ନଥିଲା । ଜରୁରୀ କାମ ପାଇଁ ତା’ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠାଇବାକୁ ନିରଞ୍ଜନ ସେଠୀ ପୁଅକୁ ଫୋନ୍ କରିବାରୁ ସେ ଟଙ୍କା ପଠାଇଥିଲା । ଭଉଣୀ ହିସାବରେ ପୁଅ ତା’ର କର୍ତ୍ତବ୍ୟ କରିଛି । ମୋ ପୁଅକୁ ଦଣ୍ଡ ଦିଅ ନାହିଁ । ଆମ ପରିବାର ଭାସିଯିବ ବୋଲି ମା’ କହିଛନ୍ତି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଭୁବନେଶ୍ୱରରେ ଥିବା ଶର୍ମିଷ୍ଠାଙ୍କ ଦୟାଲ୍ ବୃଦ୍ଧାଶ୍ରମ କେୟାରଟେକର୍ ଗଣମାଧ୍ୟମକୁ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ମାନସ ମୃତ୍ୟୁ ପୂର୍ବରୁ ତିନୋଟି ସମାନ ଚିଠି ଲେଖିଥିଲେ । ତାଙ୍କୁ ମାଡ଼ ମାରି ପ୍ରବଳ ନିର୍ଯ୍ୟାତନା ଦିଆଯାଇଥିବା ଏଥିରେ ଉଲ୍ଲେଖ କରିଥିଲେ । ମୁଁ ମରିଗଲେ ମୋ ଶବ ଏ ପାପୀଙ୍କୁ ଦେବନି ବୋଲି ଲେଖିଥିଲେ । ଏକ ଜରି କାଗଜରେ ଗୁଡ଼ା ହୋଇଥିବା ଏହି ଚିଠି ସେ ଘର ସଫା କଲାବେଳେ ପାଇଥିଲେ ଏବଂ ଶର୍ମିଷ୍ଠା ମ୍ୟାଡାମ୍ ଙ୍କୁ ଦେଇଥିଲେ ବୋଲି କହିଛନ୍ତି ।

ସେହିଭଳି ଦୟାଲ୍ ଆଶ୍ରମକୁ ନିରଞ୍ଜନ ଏବଂ ଅନ୍ୟ କିଛି ବଡ଼ବଡ଼ିଆଙ୍କର ନିୟମିତ ଯିବା ଆସିବା ଥିଲା ବୋଲି ଆଶ୍ରମ ରେଜିଷ୍ଟରରୁ ଜଣାପଡ଼ିଛି । ଖୁବ୍ ଶୀଘ୍ର କ୍ରାଇମବ୍ରାଞ୍ଚ ଏହାର ଛାନଭିନ୍ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

ମାନସ ମୃତୁ୍ୟ ଓ ଅପହରଣ ମାମଲାରେ ଦିନକୁ ଦିନ ଏଭଳି ରୋମାଞ୍ଚକର ତଥ୍ୟ ପଦାକୁ ଆସୁଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କିନ୍ତୁ ଧରାପଡ଼ିନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଲା ପରେ ଗତକାଲିଠାରୁ ଏକ ଟିମ୍ ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିଲେ ମଧ୍ୟ ଠାବ କରିବାରେ ସକ୍ଷମ ହୋଇନାହିଁ । ସେ ଫୋନ୍ ବ୍ୟବହାର କରୁ ନ ଥିବା ଏବଂ ବାରମ୍ବାର ଜାଗା ବଦଳାଉଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପାଇଁ ଚାଲେଂଜ ହୋଇଛି ।

କ୍ରାଇମବ୍ରାଞ୍ଚର ଅନ୍ୟ ତଦନ୍ତକାରୀ ଟିମ୍ ଆଜି ଚାନ୍ଦବାଲି ପଳାଶପୁର ଯାଇ ଫେବ୍ରୁଆରୀ ୬ରେ ମାନସ ବାହାଘର ସୁଟିଂ କରୁଥିବା ଘରେ ସମସ୍ତଙ୍କୁ ପଚରାଉଚୁରା କରିଛନ୍ତି । ଯେଉଁ ଜାଗାରୁ ତାଙ୍କୁ ଅପହରଣ କରାଯାଇଥିଲା ସେହି ଜାଗା ମଧ୍ୟ ଅନୁଧ୍ୟାନ କରିଛନ୍ତି । ସେଦିନ ଅପହରଣ ବେଳେ ରମେଶ ପାତ୍ର ନାମକ ଜଣେ ବ୍ୟକ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ଏବଂ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ସେ ନିଜ ଆଡୁ ଘଟଣା ସମ୍ପର୍କରେ ବୟାନ ଦେଇଥିଲେ ।

ରମେଶ କହିଛନ୍ତି, ଶର୍ମିଷ୍ଠା ଏବଂ ଅନ୍ୟ ୫ ଜଣ ଗୋଟିଏ କାର୍ ରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଛକି ରହିଥିଲେ । ବାହାଘର ସୁଟିଂ ସାରି ମାନସ ତାଙ୍କ ସହଯୋଗୀଙ୍କ ସହ ଫେରୁଥିବା ବେଳେ ସେମାନେ ତାଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଶର୍ମିଷ୍ଠା ତାଙ୍କୁ ଦୁଇ ଚାପୁଡ଼ା ପକାଇ କାର୍ ଭିତରକୁ ନେଇଯାଇଥିଲେ । ତାପରେ କାର୍ ଟି ପଳାଇ ଆସିଥିଲା ।

Previous Post

ଏବର୍ଷ ବଢ଼ିବନି ବିଜୁଳି ଦର

Next Post

ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

Next Post
ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA