Sunday, September 6, 2026 03:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

ନଗଡ଼ାରେ ୮୩%, ତ୍ରିଲୋଚନପୁରରେ ୮୦%

by Our Correspondent
22 Feb, 2022- 06:00 PM
in Latest News, News
1 min read
0
ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

ଭୁୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ଚତୁର୍ଥ ପର୍ଯ୍ୟାୟ । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ସାରା ରାଜ୍ୟରେ ୭୩% ମତଦାନ ହୋଇଛି । ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଚୂଡ଼ାନ୍ତ ଆକଳନ ବେଳେ ଏହି ହାର ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

ବଡ଼କଥା ହେଲା, ଅପହଞ୍ଚ ଓ ଦାରିଦ୍ର୍ୟ ପାଇଁ ଏକଦା ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମବାସୀ ଦୀର୍ଘ ୨୦ ବର୍ଷ ପରେ ଦେଖୁଥିବା ଏହି ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ସେଠାରେ ୮୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ମାଓପ୍ରବଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅନ୍ତର୍ଗତ ନିୟମଗିରି ତ୍ରିଲୋଚନପୁରରେ ୮୦% ମତଦାନ ହୋଇଛି । ମାଓ ଉପଦ୍ରବ ଯୋଗୁଁ ସେଠାରେ ମଧ୍ୟ ୨୦ ବର୍ଷ ପରେ ଭୋଟ ହୋଇଥିଲା ।

ସାମଗ୍ରିକ ଭାବେ ଆଜି ୪/୫ ଟି ମତଦାନ କେନ୍ଦ୍ରରେ ନିର୍ବାଚନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ଘଟଣାର ଅନୁଧ୍ୟାନ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିସନର କହିଛନ୍ତି ।

ଏ ପର୍ଯ୍ୟନ୍ତ ୨୬୬ ବ୍ଲକ୍ ରେ ନିର୍ବାଚନ ସରିଯାଇଛି । ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ, ବାଲାଟ୍ ବାକ୍ସକୁ ଷ୍ଟ୍ରଙ୍ଗ ରୁମ୍ ରେ ଅତ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଷ୍ଟ୍ରଙ୍ଗ ରୁମ୍ ରେ ସିସିଟିଭି, ୨୪ ଘଣ୍ଟିଆ ବିଜୁଳି, ପାୱାର୍ ବ୍ୟାକ୍ ଅପ୍ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ଖୋଲା ଯାଇପାରିବ ନାହିଁ । ଭୋଟଗଣତି ଦିନ କର୍ମଚାରୀ ଏବଂ କାଉଣ୍ଟିଂ ଏଜେଣ୍ଟ ଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ । ଯେଭଳି ପାଖରେ କେହି ମୋବାଇଲ୍ ବା ଅନ୍ୟ କୌଣସି ଇଲେକଟ୍ରୋନିକ୍ସ ସାମଗ୍ରୀ ରଖିପାରିବେ ନାହିଁ ।

Previous Post

କାଲି ଚତୁର୍ଥ ପର୍ଯ୍ୟାୟ ଭୋଟ

Next Post

କିଟ୍‍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ

Next Post
କିଟ୍‍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ

କିଟ୍‍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA