ଭୁୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ ଜିଲ୍ଲା ୬୪ ବ୍ଲକ୍ ର ୧୬୩ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨୫୪ ପଞ୍ଚାୟତରେ ଏହି ଭୋଟ ହେବ । ଏଥିପାଇଁ ମୋଟ ୧୭,୦୮୯ ବୁଥ୍ କରାଯାଇଛି । ସେଥିମଧ୍ୟରେ ୨,୫୬୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।
ଶାନ୍ତିପୂର୍ଣ୍ଣ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୨୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ୧୪୭୩ ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହେବେ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି ।