ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବିଜ୍ଞାନ ସର୍ବତ୍ର ପୂଜ୍ୟତେ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍ଘାଟିତ ହୋଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ କୌଶଳ ବିଭାଗ ଆନୁକୂଲ୍ୟରେ ଭାରତ ସରକାରଙ୍କ ଡିଏସ୍ଟି, ଡିବିଟି, ସିଏସ୍ଆଇଆର, ଏମ୍ଓଇଏସ୍, ଡିଏଇ, ଡିଓଏସ୍, ଆଇସିଏମ୍ଆର, ଏଆଇସିଟିଇ, ଡିଆର୍ଡିଓ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ନଲେଜ ଇନୋଭେସନ୍ ସେଣ୍ଟର, କିଟ୍ ଓ କିଟ୍-ଟିବିଆଇ ସହଯୋଗରେ ଅନୁଷ୍ଠିତ ଏହି ବିଜ୍ଞାନ ମହୋତ୍ସବ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।








