ଭୁବନେଶ୍ୱର: ରାଜ୍ୟର ପ୍ରଥମ ନିର୍ବାଚନ କମିସନର ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ୱିନର୍ ଆସୋସିଏସନ୍ ର ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ରଙ୍କ ନେତୃତ୍ୱ ତଥା ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।








