Saturday, August 1, 2026 02:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

by Our Correspondent
31 Jul, 2026- 11:58 PM
in Latest News, News
1 min read
0
ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଆଜି ଜୟପୁର ରାଜଭବନ (ଲୋକ ଭବନ)ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ସମାଜର ବିକାଶ ଓ କଲ୍ୟାଣ ଦିଗରେ ଅଚ୍ୟୁତ ସାମନ୍ତଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଜଣାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ । ଅଚ୍ୟୁତ ସାମନ୍ତଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା ।

ଏମ୍‌ଜିଏସ୍‌ୟୁ କୁଳାଧିପତି ତଥା ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱା, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ, କୁଳସଚିବ ପ୍ରଫେସର ଯଶପାଲ ଆହୁଜାଙ୍କ ସମେତ ରଜ୍ୟର ବହୁ ମନ୍ତ୍ରୀ, ବିଧାୟକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କିଶୋର ରହାଟକରଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା ।

ମହାରାଜା ଗଙ୍ଗାସିଂହ ବିଶ୍ୱବିଦ୍ୟାଳୟ ରାଜସ୍ଥାନର ଅନ୍ୟତମ ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସୁପରିଚିତ । ଓଡ଼ିଶାରୁ ଆଣି ରାଜସ୍ଥାନ ରାଜଭବନରେ ସ୍ୱତନ୍ତ୍ର ସମାବର୍ତ୍ତନ ଆୟୋଜନ କରି ସମ୍ମାନୀତ କରିବା ସହ ଓଡ଼ିଶା ଓ ଅଚ୍ୟୁତଙ୍କ କାର୍ଯ୍ୟର ପ୍ରଶଂସା କରାଯାଇଥିବାରୁ ଶ୍ରୀ ସାମନ୍ତ ରାଜ୍ୟପାଳ ଶ୍ରୀ ବାଗଡେ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସ୍ମୃତି ମୋ ହୃଦୟରେ ସବୁଦିନ ସାଇତା ହୋଇ ରହିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । ଅଗଷ୍ଟ ୨ରେ ଦିବଙ୍ଗତ ମା ନୀଳିମାରାଣୀଙ୍କ ୧୦ମ ଶ୍ରାଦ୍ଧଦିବସ ପାଳନ ହେଉଥିବା ବେଳେ ମାଆଙ୍କ ସମ୍ମାନାର୍ଥେ ଶ୍ରୀ ସାମନ୍ତ ଏହି ସମ୍ମାନକୁ ମାଆଙ୍କୁ ଉତ୍ସର୍ଗ କରିଛନ୍ତି ।

Previous Post

ଶାହ, ବୈଷ୍ଣବଙ୍କୁ ଭେଟିଲେ ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA