Sunday, August 2, 2026 07:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ କେତେ?

ଆକାଶମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

by Our Correspondent
01 Aug, 2026- 07:14 PM
in Latest News, News
1 min read
0
୮ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ କେତେ?

ଭୁବନେଶ୍ୱର: ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୭୦୦ଟି ଆଶ୍ରୟସ୍ଥଳ ଓ ରିଲିଫ କ୍ୟାମ୍ପରେ ଏମାନଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା, ପିଇବା ପାଣି ଓ ଡାକ୍ତରୀ ସେବାର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥ୍ୟ ଦେଇଛନ୍ତି । ମାତ୍ର ଏହି ବନ୍ୟା କେତେ ଲୋକଙ୍କର ଜୀବନ ନେଲାଣି ତାହାର ତଥ୍ୟ ନାହିଁ । ତିନି ଦିନ ତଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୃତକଙ୍କର ତଥ୍ୟ ଦେଇଥିଲେ । କେନ୍ଦୁଝର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଗ୍ନିଶମ କର୍ମଚାରୀଙ୍କ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ କାନ୍ଥପଡ଼ି ଏବଂ ଗୋଟେ ପିଲା ପାଣିରେ ଭାସି ମୃତ୍ୟୁବରଣ କରିଥିବା ଗଣମାଧ୍ୟମକୁ କହିଥିଲେ । ମାତ୍ର ତାହା ପରଠୁ ସରକାରୀ ଖାତାରୁ ବନ୍ୟା ମୃତ୍ୟୁ ସଂଖ୍ୟା ଉଡ଼ିଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ଏହି ତଥ୍ୟ ନାହିଁ । କିନ୍ତୁ ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ଜିରୋ କୁଜୁଆଲିଟିକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଦିଲ୍ଲୀରୁ ଫେରିଲା ପରେ ଆଜି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକ୍ ରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ । ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୁରଭଞ୍ଜର ଜିଲ୍ଲାର ବଡ଼ସାହି, ଉଦଳା ଓ କପ୍ତିପଦା ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳର ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ।

ବନ୍ୟାଞ୍ଚଳରୁ ଫେରି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ବୁଲି ଆସିଥିବା ସବୁ ଅଞ୍ଚଳରେ ଅନେକ ଗାଁ ପାଣି ଘେରରେ ଅଛି । ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡ଼ି ଯିବାର ସମ୍ଭାବନା ଅଛି । ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ପରେ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତରେ ତୁରନ୍ତ ସହାୟତା ପ୍ୟାକେଜ୍ ଦିଆଯିବ ।

ଉଦ୍ଧାର କାର୍ଯ୍ୟରେ ୧୭ଟି ଓଡ୍ରାଫ୍, ୭ଟି ଏନଡିଆରଏଫ୍ ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ସାମିଲ ଅଛନ୍ତି । ରିିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Previous Post

ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

Next Post

ରହସ୍ୟରେ.. ବନ୍ୟା ବେଳେ ମହାନଦୀ ବୈଠକ

Next Post
ରହସ୍ୟରେ.. ବନ୍ୟା ବେଳେ ମହାନଦୀ ବୈଠକ

ରହସ୍ୟରେ.. ବନ୍ୟା ବେଳେ ମହାନଦୀ ବୈଠକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA