Sunday, August 9, 2026 01:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟୁକ୍ରେନ୍ ରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ

ବିମାନବନ୍ଦରରେ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

by Our Correspondent
07 Mar, 2022- 08:16 PM
in Latest News, News
1 min read
0
ୟୁକ୍ରେନ୍ ରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍ ରୁ ଫେରି ଆସିଛନ୍ତି ୭୭ ଓଡ଼ିଆ ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ବିମାନରେ ସେମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିଲା ପରେ ଏକ ଖୁସି ଓ ଆବେଗଭରା ପରିବେଶ ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୁର୍ତ୍ତରେ ସାମିଲ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ୟୁକ୍ରେନ୍ ର ଯୁଦ୍ଧଗ୍ରସ୍ତ ଖାର୍କିଭ୍ ଓ ପେସୋଚିନ୍ ରେ ଫସି ରହିଥିଲେ ଏହି ଓଡ଼ିଆ ଛାତ୍ରଛାତ୍ରୀ । ବଙ୍କର ଭିତରେ ଭୋକ ଓ ଆତଙ୍କରେ ଜୀବନ କାଟୁଥିଲେ । ତେବେ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାରେ ଗତ ୪ ତାରିଖ ଦିନ ଦୁଇଟି ସ୍ୱତନ୍ତ୍ର ବସ୍ ରେ ନିରାପଦ ଭାବେ ସେମାନଙ୍କୁ ପଶ୍ଚିମ ୟୁକ୍ରେନ୍ ସୀମାନ୍ତକୁ ଅଣାଯାଇଥିଲା । ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯାଇଥିଲା । ଆଜି ନୂଆଦିଲ୍ଲୀରୁ ସେମାନଙ୍କୁ ନେଇ ଆସିଥିବା ବିମାନ ସଂଧ୍ୟା ସାଢ଼େ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ।

ସେମାନଙ୍କୁ ପାଛୋଟି ଆଣିବା ପାଇଁ ବିମାନବନ୍ଦରରେ ଛାତ୍ରଛାତ୍ରୀମାନଙ୍କ ବାପା ମା’ ଓ ପରିବାର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଯୁଦ୍ଧ ଅଞ୍ଚଳରୁ ଫେରି ଆସିଥିବା ନିଜର ପିଲାଙ୍କୁ ପାଇଲା ବେଳେ ସେଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ବାପା ମା’ଙ୍କ ଆଖିରୁ ଝରି ଆସିଥିଲା ଆନନ୍ଦର ଅଶ୍ରୁ । ସେମାନଙ୍କ ଏହି ଖୁସିରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ପିଲାମାନେ ନିରାପଦରେ ୟୁକ୍ରେନ୍ ରୁ ଉଦ୍ଧାର ପାଇ ଜନ୍ମମାଟିକୁ ଫେରି ଆସିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କଠାରୁ ଭଲମନ୍ଦ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେମାନେ ଆଗକୁ ଯେପରି ପାଠ ପଢ଼ିପାରିବେ, ସେଥିଲାଗି ସମସ୍ତ ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ମଧ୍ୟ ସେଠାରେ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ।

ସୂଚନାଥାଉକି, ୟୁକ୍ରେନ୍ ରେ ମେଡ଼ିକାଲ୍ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଦେଶର ମେଡ଼ିକାଲ୍ କଲେଜରେ ସେମାନଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Previous Post

ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

Next Post

‘ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ’

Next Post
‘ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ’

'ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA