ଭୁବନେଶ୍ୱର/ବ୍ରହ୍ମପୁର: ଡ. ସବିତା ସୁଆର ହୋଇଛନ୍ତି ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ । ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆଜି ସଂଧ୍ୟାରେ ତାଙ୍କ ନାଁ ଘୋଷଣା କରିଛନ୍ତି । ବିଜେଡ଼ିର ସଂଘମିତ୍ରା ଦଳେଇଙ୍କ ସହ ତାଙ୍କର ଟକ୍କର ହେବ । କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ଭୁବନେଶ୍ୱର ଭଳି ବ୍ରହ୍ମପୁର ମେୟର ପ୍ରାର୍ଥୀ ଡ. ସବିତା ସୁଆର ବିଜେପି ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ତେବେ ଶିକ୍ଷା କ୍ଷେତ୍ରରେ ତାଙ୍କର ନାଁ ଅଛି । ବ୍ରହ୍ମପୁରସ୍ଥିତ ଗାୟତ୍ରୀ କଲେଜରେ ସେ ଦୀର୍ଘ ବର୍ଷ ଧରି ଅଧ୍ୟକ୍ଷା ଥିଲେ । ତାଙ୍କ ସ୍ୱାମୀ ଉତ୍ତମ ପାଣିଗ୍ରାହୀ କିନ୍ତୁ ବିଜେପିର ଜଣେ ନେତା । ଗତ ନିର୍ବାଚନରେ ସେ ଦିଗପହଣ୍ଡିରୁ ଟିକେଟ ଆଶାୟୀ ଥାଇ ବଞ୍ଚିତ ହେବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ।