କଟକ: ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମେୟର ପ୍ରାର୍ଥୀ କରିଛି ବିଜେପି । କଟକ ନଗର ବିଜେପି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଗତକାଲି ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିଥିଲା । ତେବେ ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାଁ ବିଜେପି ଏ ଯାଏଁ ଘୋଷଣା କରିନାହିଁ ।
ଏହାପୂର୍ବରୁ ବିଜେଡ଼ି ପକ୍ଷରୁ କଟକ ମେୟର ପ୍ରାର୍ଥୀ ଭାବେ ସୁବାସ ସିଂହଙ୍କ ନାଁ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା ।