ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଭବନରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମିଜୋରାମ, ହରିୟାନା, ତ୍ରିପୁରା ଓ ହିମାଚଳ ପ୍ରଦେଶର ରାଜ୍ୟପାଳଙ୍କୁ ବଦଳି କରାଯାଇଥିଲା ବେଳେ ଅନ୍ୟ ୪ ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ସାମାଜିକ ନ୍ୟାୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥାବରଚାନ୍ଦ ଗେହେଲଟ୍ ଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
କିଏ କେଉଁ ରାଜ୍ୟର ରାଜ୍ୟପାଳ
କର୍ଣ୍ଣାଟକ- ଥାବରଚାନ୍ଦ ଗେହଲଟ
ମଧ୍ୟପ୍ରଦେଶ- ମଂଗୁଭାଇ ଛଗନଭାଇ ପଟେଲ
ହିମାଚଳ ପ୍ରଦେଶ- ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର
ଝାଡ଼ଖଣ୍ଡ- ରମେଶ ବୈଶ
ହରିୟାନା- ବନ୍ଦାରୁ ଦତ୍ତାତ୍ରେୟ
ତ୍ରିପୁରା- ସତ୍ୟଦେବ ନାରାୟଣ ଆର୍ଯ୍ୟ
ଗୋଆ- ଶ୍ରୀଧରନ ପିଲାଇ
ମିଜୋରାମ- ହରିବାବୁ କମ୍ଭ ପତି