ଭୁବନେଶ୍ୱର: ଦଶହରା ଛୁଟି ପରେ ଆସନ୍ତା ୨୬ ତାରିଖରୁ ଅଷ୍ଟମ ଓ ଯୁକ୍ତ ଦୁଇ ପ୍ରଥମ ବର୍ଷ(ଏକାଦଶ) ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବ ସ୍କୁଲ । ଅର୍ଥାତ୍ ଏହି ଦୁଇ ଶ୍ରେଣୀର ପିଲା ସ୍କୁଲ ଆସି ଅଫଲାଇନ୍ ରେ ପାଠ ପଢ଼ିବେ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଏହାର ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ପୂର୍ବରୁ ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଥିଲା । ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲା ଅଫଲାଇନ୍ ରେ ପାଠ ପଢ଼ିବେ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ପୂର୍ବଭଳି ଅନଲାଇନ୍ ରେ ପାଠ ପଢ଼ିବେ ।
ସୂଚନାଯୋଗ୍ୟ, କୋଭିଡ୍ ଯୋଗୁଁ ସ୍କୁଲ, କଲେଜ ପ୍ରାୟ ଦେଢ଼ବର୍ଷ ହେଲା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।