Monday, May 25, 2026 07:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜେଲ୍ ଗଲେ ଅନାମ ନାଏକ

by Our Correspondent
23 Jan, 2020- 10:32 PM
in Latest News, News
1 min read
0
ଜେଲ୍ ଗଲେ ଅନାମ ନାଏକ
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ତାଙ୍କର ଜଣେ ପୂର୍ବତନ ବିଧାୟକଙ୍କୁ ହାତକଡ଼ି ପକାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ଗତଥରର ବିଜେଡ଼ି ବିଧାୟକ ଅନାମ ନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନସ୍ । କିଛି ଦିନ ତଳେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଯାଇଥିବା ବେଳେ ଏବେ ବିଜେଡ଼ିର ଏହି ପୂର୍ବତନ ବିଧାୟକଙ୍କ ଗିରଫ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଅନାମ ବିପୁଳ ପରିମାଣର ଆୟ ବିର୍ହଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ୍ କୁ ଅନେକ ଗୁଡ଼ାଏ ଅଭିଯୋଗ ମିଳିଥିଲା । ଠୋସ୍ ତଥ୍ୟ ପାଇଲା ପରେ ଗତ ୧୭ ତାରିଖରେ ଭିଜିଲାନସ୍ ଟିମ୍ ଭବାନୀପାଟଣାରେ ଥିବା ତାଙ୍କର ତିନି ମହଲା ବିଶିଷ୍ଟ ବିଶାଳ ଅଟ୍ଟାଳିକା ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା । ଭବାନୀପାଟଣା ତାଙ୍କ ଅଟ୍ଟାଳିକା ଛଡ଼ା ନକଟିଗୁଡ଼ାରେ ଏକ କମର୍ସିଆଲ୍ ବିଲଡିଂ, ମଦନପୁର-ରାମପୁର ଟାଉନ୍ ରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ହୋଟେଲ ରହିଛି । ପୁରୁଣାପଡ଼ାରେ ତାଙ୍କର ଏକ ନିର୍ମାଣଧୀନ କୋଠା ବି ଭିଜିଲାନସ୍ ନଜରକୁ ଆସିଥିଲା । ପ୍ରାଥମିକ ତଦନ୍ତ ବେଳେ ଏହିସବୁ ସମ୍ପତ୍ତିର ମୂଲ୍ୟ ୩ କୋଟି ୪୨ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା ।
ତଦନ୍ତ ବେଳେ ଅନାମଙ୍କ ବେନାମୀ କାରବାର ସମ୍ପର୍କରେ ଭିଜିଲାନସ୍ କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି । ଆଜି ସଂଧ୍ୟାରେ ଜୟପୁର ଭିଜିଲାନସ୍ ର ଏକ ଟିମ୍ ଭବାନୀପାଟଣାରୁ ତାଙ୍କୁ ଗିରଫ କରିଥିଲା । ଭିଜିଲାନସ୍ କୋର୍ଟରେ ତାଙ୍କ ଜାମିନ୍ ନାମଂଜୁର ହେବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ଜେଲ୍ ଯିବା ପରେ ଶାସକଦଳର ଅନେକ ନେତାଙ୍କ ମନରେ ଛନକା ପଶିଛି । ସରକାରକୁ ନିଜର ସୁରକ୍ଷାକବଚ ଭାବି ନେଇଥିବା ଅସାଧୁ ଦଳୀୟ ନେତାଙ୍କ ମନରେ ଆତଙ୍କ ସୃଷ୍ଟି ହେଲାଣି । ଆଇଏଏସ୍, ପୂର୍ବତନ ବିଧାୟକଙ୍କ ଦେହରେ ହାତ ମରାଯିବା ପରେ ଏହି ଗୋଷ୍ଠୀର ନେତା ନିଜର ସୁରକ୍ଷା ଆଶା ହରାଇଛନ୍ତି ।

Previous Post

ଖାଲି ଏସସିବି ନୁହେଁ, ନୂଆ ରୂପ ନେବ କଟକ ସହର

Next Post

ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

Next Post
ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA