Tuesday, May 26, 2026 11:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୭ରୁ ୪୬ କରୋନା ନେଗେଟିଭ୍

by Our Correspondent
18 Mar, 2020- 07:23 PM
in Latest News, News
1 min read
0
୪୭ରୁ ୪୬ କରୋନା ନେଗେଟିଭ୍
ଭୁବନେଶ୍ୱର: ଭୁବନେଶ୍ୱରରର ଜଣେ କରୋନା ସଂକ୍ରମିତଙ୍କୁ ଛାଡ଼ିଦେଲେ ରାଜ୍ୟର ଆଉ କାହାରିକୁ କରୋନା ସଂକ୍ରମଣ ହୋଇନାହିଁ । ଅଦ୍ୟାବଧି ପରୀକ୍ଷା ପାଇଁ ଆସିଥିବା ୪୭ଟି ନମୁନା ମଧ୍ୟରୁ ୪୬ଟି କରୋନା ନେଗେଟିଭ୍ ରିପୋର୍ଟ ଆସିଛି । ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ବେଳେ ଆଜି ୬ଟି ନମୁନା ପରୀକ୍ଷା କରାଯାଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାରେ ଥିବା ଯୁବକ ଜଣଙ୍କ ଭଲ ହୋଇ ଆସୁଛନ୍ତି । ଆଜି ଠିକ୍ ରେ ବ୍ରେକଫାଷ୍ଟ ଏବଂ ଲଞ୍ଚ ଖାଇଛନ୍ତି । ଲଞ୍ଚ୍ ରେ ଭାତ, ଡାଲମା, ମିକ୍ସଭେଜ୍, ଏବଂ ଦୁଇ ଖଣ୍ଡ ରୁଟି ଖାଇଛନ୍ତି ।
କୋଭିଡ୍-୧୯ ସଂକ୍ରମିତ ଏହି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ ଲାଇନ୍ କୁ ୧୩,୬୨୭ କଲ୍ ଆସିଛି । ଆଜି ଦିନ ଦୁଇଟା ସୁଦ୍ଧା ବିଦେଶରୁ ଫେରିଥିବା ୨୧୨୧ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୨୩୯ । ୮୦ଟି ଦେଶରୁ ଏମାନେ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଫେରିଛନ୍ତି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି, ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛି । ରାଜ୍ୟର ବ୍ଲକ୍ ସ୍ତର ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୁଡ଼ିକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି । ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦେ୍ଦଶ୍ୟରେ ଚିହ୍ନଟ କରାଯାଇଛି । ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମ ପଞ୍ଚାୟତରେ ଏସବୁ ରହିଛି ।
ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଆଧାର କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି ।
ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଅସୁସ୍ଥ ବ୍ୟକ୍ତି ଏବଂ ଯାହାର ସଂକ୍ରମଣର ସନେ୍ଦହ ରହିଛି ସେମାନେ କେବଳ ମାସ୍କ ବ୍ୟବହାର କରନ୍ତୁ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି । ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ହୋଡିଂ କରି ନ ରଖିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ବିଶ୍ୱରେ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ବାଗଚୀ କହିଛନ୍ତି, କାଲି ୧୬୨ ଦେଶରେ କରୋନା ବ୍ୟାପିଥିବା ବେଳେ ଆଜି ୧୬୭ ଦେଶକୁ ବ୍ୟାପିଛି । ଗତକାଲି ୧,୮୩,୧୧୬ ଜଣଙ୍କୁ କରୋନା ସଂକ୍ରମିତ କରିଥିଲା । ଆଜି ସେହି ସଂଖ୍ୟା ୧,୯୯,୧୯୩ ରେ ପହଞ୍ଚିଛି । ଭାରତରେ ୧୪୮ କରୋନା ଆକ୍ରାନ୍ତ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ଆଇଟି ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ ।
Previous Post

ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ

Next Post

ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ

Next Post
ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ

ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA