ଭୁବନେଶ୍ୱର: କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବୀନ ବାବୁଙ୍କୁ ଅନ୍ୟମାନେ ଅନୁସରଣ କରନ୍ତୁ ବୋଲି ଏକ ଟ୍ୱିଟ୍ ଜରିଆରେ ଆହ୍ୱାନ ଜଣାଇଛନ୍ତି ମୋଦି ।
ଆମେରିକାରୁ ଆସୁଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ଓ ବିବରଣୀର ରେଜିଷ୍ଟ୍ରସନ୍ ସରକାରଙ୍କ ଉଦ୍ଦିଷ୍ଟ ୱେବସାଇଟ୍ ରେ ଆଜି ନିଜେ କରାଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ ଜରିଆରେ ସେ ଏହା ଜଣାଇବା ସହ ବିଦେଶରୁ ଫେରୁଥିବା ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କର ସମସ୍ତ ତଥ୍ୟ ଦେଇ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରିବାକୁ ରାଜ୍ୟର ଜନସାଧାରଣଙ୍କୁ ଅପିଲ୍ କରିଥିଲେ । ଓଡ଼ିଶାକୁ ଏହା କରୋନା ଭାଇରସ୍ ରୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,






