Sunday, August 23, 2026 06:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ

by Our Correspondent
20 Mar, 2020- 07:48 PM
in Latest News, News
1 min read
0
ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ
ଭୁବନେଶ୍ୱର: ରାଜ୍ୟର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ୍ ରେ ମାଗଣାରେ କରୋନା ଭୂତାଣୁ ପରୀକ୍ଷାର ସୁବିଧା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ନିହାତି ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ଉପକରଣ, ମାସ୍କ ଆଦି ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କରୋନା ସ୍ଥିତିର ସମୀକ୍ଷା କରିଥିଲେ । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ପ୍ରଭାବିତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟିଂ ତଥା ଏସଡିଆରଏଫ ପାଣ୍ଠିକୁ ଉପଲବ୍ଧ କରାଇବା ପଦକ୍ଷେପକୁ ନବୀନ ପ୍ରଶଂସା କରିବା ସହ ଓଡ଼ିଶା ପାଇଁ ମୋଦିଙ୍କଠାରୁ ସହଯୋଗ ଚାହିଁଥିଲେ ।
ଏମଜିଏନଆରଇଜିଏସ୍(ନରେଗା) ଶ୍ରମିକମାନଙ୍କୁ ଅନ୍ୟୁନ ୫୦ ଦିନର ମଜୁରୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପରିବାରକୁ ସହାୟତା, ପିଏମ୍ କିଷାନ ଅନ୍ତର୍ଗତ ଚାଷୀମାନଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ, ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଦାବି କରିଥିଲେ ନବୀନ । ଏଥିସହ ରାଜ୍ୟକୁ ଆଗୁଆ ପାଣ୍ଠି ଆବଣ୍ଟନ ପାଇଁ କେନ୍ଦ୍ର ସରକାର ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜନଗଣନା ପ୍ରକ୍ରି୍ରୟା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଏପ୍ରିଲ୍ ପହିଲାରୁ ସେପ୍ଟେମ୍ବର ୩୦ ଯାଏଁ ଜନଗଣନା ପ୍ରକ୍ରିୟା ଚାଲିବାକୁ ସ୍ଥିର ହୋଇଛି । ସେହି ପ୍ରକ୍ରିୟାରେ ୩୦ ଲକ୍ଷ ଲୋକ ନିୟୋଜିତ ହେବେ । ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ନବୀନ ଲେଖିଛନ୍ତି ।
Previous Post

କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ

Next Post

୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

Next Post
୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA