Monday, May 25, 2026 09:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଗଚୀଙ୍କ ମିଡ଼ିଆ କ୍ଲାସ୍! କରୋନା କ୍ରିକେଟ୍ ମ୍ୟାଚ୍ ନୁହେଁ ବୋଲି ବୁଝାଇଲେ

by Our Correspondent
09 Apr, 2020- 11:22 PM
in Latest News, News
1 min read
0
ବାଗଚୀଙ୍କ ମିଡ଼ିଆ କ୍ଲାସ୍! କରୋନା କ୍ରିକେଟ୍ ମ୍ୟାଚ୍ ନୁହେଁ ବୋଲି ବୁଝାଇଲେ
ଭୁୁବନେଶ୍ୱର: ସରକାରୀ ଏଜେନ୍ସୀ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଓଲଟି ତ୍ରୁଟି ଧରୁଥିବା ଗଣମାଧ୍ୟମକୁ ତାଗିଦ୍ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆତଙ୍କ ସୃଷ୍ଟିକାରୀ କରୋନା ମହାମାରୀକୁ କ୍ରିକେଟ୍ ଖେଳ ସହ ଯୋଡି ସାମ୍ବାଦିକମାନଙ୍କୁ ପାଠ ପଢ଼ାଇଛନ୍ତି ।
ବାଗଚୀ କହିଛନ୍ତି, କୋଭିଡ୍-୧୯ ଆଇପିଏଲ୍ କିମ୍ବା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । ଆପଣ ପ୍ରତିଟି ବଲ୍ ର ସମୀକ୍ଷା କରନ୍ତୁ ନାହିଁ । ଏଇ ଆବେଗ ନୁହେଁ, ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବୁ ।
ଗଣମାଧ୍ୟମକୁ ସିଧା ଜଣାଇ ଦେଇଛନ୍ତି ଯେ ଆପତକାଳୀନ ସ୍ଥିତିରେ ଘଟଣା ଘଟିବା କ୍ଷଣି ଆମେ ଖବର ଦେବା ସମ୍ଭବ ନୁହେଁ । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର, ତାହା ଦେବୁ । ଯେଉଁଠି ଜନହିତ ଆଶଙ୍କା ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ । ସେଥିପାଇଁ ସମୀକ୍ଷା ଓ ସମାଲୋଚନା କରିବାର ଆବଶ୍ୟକତା ନାହିଁ । କୋଭିଡ୍ ହସ୍ପିଟାଲ୍ କି ଟେଷ୍ଟିଂ ଜାଗା ଆଗରେ ଓବି ଭ୍ୟାନ୍ ଠିଆ କରାଇବା ସମୟ ଇଏ ନୁହେଁ ।
ଗଣମାଧ୍ୟମକୁ ବାଗଚୀଙ୍କ ଏହି ପାଠ ପଢ଼େଇବା କାରଣ ସ୍ପଷ୍ଟ । ସତ୍ୟନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଇ ଗତକାଲି ବିଏମସି ସେହି ଅଞ୍ଚଳକୁ ସିଲ୍ କରିବା ପରେ ଦ୍ୱନ୍ଦରୁ ବିବାଦ ଆରମ୍ଭ ହୋଇଛି । ପ୍ରଥମେ “ମିଡ଼ ଡ଼େ ଓଡ଼ିଶା” ଏବଂ ପରେ ଅନ୍ୟ ଗଣମାଧ୍ୟମଗୁଡ଼ିକ ସରକାରଙ୍କ ବେତାଳିଆ ତଥ୍ୟ ସାମନାକୁ ଆଣିବା ପରେ ସରକାର ବୋଧହୁଏ ବିବ୍ରତ ହୋଇପଡ଼ିଛନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ହଜମ କରିନାହାନ୍ତି ମୁଖ୍ୟ ମୁଖପାତ୍ର ବାଗଚୀ । ଗଣମାଧ୍ୟମ ଜରିଆରେ ଲୋକଙ୍କ ମନରୁ ଆତଙ୍କ ଓ ଦ୍ୱନ୍ଦ ଦୂର କରିବା ପରିବର୍ତ୍ତେ ଓଲଟି ସାମ୍ବାଦିକଙ୍କୁ ପରାମର୍ଶ ଆଳରେ ତାଗିଦ୍ କରିଛନ୍ତି ।
ଯାହା ବି ହେଉ, କରୋନା ସଙ୍କଟ ବେଳେ ଏହି ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା କରିବାର ଏହା ସମୟ ନୁହେଁ । ଏହାଦ୍ୱାରା ସରକାରୀ କଳର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି । ତେବେ ସରକାରଙ୍କ ତୁଣ୍ଡ ହୋଇଥିବା ବାଗଚୀଙ୍କ ଭଳି ଜଣେ ବିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କ ତୁଣ୍ଡରୁ ଗଣମାଧ୍ୟମକୁ ଏଭଳି ତାଗିଦ୍ ରାଜ୍ୟର ସାଧାରଣ ଜନତା ବି ପସନ୍ଦ କରିନାହାନ୍ତି ।
ବାସ୍ତବତା ହେଉଛି, ରାଜ୍ୟର ପ୍ରତିଟି ଗଣମାଧ୍ୟମ ସରକାରଙ୍କ କରୋନା ମୁକାବିଲାରେ ଯଥେଷ୍ଟ ସହଯୋଗ ଯୋଗାଇ ଆସୁଛନ୍ତି ଏବଂ ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ସରକାରଙ୍କ ସାଙ୍ଗରେ ରହିବାକୁ ପ୍ରସ୍ତୁତ ଅଛନ୍ତି । ସରକାରଙ୍କର ସାହାଯ୍ୟ, ସମର୍ଥନ ସମବେଦନା ନ ଥିବା ସତ୍ତ୍ୱେ ସାମ୍ବାଦିକମାନେ ନିଜର ଦାୟିତ୍ୱ ପ୍ରତି ନିଷ୍ଠାବାନ ହୋଇ ସଂଯମ ଆଚରଣ ଦେଖାଉଛନ୍ତି । ଏଭଳି ସମୟରେ ବାଗଚୀ ସାମ୍ବାଦିକଙ୍କ ମନରେ ଆଘାତ ନ ଦେଇ ନିଜେ ସଂଯମ ହେବାକୁ ବୁଦ୍ଧୀଜୀବୀମାନେ ପରାମର୍ଶ ଦେଇଛନ୍ତି ।
Previous Post

ମାସ୍କ ନ ପିନ୍ଧିଲେ ୨୦୦ ଫାଇନ୍

Next Post

ରାତିରେ ଆଉ ୪ ପଜିଟିଭ୍, ମୋଟ ୪୮

Next Post
ରାତିରେ ଆଉ ୪ ପଜିଟିଭ୍, ମୋଟ ୪୮

ରାତିରେ ଆଉ ୪ ପଜିଟିଭ୍, ମୋଟ ୪୮

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA