Saturday, August 8, 2026 02:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସୁଛି ଲକଡାଉନ୍ ୪.୦!

by Our Correspondent
11 May, 2020- 09:32 PM
in Latest News, National, News
1 min read
1
ଆସୁଛି ଲକଡାଉନ୍ ୪.୦!
ନୂଆଦିଲ୍ଲୀ: ଦେଶରେ କରୋନା ଲକଡାଉନ୍ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ସ୍ଥିତିର ମୁକାବିଲା ଏବଂ ଲକଡାଉନ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି । ତାମିଲନାଡୁ, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନେ ଲକଡାଉନ୍ ବୃଦ୍ଧି ସପକ୍ଷରେ ସିଧାସଳଖ ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଧିକଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କିଛି ସର୍ତ୍ତ ଓ ପ୍ରସ୍ତାବ ସହ ପରୋକ୍ଷରେ ଲକଡାଉନ୍ ସପକ୍ଷ ମତ ରଖିଥିଲେ । ଲକଡାଉନ୍ ଉପରେ ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାରମାନେ କେନ୍ଦ୍ରକୁ ମତାମତ ଜଣାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶରେ ମାଡ଼ି ଚାଲିଛି କରୋନା । କିନ୍ତୁ ଦେଖିବାକୁ ଗଲେ ଭାରତର ଗ୍ରାମାଞ୍ଚଳ ପ୍ରାୟ ସୁରକ୍ଷିତ ରହିଛି । ତେଣୁ ଗ୍ରାମାଞ୍ଚଳକୁ ଯେମିତି ମହାମାରୀ ନ ବ୍ୟାପେ ସେଥିପ୍ରତି ରାଜ୍ୟ ସରକାରମାନେ ଧ୍ୟାନ ଦିଅନ୍ତୁ । ଗ୍ରାମାଞ୍ଚଳକୁ ଯଥା ସମ୍ଭବ କରୋନାମୁକ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଏଥି ସହିତ କଣ୍ଟେନମେଣ୍ଟ ବା ସମ୍ପୂର୍ଣ୍ଣ ଆବଦ୍ଧ ଅଞ୍ଚଳରେ ଲକ୍ ଡାଉନ୍ କଟକଣା ବଳବତ୍ତର ରଖିବା ସହ ଆର୍ଥିକ କାରବାରକୁ ଧୀରେ ଧୀରେ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଲକ୍ ଡାଉନ୍ ବଢ଼ାଇବା ସପକ୍ଷରେ ମତ ରଖିଥିବା ମମତା ବାନାର୍ଜୀ କରୋନାକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି ।  ଦିଲ୍ଲୀ ସରକାର ଆର୍ଥିକ କାରବାର ଉପରେ ଗୁରୁତ୍ୱ ଦେଇଥିବା ବେଳେ ଟ୍ରେନ୍ ଓ ଉଡ଼ାଜାହାଜ ଚଳାଚଳକୁ ବିରୋଧ କରିଛନ୍ତି ତାମିଲନାଡୁ ଓ ତେଲେଙ୍ଗନା ସରକାର । ରେଡ୍ ଜୋନରୁ ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଦାବି କରିଛନ୍ତି ରାଜସ୍ଥାନର ଅଶୋକ ଗେହଲଟ୍ ସରକାର । ସେହିଭଳି ଗୁଜରାଟର ବିଜୟ ରୂପାନି ସରକାର, ଗ୍ରୀନ୍ ଜୋନରେ ମେଟ୍ରୋ ସର୍ଭିସ୍ ଆରମ୍ଭ ପାଇଁ ଅନୁମତି ମାଗିଛନ୍ତି ।

ମୋଦିଙ୍କୁ ନବୀନଙ୍କ ୫ ପ୍ରସ୍ତାବ

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଚିନ୍ତିତ ମତ ରଖିଛନ୍ତି । * ଲକଡାଉନ୍ ପ୍ରସଙ୍ଗରେ ଜାତୀୟସ୍ତରରେ ଏ ସମ୍ପର୍କରେ ବିସ୍ତୃତ ନୀତି ପ୍ରସ୍ତୁତ ହେବା ଦରକାର । ତେବେ ଏହାର କାର୍ଯ୍ୟକାରିତା ବିକେନ୍ଦ୍ରୀକରଣ କରାଯାଇ ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ଛଡ଼ାଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅନ୍ୟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ ।
* ଜିଲ୍ଲାଗୁଡ଼ିକୁ କ୍ଷୁଦ୍ର ଏବଂ ସାଇଣ୍ଟିଫିକ୍ ୟୁନିଟ୍ ହିସାବରେ ଜୋନିଂ କରାଯାଉ । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁମତି ଦିଆଯାଉ ।
* ଲୋକଙ୍କ ଜୀବନ ସହିତ ଜୀବିକା ବି ଗୁରୁତ୍ୱପୂର୍ଣ୍ଣ । ତେଣୁ ଅର୍ଥନୈତିକ କାର୍ଯ୍ୟକଳାପ ତେଜ୍ କରିବା ପାଇଁ କେନ୍ଦ୍ର ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍(ଏସଓପି) ପ୍ରସ୍ତୁତ କରନ୍ତୁ । ରାଜ୍ୟ ରାଜ୍ୟ ଭିତରେ ଅର୍ଥନୈତିକ ଲିଙ୍କେଜ୍ ଥିବାରୁ କେନ୍ଦ୍ର ସରକାରଙ୍କ ଏସଓପି ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିପାରିବ ।
* କୋଭିଡ୍ ପରିଚାଳନାରେ ପଞ୍ଚାୟତରାଜ ଅନୁଷ୍ଠାନକୁ ଅଧିକ ଗୁରୁତ୍ୱ ଦିଆଯାଉ । ଆମେ ଏକ ଲମ୍ବା ଯୁଦ୍ଧ ଲଢୁଥିବାରୁ ପଞ୍ଚାୟତର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଚଳିତ କେନ୍ଦ୍ରୀୟ ସ୍କିମ୍ ଏବଂ ଅନ୍ୟାନ୍ୟ ଯୋଜନାରେ ସଂଶୋଧନ ଅଣାଯାଉ ।
* ରେଳ ଚଳାଚଳ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟମାନଙ୍କ ସହ ବିଚାରବିମର୍ଷ କରାଯାଉ ।
Previous Post

ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

Next Post

ଶ୍ରମିକଙ୍କୁ କରୋନା ମାଡ଼

Next Post
ଶ୍ରମିକଙ୍କୁ କରୋନା ମାଡ଼

ଶ୍ରମିକଙ୍କୁ କରୋନା ମାଡ଼

Comments 1

  1. Narottam Pradhan says:
    6 years ago

    Lockdown continue is the best for our bargarh district and we hope thats the lockdown rule is 1st type other wise lockdown is change to shortdown and to continue .Govt of our financial department will be decreases due to covid-19 so i say locksown will be strictly to continue and rule will be do hard as well as 1st time lockdown or so many increases will be better for us that i will pray to our govt and thanksfull to him .please please please please …..

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA