Monday, May 25, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

by Our Correspondent
09 Jun, 2020- 01:03 PM
in Latest News, News
1 min read
0
ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଶ୍ରୁଳ ବିଦାୟ ଦିଆଯାଇଛି । ଦଳର ବରିଷ୍ଠ ନେତୃବର୍ଗ ଏବଂ କର୍ମୀମାନେ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଅପରାହ୍ନରେ ଭଦ୍ରକ ନିଜ ଗାଁରେ ସ୍ୱର୍ଗତ ସେଠୀଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ।
୮ ଥର ସାଂସଦ ଓ ୨ ଥର ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ରାଜ୍ୟର ଜଣେ ଲୋକପ୍ରିୟ ନେତା ଥିଲେ । ୭୯ ବର୍ଷ ବୟସ୍କ ଶ୍ରୀ ସେଠୀଙ୍କର ରବିବାର ରାତିରେ ହୃଦଘାତ୍ ହେବାରୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
୧୯୪୧ ସେପ୍ଟେମ୍ବର ୧୮ ରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଓଡ଼ଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସେଠୀ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କଲା ପରେ ୧୯୬୮ ମସିହାରେ ଶିକ୍ଷକତାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏକ ଘରୋଇ କଲେଜରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଶିକ୍ଷକତା ସାଙ୍ଗକୁ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିଲେ ଏବଂ ପଞ୍ଚମ ଲୋକସଭା ନିର୍ବାଚନରେ ଭଦ୍ରକ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୮୦ ରେ ମଧ୍ୟ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।
ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ସେ ବିଜୁବାବୁଙ୍କ ନେତୃତ୍ୱକୁ ଗ୍ରହଣ କରି ଜନତା ଦଳରେ ଯୋଗଦେଇଥିଲେ । ୧୯୯୦ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବିଧାୟକ ଜିତିଥିଲେ । ୧୯୯୧ ରେ ସେ ପୁଣି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫ ରେ ପୁଣି ଥରେ ଭଣ୍ଡାରିପୋଖରୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ । ୧୯୯୮ ରେ ଭଦ୍ରକ ଲୋକସଭା ଆସନରୁ ବିଜେଡ଼ି ଟିକେଟରେ ଲଢ଼ି ତୃତୀୟ ଥର ସଂସଦକୁ ଯାଇଥିଲେ । ୧୯୯୯, ୨୦୦୪,୨୦୦୯ ଏବଂ ୨୦୧୪ ରେ ଲଗାତର ଭାବେ ବିଜେଡ଼ି ଟିକେଟରେ ଲଢ଼ି ସାଂସଦ ହୋଇଥିଲେ ।
୧୯୯୯, ୨୦୦୪ ଓ ୨୦୦୯ ଲୋକସଭାରେ ସେ ବିଜେଡ଼ିର ସଂସଦୀୟ ଦଳ ନେତା ଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଳ ସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୧୯ ନିର୍ବାଚନରେ ବିଜେଡ଼ି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ତେବେ ନିର୍ବାଚନ ନିଜେ ନ ଲଢ଼ି ପୁଅ ଭଦ୍ରକ ଅଭିମନ୍ୟୁ ସେଠୀଙ୍କୁ ଛାଡ଼ିଥିଲେ । ମାତ୍ର ତାଙ୍କୁ ପରାଜୟ କରିବାକୁ ପଡ଼ିଥିଲା ।
ଅର୍ଜୁନ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃମଣ୍ଡଳୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
Previous Post

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

Next Post

ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ

Next Post
ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ

ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA