Wednesday, June 24, 2026 12:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ

by Our Correspondent
14 Jul, 2020- 05:17 PM
in Latest News, News
1 min read
0
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ
– ଉମାଶଙ୍କର ଭୁବନେଶ୍ୱର ଡିସିପି, ପ୍ରତୀକ କଟକ ଡିସିପି
– ସାଗରିକା ନାଥଙ୍କ ଜାଗାରେ ସୌମ୍ୟା ମିଶ୍ର
– ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର କ୍ରାଇବ୍ରାଞ୍ଚ ଏଡିଜି
– ୬ ଜିଲ୍ଲାରେ ନୂଆ ଏସପି
ଭୁୁବନେଶ୍ୱର: ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଅଦଳବଦଳ କରିଛନ୍ତି । ଏହିକ୍ରମରେ ଭୁବନେଶ୍ୱର ଓ କଟକରେ ନୂଆ ଡିସିପି ନିଯୁକ୍ତି ହୋଇଛନ୍ତି । ପୁରୀ ଏସପି ଥିବା ଡ. ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଏବଂ କନ୍ଧମାଳ ଏସପି ପ୍ରତୀକ ସିଂ ଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । ତାଙ୍କ ଜାଗାକୁ ଆସିଛନ୍ତି ସୁନ୍ଦରଗଡ଼ ଏସପି ଶ୍ରୀମତୀ ସୌମ୍ୟା ମିଶ୍ର ।
କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ଏମ.ଅକ୍ଷୟ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ଅବସ୍ଥାପିତ ହୋଇଛନ୍ତି । ସେଠାରେ ଥିବା ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, କମ୍ୟୁନିକେସନ୍ ନିଯୁକ୍ତି ମିଳିଛି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦରେ ଅବସ୍ଥାପିତ କରାଯାଇଛି । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆର.କେ.ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି । ଆଇନ ଶୃଙ୍ଖଳା ଅତିରିକ୍ତ ଡିଜିପି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜିପି ଭାବେ ଅବସ୍ଥାପିତ କରାଯାଇଛି ।
ଆଇଜି, ପର୍ସନେଲ୍ ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳା ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱର ଡିସିପି ପଦରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୂପ ସାହୁ ଗୁଇନ୍ଦା ଡିଆଇଜି ହୋଇଛନ୍ତି । ଭିଜିଲାନସ୍ ଏସପି ଡ. ସାର୍ଥକ ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚ ଏସପି ଭାବେ ନିଯୁକ୍ତି ପାଇଛନ୍ତି । କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପୁରୀ ଏସପି, ଗଜପତି ଏସପି ଶ୍ରୀମତୀ ସାରା ଶର୍ମାଙ୍କୁ ଭିଜିଲାନସ୍ ଏସପି, ନୂଆପଡ଼ା ଏସପି ବିନୀତ ଅଗ୍ରୱାଲ୍ ଙ୍କୁ କନ୍ଧମାଳ ଏସପି, ଦେବଗଡ଼ ଏସପି ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ପୁଲିସ ମୁଖ୍ୟାଳୟ ଏଆଇଜି ଏସ.ସି.ଜମାଦାର ଦେବଗଡ଼ ଏସପି ଏବଂ କ୍ରାଇବ୍ରାଞ୍ଚ ଏସପି ତପନ କୁମାର ପଟ୍ଟନାୟକ ଗଜପତି ଏସପି ଭାବେ ନିଯୁକ୍ତି ପାଇଛନ୍ତି ।
Previous Post

ଭଗବାନ ଶ୍ରୀରାମ ନେପାଳୀ !!

Next Post

ଗୁହାରୀ କରିବ ଯାହାକୁ…

Next Post
ଗୁହାରୀ କରିବ ଯାହାକୁ…

ଗୁହାରୀ କରିବ ଯାହାକୁ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA