Saturday, May 30, 2026 09:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

by Our Correspondent
06 Sep, 2020- 04:43 PM
in Latest News, News
1 min read
0
ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
Spread the love

ଭୁବନେଶ୍ୱର: ଅନୁଭବ-ବର୍ଷା ଦାମ୍ପତ୍ୟ ବିବାଦର ଦ୍ୱିତୀୟ ଭାଗ ସାମନାକୁ ଆସିଛି । ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ ଏବଂ ପତ୍ନୀ ଅତ୍ୟାଚାରୀ ବୋଲି ବର୍ଷା କୋର୍ଟରେ ପିଟିସନ୍ କରି ଭରଣପୋଷଣ ମାଗିଥିବା ବେଳେ ଅନୁଭବ ତାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ କରିଛନ୍ତି । ପ୍ରାୟ ଦେଢ଼ମାସ ତଳର ଏହି ଦାମ୍ପତ୍ୟ ବିବାଦର ଚିତ୍ର ଏବେ ମିଡ଼ିଆକୁ ଆସିଛି । ଗତକାଲି ବର୍ଷାଙ୍କ ପିଟିସନ୍ ଲୋକଲୋଚନକୁ ଆସିଥିବା ବେଳେ ଏହାର ପାଖାପାଖି ମାସକ ପୂର୍ବରୁ ଅନୁଭବ ଦେଇଥିବା ପିଟିସନ୍ ସାମନାକୁ ଆସିଛି । ଗତ ଜୁଲାଇ ୧୬ ରେ ଅନୁଭବ ଏହି ପିଟିସନ୍ ଦାଖଲ କରିଛନ୍ତି ।

କୋର୍ଟରେ ଅନୁଭବ ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନ୍ ଦେଇଛନ୍ତି । ସେଥିରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବର୍ଷା ତାଙ୍କୁ ସ୍ୱାମୀର ମର୍ଯ୍ୟାଦା ଦେଉ ନ ଥିଲେ । ଏପରିକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନ ଥିଲେ । ଶାଶୁଘରେ ନ ରହି ବାପଘରେ ରହିବାକୁ ପସନ୍ଦ କରୁଥିଲେ ବୋଲି ଅନୁଭବ ଦର୍ଶାଇଛନ୍ତି ।

ଆଡଭୋକେଟ୍ ଅଶ୍ୱିନୀ ଦୁବେଙ୍କ ଜରିଆରେ ଅନୁଭବ ଦାଖଲ କରିଥିବା ପିଟିସନ୍ ର ମୁଖ୍ୟକଥା ଏୟା..

“୨୦୧୪ ଫେବୃଆରୀ ୮ ତାରିଖରେ ଆମର ବାହାଘର ହୋଇଥିଲା । ବାହାଘର ପରେ ପ୍ରଥମ ରାତିରେ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ୩/୪ ମାସ ସମୟ ମାଗିଥିଲେ । ସେଥିପାଇଁ ମୁଁ ଅସହଜ ଓ ଅସୁଖୀ ମନେ କରିଥିଲେ ମଧ୍ୟ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇଥିଲି । ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଯିବା ପରେ ବର୍ଷାଙ୍କ ଆଚରଣରେ ସୁଧାର ଆସିବ ବୋଲି ମନେ କରି ତାଙ୍କୁ ସାଙ୍ଗରେ ନେଇଯାଇଥିଲି । ୨୦୧୫ ରେ ଦିଲ୍ଲୀ ଗୃହ ପ୍ରବେଶ ପୂଜାରେ ବର୍ଷା କିନ୍ତୁ ସାମିଲ ହୋଇ ନ ଥିଲେ । ପୂଜାରେ ସାମିଲ ହେବାକୁ ଅନୁରୋଧ କରିବା ସତ୍ତ୍ୱେ ସେ ମନା କରିଥିଲେ । ତଥାପି ତାକୁ ସହିଯାଇଥିଲି । ୨୦୧୫ରେ ବର୍ଷାଙ୍କୁ ନେଇ ଆମେରିକା ଯାଇଥିଲି ।

ଦିଲ୍ଲୀ ରହଣୀ ବେଳେ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ମଧ୍ୟ ନିରାଶ ହୋଇଥିଲି । ୧୮ ମାସ ଏକାଠି ରହିବା ପରେ ଉଭୟ କଟକ ଫେରିଥିଲୁ । ସେତେବେଳେ ବର୍ଷା ଖୁସି ଥିଲେ ଏବଂ ଶାରୀରିକ ସମ୍ପର୍କ ରହିବ ବୋଲି କଥା ଦେଇଥିଲେ । କିନ୍ତୁ ବର୍ଷା ପୁଣି ୭/୮ ମାସ ସମୟ ମାଗିଥିଲେ ।

ବର୍ଷା କେବେ ବି ମତେ ବୈବାହିକ ଖୁସି ଦେଇ ନ ଥିଲେ । ମୋ ଉପରେ ସବୁବେଳେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ । ଶାଶୁଘର ଖାଦ୍ୟ ପସନ୍ଦ କରୁ ନ ଥିଲେ । ଶାଶୁଘର ଲୋକଙ୍କ ସହ ନ ମିଶି ବାପଘର ଯିବାକୁ ବାହାନା କରୁଥିଲେ । ବାପଘର ଲୋକଙ୍କ ଆଗରେ ବର୍ଷା ମୋତେ ଅପମାନିତ କରୁଥିଲେ । ମୋର ସହଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବାର ମିଥ୍ୟା ଅଭିଯୋଗ କରୁଥିଲେ ।

ଖାଲି ସେତିକି ନୁହେଁ, ମିଥ୍ୟା କେସ୍ ରେ ମୋତେ ଓ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ । ଏହିଭଳି ଭାବେ ବର୍ଷା ମୋତେ ଅତ୍ୟଧିକ ମାନସିକ ଚାପରେ ରଖୁଥିଲେ । କେବେ ବି ପତ୍ନୀଙ୍କ ଭଳି ଆଚରଣ କରୁ ନ ଥିଲେ ।

ତାଙ୍କର ଏଭଳି ଆଚରଣକୁ ମୁଁ ମୁଣ୍ଡପାତି ସହିଯିବାକୁ ଚେଷ୍ଟା କରିଥିଲି । ତାଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଆୟୋଜନ କରୁଥିଲି । ତାଙ୍କର ଜନ୍ମଦିନ କୁ ଧୂମଧାମ୍ ରେ ପାଳନ କରିବା ପାଇଁ ଆୟୋଜନ କରିଥିଲି । ଏହାସତ୍ତ୍ୱେ ତାଙ୍କ କଠିନ ହୃଦୟ ତରଳି ନ ଥିଲା । ଏମିତିକି ମୋ ଜନ୍ମିଦନରେ ମୋତେ ଶୁଭେଚ୍ଛା ଜଣାଇ ନ ଥିଲେ । ମୁଁ ବାଧ୍ୟ ହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚିବାକୁ ଛାଡ଼ି ଦେଇଥିଲି ।

ଅତ୍ୟାଚାର ଓ ମାନସିକ ନିର୍ଯାତନା ଦେବା ବର୍ଷାଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ଭଲ ପତ୍ନୀ ଓ ଭଲ ବୋହୁ ହେବାରେ ବର୍ଷା ବିଫଳ ହୋଇଛନ୍ତି । ୨୦୧୯ ମେ ୧ ରୁ ଆମେ ଦୁହେଁ ଅଲଗା ରହି ଆସୁଛୁ । ପତ୍ନୀଙ୍କ ଆଚରଣ ମୋତେ ମର୍ମାହତ କରିଛି । ଆମର ସମ୍ପର୍କ ଭାଙ୍ଗିସାରିଛି । ତାଙ୍କର ନିର୍ଯାତନା ଅସହ୍ୟ ହୋଇଥିବାରୁ ମୁଁ ବର୍ଷାଙ୍କ ସହ ରହିବା ସମ୍ଭବ ନୁହେଁ ।”

ସୂଚନାଥାଉକି, ଗତ ଅଗଷ୍ଟ ୭ ରେ ଅନୁଭବଙ୍କ ବିରୋଧରେ କଟକ ଏସଡିଜେଏମ୍ ଙ୍କ କୋର୍ଟରେ ବର୍ଷା ଏକ ପିଟିସନ୍ କରିଛନ୍ତି । ଅନୁଭବ ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅନୁଭବଙ୍କଠାରୁ ୧୫ କୋଟି କ୍ଷତିପୂରଣ ଦାବି କରିଛନ୍ତି ବର୍ଷା । ଆସନ୍ତାକାଲି(ସେପ୍ଟେମ୍ବର ୭)ରେ ଏହାର ଶୁଣାଣି ହେବ ।

Previous Post

ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

Next Post

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

Next Post
ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA